Spread the love

ବିଜେଡି-ବିଜେପି ମେଣ୍ଟ ହେଲେ କାହାକୁ ମିଳିବ ଫାଇଦା? କାହାର ଲାଭ ହେବ, କାହାର କ୍ଷତି ହେବ?

 

ମେଣ୍ଟ ନେଇ ଚାଲିଛି ଅଙ୍କକଷା

ବୁଝାମଣା ହେଲେ କିଏ ପାଇବ ଫାଇଦା?

୨୦୦୯ରେ ବିଜେଡି ପାଇଥିଲା ୧୦୩ ବିଧାନସଭା ଆସନ

ଭୋଟ ପ୍ରତିଶତ ଥିଲା ୩୮.୮୬%

୧୪ ଲୋକସଭା ଆସନରେ ବିଜେଡି ବାଜି ମାରିଥିଲା

୨୦୦୪ରେ ବିଜେପି ୩୨ ସିଟ ପାଇଥିଲା

୨୦୦୯ରେ ଏକାକୀ ଲଢି ମାତ୍ର ୬ ଆସନ ପାଇଥିଲା

ଭୋଟ ପ୍ରତିଶତ ଥିଲା ୧୫.୦୫%

ମେଣ୍ଟ ହେଲେ 🐚 ବିଜେଡିର ଲାଭକ୍ଷତିର ହିସାବ

ଅନେକ ଲୋକସଭା ଆସନ ହରାଇବ

ବିଧାନସଭା ଆସନ ବି କମିବ

ଷଷ୍ଠଥର କ୍ଷମତାକୁ ଆସିବା ସହଜ ହେବ

ମୁଖ୍ୟମନ୍ତ୍ରୀ ଭାବେ ରେକର୍ଡ କରିବେ ନବୀନ

ମେଣ୍ଟ ହେଲେ 🪷 ବିଜେପି ଲାଭକ୍ଷତିର ହିସାବ

ଏନଡିଏର ୪୦୦ ନାରା ଫଳପ୍ରଦ ହେବ

ଲୋକସଭାକୁ ଅଧିକ ସଦସ୍ୟ ଯିବେ

ତୃଣମୂଳ ସ୍ତରରେ ସଙ୍ଗଠନ ପ୍ରଭାବିତ ହେବ

୧୫ ବର୍ଷ ଧରି ସଙ୍ଗଠନ କରିଥିବା ନେତା କରିବେ କଣ?

ବିଜେଡି-ବିଜେପି ମେଣ୍ଟ ନେଇ ଦିଲ୍ଲୀର ନିଷ୍ପତିକୁ ଅପେକ୍ଷା କରାଯାଇଛି । ଏପଟେ କିନ୍ତୁ ସୋସିଆଲ ମିଡିଆ, ରାଜନୈତିକ ମହଲ, ଚା-ଖଟି ଓ ଗଳିକନ୍ଦିରେ ଚାଲିଛି ମେଣ୍ଟ ହେଲେ ଲାଭକ୍ଷତିର ହିସାବ ।

ବିଜେଡି-ବିଜେପି ମେଣ୍ଟକୁ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ଚିତ୍ର ଆସିପାରିନି । କୁହାଯାଉଛି, ମେଣ୍ଟର ଫୈସଲା ଦିନେ-ଦୁଇଦିନ ଭିତରେ ଆସିପାରେ । କିନ୍ତୁ ସୋସିଆଲ ମିଡିଆ, ରାଜନୈତିକ ମହଲ ଓ ଚା ଖଟିରେ ଚାଲିଛି ମେଣ୍ଟ ନେଇ ଚର୍ଚ୍ଚା । ମେଣ୍ଟ ହେଲେ କିଏ ଲାଭରେ ରହିବ ଆଉ କିଏ କ୍ଷତି ସହିବ ତାର ଚାଲିଛି ହିସାବକିତାବ । ତେବେ ନଜର ପକାନ୍ତୁ, ୨୦୦୯ରେ ଯେତେବେଳେ ମେଣ୍ଟ ଭାଙ୍ଗିଥିଲା ସେ ସମୟରେ କଣ ରହିଥିଲା ରାଜନୈତିକ ଦୃଶ୍ୟପଟ୍ଟ ?👆🏻👆🏻

Leave a Reply

Your email address will not be published. Required fields are marked *