ମାଲକାନଗିରି //ସିମେଣ୍ଟ ଲୋଡ ନେଇ ଆସିଥିବା ଟ୍ରକରୁ ଡକାୟତି ମାମଲାରେ ଜଣେ ନାବାଳକ ସମେତ ୨ ଗିରଫ, ଅନ୍ୟ ଜଣେ ଅଭିଯୁକ୍ତ ଫେରାର-ମନୋଜ ଦେବ ପାଙ୍ଗି ଦର୍ଶନସମୀକ୍ଷା ମାଲକାନଗିରି

Spread the love

ସିମେଣ୍ଟ ଲୋଡ ନେଇ ଆସିଥିବା ଟ୍ରକରୁ ଡକାୟତି ମାମଲାରେ ଜଣେ ନାବାଳକ ସମେତ ୨ ଗିରଫ, ଅନ୍ୟ ଜଣେ ଅଭିଯୁକ୍ତ ଫେରାର

ମାଲକାନଗିରି,୨୮/୦୫ (ମନୋଜ ଦେଵ ପାଙ୍ଗି)ଦର୍ଶନ ସମୀକ୍ଷା
ମାଲକାନଗିରି ଜିଲ୍ଲା ବାଲିମେଳା ସହରର ଚିତାପାରୀ ବ୍ରିଜ ନିକଟସ୍ଥ ଏକ ହାର୍ଡୱେର ଦୋକାନ କୁ ଆସିଥିବା ସିମେଣ୍ଟ ବୋଝେଇ ଟ୍ରକରୁ ଗତ ୬ ଦିନ ତଳେ ଡକାୟତି ହୋଇଥିବା ବେଳେ ଏନେଇ ଥାନାରେ କେସ ନଂ ୧୫୧/୨୫ ରେ ମାମଲା ରୁଜୁ ହୋଇଥିଲା। ପରେ ଘଟଣା ର ସମ୍ପୂର୍ଣ୍ଣ ତଦନ୍ତ ଓରକେଲ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ବହୁ ଯୁବକ ମାନଙ୍କୁ ନେଇ ପଚରାଉଚରା ଜାରି ରଖିଥିଲା। ତେବେ ଆଜି ଏହି ମାମଲାରେ ସମ୍ପୃକ୍ତ ଥିବା ୩ ଜଣ ଅଭିଯୁକ୍ତ କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କ ନିକଟରୁ ବ୍ୟବହୃତ ଫଟା ମଦ ବୋତଲ ଏବଂ ଚୋରି କରିଥିବା ମୋବାଇଲ ଜବତ କରିଛି। ୩ ଜଣ ଅଭିଯୁକ୍ତ ସ୍ଥାନୀୟ ବାଲିମେଳା ସହରର ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ନାବାଳକ ରହିଛି। ଅନ୍ୟ ୨ ଅଭିଯୁକ୍ତ ନାମ ସନ୍ତୋଷ ନାଗ(୧୯), ମେଡିକାଲ ସାହି ଏବଂ ଜଗନ୍ନାଥ ବାଜିଙ୍ଗ(୨୦), ଥାନା ସାହିର ବୋଲି ପୋଲିସ ସୂଚନା ଦେଇଛି। ତେବେ ଗତ ଗୁରୁବାର ବିଳମ୍ବିତ ରାତ୍ରରେ ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲା ଜାଗେୟାପେଦା ଅଞ୍ଚଳରୁ ଏକ ସିମେଣ୍ଟ ବୋଝେଇ ଟ୍ରକ ବାଲିମେଳା ସହରକୁ ଲୋଡ଼ ନେଇ ଆସିଥିବା ବେଳେ ରାତ୍ର ହେବାରୁ କେହି ଲେବର ନ ଆସିବାରୁ ସହରକୁ ଲାଗି ରହିଥିବା ଚିତାପାରୀ ବ୍ରିଜ ନିକଟରେ ଗାଡିଟି ରଖି ଡ୍ରାଇଭର ଜଣକ ଶୋଇଥିଲା। ସେହି ସମୟରେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ନିଜକୁ ଶୋଷ ଲାଗୁଥିବା କହି ଡ୍ରାଇଭର ଜଣକୁ ଉଠାଇ ପାଣି ମାଗିଥିଲେ। ଡ୍ରାଇଭର ଜଣକ ପାଣି ଆଣି ଦେବା ସମୟରେ ପଛପଟୁ ଜଣେ ଯୁବକ ମଦ ବୋତଲ ଫଟାଇ ଡ୍ରାଇଭର ଜଣଙ୍କ ବେକରେ ନେଇ ରଖିଥିଲା। ଏହାପରେ ଅନ୍ୟ ୩ ଯୁବକ ତାକୁ ଚାରି ପଟୁ ଘେରି ତାକୁ ମାରିବା ସହ ତା ନିକଟରୁ ନଗଦ ୧୯ ହଜାର ୫୦୦ ଟଙ୍କା ଏବଂ ମୋବାଇଲ ଚୋରି ନେଇଥିଲେ। ପରେ ଡ୍ରାଇଭର ଜଣକ ଓରକେଲ ଥାନାର ଦ୍ୱାରସ୍ଥ ହୋଇ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିବା ପରେ ଆଜି ସମସ୍ତ ଚୋରଙ୍କୁ ଧରିବାରେ ପୋଲିସ ସକ୍ଷମ ହୋଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବା ପୋଲିସ ସୂଚନା ଦେଇଛି। ଫେରାର ଅଭିଯୁକ୍ତ ଟିର ନାମ ବବଲୁ ପାଙ୍ଗି ହୋଇଥିବା ବେଳେ ତା ଘର ସ୍ଥାନୀୟ ପମ୍ପ ଲାଇନ ଏବଂ ତାକୁ ପୋଲିସ ବହୁତ ଶୀଘ୍ର ଗିରଫ କରିବ ବୋଲି ତଦନ୍ତକାରୀ ଅଧିକାରୀ ଏସଆଇ ଅଜିତ ସିଂ ବରିହା ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *