ମାଲକାନଗିରି //୩୦କିଲୋ ଗଞ୍ଜେଇ ଜବତ, ବାହାର ଅଞ୍ଚଳକୁ ଚୋରା ଚାଲାଣ ହେଉଥିବା ବେଳେ ପୋଲିସ ଉକ୍ତ ଗଞ୍ଜେଇକୁ ଜବତ କରିବା ସହିତ ଘଟଣାରେ ସମ୍ପୃକ୍ତ ଥିବା ଜଣେ ବ୍ୟକ୍ତିକୁ ଓର୍କେଲ ପୋଲିସ ଗିରଫ କରିଛି-ମନୋଜ ଦେବ ପାଙ୍ଗି ଦର୍ଶନ ସମୀକ୍ଷା

Spread the love

୩୦ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

ମାଲକାନଗିରି(ମନୋଜ ଦେବ ପାଙ୍ଗି)ଦର୍ଶନ ସମୀକ୍ଷା
ବେଆଇନ ଭାବେ ଏକ ଜରି ବସ୍ତାରେ ୩୦କିଲୋ ଗଞ୍ଜେଇକୁ ବାହାର ଅଞ୍ଚଳକୁ ଚୋରା ଚାଲାଣ କରୁଥିବା ବେଳେ ପୋଲିସ ହାତରେ ଧରା ପଡିଛି। ପୋଲିସ ଉକ୍ତ ଗଞ୍ଜେଇକୁ ଜବତ କରିବା ସହିତ ଘଟଣାରେ ସମ୍ପୃକ୍ତ ଥିବା ଜଣେ ବ୍ୟକ୍ତିକୁ ଓର୍କେଲ ପୋଲିସ ଗିରଫ କରିଛି।ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି କାଲିମେଳା ଥାନା ଅଧିନସ୍ତ ତାଟିଗୁଡା ଗ୍ରାମରେ ରହୁଥିବା ଜଗା ମାଡ଼କାମୀଙ୍କ ପୁଅ
ରାମ ମାଡ଼କାମୀ-(୩୯) ବୋଲି ଜଣା ପଡିଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଗତ ଶୁକ୍ରବାର ଦିନ ଥାନା ଅଧିକାରୀ ଧିରେନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ଏସଆଇ ମିଳନ ବରିହାଙ୍କ ନେତୃତ୍ୱରେ ଏକ ପୋଲିସ ଟିମ
କୋରୁକୋଣ୍ଡ ବ୍ଲକ ପୁରୁଣା ଚି଼ମଟାପାଲ୍ଲୀ ପଞ୍ଚାୟତ ଅଧିନସ୍ତ
କାତାପାଲୀ ଗ୍ରାମ ନିକଟ ଅଞ୍ଚଳରେ ଅପରାହ୍ନ ପ୍ରାୟ ୨ ଟା ସମୟରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଜଣେ ବ୍ୟକ୍ତି ଏକ ଜରି ବସ୍ତାରେ କଛି ସାମଗ୍ରୀ ଧରି କାଲିମେଳା ଅଞ୍ଚଳକୁ ଯିବା ପାଇଁ ଗାଡିକୁ ଅପେକ୍ଷା କରି ଛିଡା ହୋଇଥିବା ପୋଲିସ ଦେଖିବା ପରେ ସନ୍ଦେହ ହେବାରୁ ପୋଲିସ ତାଙ୍କୁ ଅଟକାଇ ତାଙ୍କ ପାଖରେ ଥିବା ବସ୍ତାକୁ ଖୋଲି ଯାଞ୍ଚ କରିବାରୁ ସେଥିରେ ୩୦କିଲୋ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ। ଘଟଣା ସ୍ଥଳରୁ ପୋଲିସ ଉକ୍ତ ଗଞ୍ଜେଇକୁ ଜବତ କରିବା ସହିତ ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିକୁ ଧରି ଥାନାକୁ ଆଣିଥିଲେ। ଏନେଇ ଥାନାରେ କେସ ନମ୍ବର-୧୯୧/୨୦୨୫ ଦଫା ୨୦(ବି )(ii)(ସି )ଏନଡିପିଏସ ଧାରାରେ ରାମ ମାଡ଼କାମୀକୁ ଆଜି ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *