ଲିଫ୍ଟ ଦେବା ବାହାନାରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ
ମାଲକାନଗିରି:ଦର୍ଶନ ସମୀକ୍ଷା
ଲିଫ୍ଟ ଦେବା ବାହାନାରେ ଜଣେ ୧୫ ବର୍ଷୀୟ ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ନେଇ ଶନିବାର ସନ୍ଧ୍ୟାରେ ମାଲକାନଗିରି ଜିଲ୍ଲା ଓର୍କେଲ ଥାନାରେ ଏକ ମାମଲା ରୁଜୁ ହୋଇଛି। ତେବେ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ନାବାଳିକା ଜଣକ ଗତ ବର୍ଷ ଦଶମ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇ ନିଜ ମାମୁଁ ଘରେ ରହୁଥିଲେ। ଗତ ୧୪ ତାରିଖ ଦିନ ନାବାଳିକା ଜଣଙ୍କ ମାମୁଁ ଘରୁ ନିଜ ଘରକୁ କିଛିଦିନ ପାଇଁ ଯାଇଥିଲେ। ଗତ ୨୦ ତାରିଖ ଦିନ ନାବାଳିକା ଜଣକ ନିଜଘରୁ ବାହାରି ଏକ ବସ ଯୋଗେ ଫେରି ଆସି ମାମୁଁ ଘର ଗାଁ ଛକରେ ବସରୁ ଓଲ୍ହାଇ ଗାଁକୁ ଚାଲି ଚାଲି ଯାଉଥିଲେ।ସେହି ସମୟରେ ମାମୁଁ ଘର ଗ୍ରାମର ଜଣେ ବ୍ୟକ୍ତି ବାଇକରେ ସେହି ରାସ୍ତା ଦେଇ ଯାଉଥିଲେ। ନାବାଳିକାଙ୍କୁ ଏକୁଟିଆ ଦେଖି ବ୍ୟକ୍ତି ଜଣକ ତାଙ୍କୁ ଘରେ ଛାଡ଼ିଦେବି କହି ବାଇକରେ ବସାଇ ସାଙ୍ଗରେ ନେଇଯାଇଥିଲେ। ସେଠାରୁ ନାବାଳିକାଙ୍କୁ ଘରେ ନ ଛାଡି ତାଙ୍କୁ ଚିତ୍ରକୋଣ୍ଡା ଡ୍ୟାମ ବୁଲାଇ ଆଣିବି ବୋଲି ପ୍ରବର୍ତ୍ତାଇ ନାବାଳିକା ଙ୍କୁ ସାଙ୍ଗରେ ବୁଲାଇବାକୁ ନେଇ ଯାଇଥିଲେ।
ତେବେ ଚିତ୍ରକୋଣ୍ଡା ଅଞ୍ଚଳରୁ
ବୁଲାବୁଲି ସାରି ଫେରିବା ବେଳେ ସନ୍ଧ୍ୟା ହୋଇଯାଇଥିଲା। ଏହାର ସୁଯୋଗ ନେଇ ବ୍ୟକ୍ତି ଜଣକ ରାସ୍ତାରେ ଥିବା ହାତୀଆମ୍ଭ ଗ୍ରାମ ନିକଟ ଜଙ୍ଗଲରେ ନାବାଳିକାଙ୍କ ସହ ଜୋର ଜବରଦସ୍ତ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ରାତି ପ୍ରାୟ ୮ ଟା ସମୟରେ ବ୍ୟକ୍ତି ଜଣକ ନାବାଳିକାକୁ ନେଇ ତାଙ୍କ ମାମୁଁ ଘର ଗ୍ରାମରେ ଛାଡି ଦେଇଥିଲେ। ରାତି ହୋଇ ଯାଇଥିବାରୁ
ନାବାଳିକା ଜଣକ ଭୟରରେ ନିଜ ମାମୁଁ ଘରକୁ ନଯାଇ ଉକ୍ତ ଗ୍ରାମର ଜଣେ ପରିଚିତ ବ୍ୟକ୍ତିଙ୍କ ଘରେ ରାତିରେ ରହିଥିଲେ। ତା ପରଦିନ ସକାଳେ ସେ ନିଜ ମାମୁଁଙ୍କ ଘରକୁ ଯାଇ ଉଭୟ ମାମୁଁ ଓ ମାଇଁଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଏହାପରେ ବାଇକ ଚାଳକ ଉକ୍ତ ଗ୍ରାମରୁ କେଉଁଆଡ଼ ପଳାଇ ଯାଇଥିଲେ।
ନାବାଳିକାଙ୍କ ମାମୁଁ ଗ୍ରାମର ସବୁ ଭଦ୍ର ବ୍ୟକ୍ତି ମାନଙ୍କୁ ନେଇ ଏକ ବୈଠକ ଡାକି ଘଟିଥିବା ଘଟଣା ସମ୍ପର୍କରେ ଗ୍ରାମବାସୀଙ୍କୁ ଜଣାଇଥିଲେ।
ଉକ୍ତ ବୈଠକକୁ ଗ୍ରାମର ସମସ୍ତ ବ୍ୟକ୍ତି ଉପସ୍ଥିତ ଥିବା ବେଳେ ଉକ୍ତ ବାଇକ ଚାଳକ ଜଣଙ୍କ ବୈଠକକୁ ଆସି ଅନ୍ୟତ୍ର ଫେରାର ହୋଇ ଯାଇଥିଲେ। ଗ୍ରାମବାସୀଙ୍କ ପରାମର୍ଶ କ୍ରମେ ପରେ ପୀଡିତାର ମାମୁଁ ବାଧ୍ୟହୋଇ ଶନିବାର ଓର୍କେଲ ଥାନାରେ ଦ୍ୱାରସ୍ଥ ହୋଇ ଘଟଣାରେ ସମ୍ପୃକ୍ତ ଥିବା ଦୟା ମାଢ଼ି-(୫୦) ନାମକ ବ୍ୟକ୍ତଙ୍କ ବିରୁଦ୍ଧରେ ଏକ ଲିଖିତ ଏତଲା ପ୍ରଦାନ କରିଛନ୍ତି। ଏନେଇ ପୋଲିସ ପକ୍ଷରୁ ଥାନାରେ ତୁରନ୍ତ କେସ ନମ୍ବର ୨୦୦/୨୫ ଦଫା-୧୩୭(୨)/୬୫(୧)/୩୫୧(୨)(୩)/ବିଏନଏସ/୪(୨) ପୋକ୍ସ ଧାରାରେ ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଦୁଷ୍କର୍ମକାରୀଙ୍କୁ ତୁରନ୍ତ ଗିରଫ କରିବା ନିମନ୍ତେ ଥାନା ଅଧିକାରୀ ଧିରେନ ପଟ୍ଟନାୟକଙ୍କ ନେତୃତ୍ୱରେ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରୀ ରହିଥିଲା ପୋଲିସ ପକ୍ଷରୁ ପୀଡ଼ିତାଙଙ୍କୁ ଆଜି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ପଠାଇ ତାଙ୍କର ଡାକ୍ତରୀ ମାଇନା କରାଯାଇଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି
ଘଟଣାରେ ସମ୍ପୃକ୍ତ ଥିବା ଦୟା ମାଢ଼ି ନାମକ ବ୍ୟକ୍ତିକୁ ପୋଲିସର ସ୍ୱତନ୍ତ୍ର ଟିମ କୁଡୁମୁଲୁଗୁମ୍ମା ଫାଣ୍ଡି ଅଧିନସ୍ତ ଏକ ଗ୍ରାମରୁ ଚଢ଼ାଉ କରି ତାଙ୍କୁ ଗିରଫ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି। ପୋଲିସ ପକ୍ଷରୁ ଏହି ଘଟଣାର ପୁଙ୍ଖାନୁ ପୁଙ୍ଖ ଭାବେ ତଦନ୍ତ ଜାରୀ ରହିଥିବା ପୋଲିସ କହିଛି।
ମାଲକାନଗିରି //ଲିଫ୍ଟ ଦେବା ବାହାନାରେ ଜଣେ ୧୫ ବର୍ଷୀୟ ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ନେଇ ଶନିବାର ସନ୍ଧ୍ୟାରେ ମାଲକାନଗିରି ଜିଲ୍ଲା ଓର୍କେଲ ଥାନାରେ ଏକ ମାମଲା ରୁଜୁ ହୋଇଛି

Leave a Reply