Spread the love

ବିଜେଡି ଦାବିରେ ରାଜି ହେଉନି ବିଜେପି, ସିଟ୍‌ ବଣ୍ଟାକୁ ନେଇ କେଁ, କେମିତି ହେବ ମେଣ୍ଟ?

ବିଜେପି-ବିଜେଡି ମେଣ୍ଟ ଏକପ୍ରକାର ପ୍ରଶ୍ନବାଚୀ । ଦିଲ୍ଲୀରେ ବିଜେପି କୋର୍‌ ଟିମ୍ ସହ କେନ୍ଦ୍ରୀୟ ନେତୃତ୍ବ ଉପସ୍ଥିତ । ସେପଟେ ଦିଲ୍ଲୀ ଯାଇ ଫେରିଲେଣି ରାଜ୍ୟ ବିଜେଡିର ଦୁଇ ବଡ ଚେହେରା । ମେଣ୍ଟ ଚର୍ଚ୍ଚା ମଧ୍ୟରେ କେଉଁଠି ରହୁଛି କେଁ ସେ ନେଇ ଲାଗିରହିଛି ସସ୍‌ପେନ୍ସ । ଦୁଇ ଦଳର ନେତା କହୁଛନ୍ତି ମେଣ୍ଟ ନେଇ ଆଲୋଚନା ଚାଲିଛି ।

କିନ୍ତୁ ଘୋଷଣା କାହିଁକି କରାଯାଉ ନାହିଁ ତାହା ଚର୍ଚ୍ଚାକୁ ବଢାଉଛି ।

ଶୁଣିବାକୁ ମିଳୁଛି ଦୁଇ ଦଳ ମେଣ୍ଟ ପାଇଁ ପୂରାପୂରି ଭାବେ ରାଜି । କେନ୍ଦ୍ରୀୟ ନେତୃତ୍ବ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଏଥିପାଇଁ ରାଜି । କିନ୍ତୁ ଆସନ ଭାଗବଣ୍ଟାକୁ ନେଇ ଦୁଇ ଦଳ ମଧ୍ୟରେ କେଁ ରହିଥିବା କୁହାଯାଉଛି । ମେଣ୍ଟ ହେଲେ କାହାକୁ କେତେ ସିଟ୍‌ ମିଳିବ ସେ ନେଇ ଭାଗ ଛିଡୁନଥିବା ସୂଚନା ମିଳିଛି। ମେଣ୍ଟ ନେଇ ଜାତୀୟ ଗଣମାଧ୍ୟମରେ ବି ଚର୍ଚ୍ଚା ହେଉଥିବା ବେଳେ ସେହି ସମାନ କଥା ଚର୍ଚ୍ଚା ହେଉଛି ଯେ, ଦୁଇ ଦଳ ମଧ୍ୟରେ ଆସନ ବୁଝାମଣା ହୋଇ ପାରୁନି । ଯେଉଁଥି ପାଇଁକି ମେଣ୍ଟ ଘୋଷଣାରେ ବିଳମ୍ବ ହେଉଛି ।

ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ଯେ, ବିଜେଡି ଦୁଇଟି ବଡ ଏବଂ ଚର୍ଚ୍ଚିତ ଲୋକସଭା ଆସନ ଛାଡିବାକୁ ଚାହୁଁନି । ଆଉ ସେହି ଦୁଇ ଆସନ ହେଉଛି ପୁରୀ ଏବଂ ଭୁବନେଶ୍ବର । ପୁରୀ ଆସନ ବିଜେଡି ପାଖରେ ଥିବା ବେଳେ ଭୁବନେଶ୍ବର ସଂସଦୀୟ କ୍ଷେତ୍ର ବିଜେପି ପାଖରେ ରହିଛି । ପୁରୀ ଏବଂ ଭୁବନେଶ୍ବର ଲୋକସଭା ଆସନ ଛାଡିବାକୁ ଚାହୁଁନି ଭାରତୀୟ ଜନତା ପାର୍ଟି । କେବଳ ସେତିକି ନୁହେଁ ୧୦୦ରୁ ଅଧିକ ବିଧାନସଭା ଆସନ ଲଢ଼ିବାକୁ ଚାହୁଁଛି BJD । କିନ୍ତୁ ଏଥିପାଇଁ ବିଜେପି ରାଜି ନଥିବା କୁହାଯାଉଛି ।

ଜାତୀୟ ଗଣମାଧ୍ୟମ ସୂଚନା ଅନୁଯାୟୀ, ମେଣ୍ଟ ହେଲେ ବିଧାନସଭା ସିଟ୍‌ ୯୮:୪୯ରେ ଭାଗ କରିବାକୁ ଚାହୁଁଛି ବିଜେପି । ଅର୍ଥାତ ବିଜେଡି ୯୮ଟି ସିଟ ଏବଂ ବିଜେପି ୪୯ଟି ସିଟ୍‌ ନେବାକୁ ଚାହୁଁଛି । ସେପଟେ ଲୋକସଭାରେ ୧୪:୭ରେ ଭାଗ କରିବାକୁ ଚାହୁଁଛି ବିଜେପି । ଅର୍ଥାତ ବିଜେପି ୧୪ଟି ଏବଂ ବିଜେଡି ୭ଟି ସିଟ୍ ଲଢିବାକୁ ଚାହୁଁଛି ବିଜେପି । କିନ୍ତୁ ଏଥିରେ ମଧ୍ୟ ରାଜି ହେଉନି ବିଜେଡି । ଆସନ ବୁଝାମଣା ନେଇ ଅଙ୍କ ଛିଡ଼ୁ ନଥିବାରୁ ହେଉଛି ବିଳମ୍ବ । ତେବେ ଆସନ୍ତା ମାର୍ଚ୍ଚ ୧୨ ତାରିଖରେ ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଆସୁଥିବା ବେଳେ ମେଣ୍ଟ ଘୋଷଣା ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *