ମାନ୍ୟବର ରାଜ୍ୟପାଳଙ୍କ ବଣ୍ଡାଘାଟି ପରିଦର୍ଶନ
ବଣ୍ଡାଘାଟିର ବିକାଶ ଓ ଆଦିମ ବଣ୍ଡା ଜନଜାତିଙ୍କ ଉନ୍ନତି ପାଇଁ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ=ମନୋଜ ଦେବ ପାଙ୍ଗି
ମାଲକାନଗିରି:=ଦର୍ଶନସମୀକ୍ଷା
ଆଜି କୋରାପୁଟ ଠାରୁ ସ୍ୱତନ୍ତ୍ର କାର ଯୋଗେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ପ୍ରଥମ ଥର ପାଇଁ ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡା ପଞ୍ଚାୟତର ବଣ୍ଡାଘାଟି ଗସ୍ତ କରିଛନ୍ତି।
ରାଜ୍ୟପାଳ ଡ. କମ୍ଭମପାଟି କୋରାପୁଟ ରୁ , ମାଲକାନଗିରି ଜିଲ୍ଲାର ପ୍ରବେଶ ଦ୍ୱାର ଗୋବିନ୍ଦପାଲି ଠାରେ ପହଁଚିବା ପରେ ତାଙ୍କୁ
ମାଲକାନଗିରି ବିଧାୟକ ନରସିଂହ ମାଡକାମି,ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ,
ଜିଲ୍ଲାପାଳ ସୋମେଶ ଉପାଧ୍ୟୟ , ଏସପି ବିନୋଦ ପାଟିଲ, ଡିଏଫଓ ସାଇ କିରନ ରାଜ୍ୟପାଳ ଙ୍କୁ ଭଵ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ବନ ବିଭାଗ ଡାକ ବଙ୍ଗଳା କୁ ପାଛୋଟି ନେଇଥିଲେ । ଏହା ପରେ ରାଜ୍ୟପାଳ ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡା ବଣ୍ଡାଘାଟି ଗସ୍ତ କରିଥିଲେ । ଘାଟିରେ ପହଁଚିବା ପରେ ବଣ୍ଡା ପୁରୁଷ ଓ ମହିଳା ମାନେ ରାଜ୍ୟପାଳ ଙ୍କୁ ପାରମ୍ପରିକ ସଙ୍ଗୀତ ଓ ନୃତ୍ୟ ମାଧ୍ୟମ ରେ ସ୍ୱାଗତ ଜଣାଇ ଫୁଲ ମାଳ ଦେଇ ପବିତ୍ର ସୀତାକୁଣ୍ଡ ଓ ଶ୍ରୀରାମମନ୍ଦିର ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ରାଜ୍ୟପାଳ ପବିତ୍ର ସୀତାକୁଣ୍ଡ ପରିଦର୍ଶନ କରି ଏହାର ବିକାଶ କିପରି କରାଯିବ ସେଥି ପ୍ରତି ଗୁରତ୍ୱ ଦେଇଥିଲେ। ବଣ୍ଡା ଉନ୍ନୟନ ସଂସ୍ଥା ପରିଦର୍ଶନ କରି ଆଦିମ ବଣ୍ଡା ଜନଜାତିଙ୍କ ପାଇଁ ସଂସ୍ଥା ଦ୍ୱାରା କିପରି ବିକାଶ ହୋଇଛି ସେସମ୍ପର୍କରେ ପଚାରି ବୁଝିଥିଲେ । ବଣ୍ଡା ଦକ୍ଷତା ବିକାଶ,ଟେଲରିଙ୍ଗ ୟୁନିଟ, ମଲ୍ଟି ପ୍ରୋସେସିଙ୍ଗ ୟୁନିଟ, ଆଦିମ ବଣ୍ଡା ଜନଜାତିଙ୍କ ପାରମ୍ପରିକ ବସ୍ତ୍ର, ଅଳଂକାର ନିର୍ମାଣ କାରୁକାର୍ଯ୍ୟ ଦେଖିବା ସହିତ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ଓ ଆଦିମ ବଣ୍ଡା ଜନଜାତି ଙ୍କ ସୁବିଧା ଅସୁବିଧା କଥା ପଚାରି ବୁଝିଥିଲେ। ସେହିପରି ବିଡିଏ ପରିସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପିଏମ୍ ଜନମନ୍, ଜଙ୍ଗଲ ଜମି ପଟ୍ଟା, ୮୦ ବର୍ଷରୁ ଉର୍ଦ୍ଧ୍ବ ପେନସନ ହିତାଧୀକାରୀ, ସ୍ଵୟଂ ସହାୟକ ଗୋଷ୍ଠୀ, ଆଶା ଓ ଅଙ୍ଗନୱାଡ଼ି କର୍ମୀ, ଯୁବ ସ୍ଵେଚ୍ଛାସେବୀ ଓ ଲକ୍ଷପତି ଦିଦି ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ ରାଜ୍ୟପାଳ । ସେହିପରି ୧୫ ଜଣ ଆଦିମ ବଣ୍ଡା ଓ ୧୧ ଜଣ ଡିଡ଼ାୟୀ ସମ୍ପ୍ରଦାୟର ହିତାଧୀକାରୀଙ୍କୁ ରାଜ୍ୟପାଳ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିଛନ୍ତି। ସାମାଜିକ ସୁରକ୍ଷା ଯୋଜନା ଅଧୀନରେ ଜଣେ ହିତାଧୀକାରୀ ଙ୍କୁ ଜାତୀୟ ପରିବାର ମଙ୍ଗଳ ଯୋଜନା ରେ ୨୦ ହଜାର ଟଙ୍କା ର ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିବା ବେଳେ ଜଣେ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ହଜାରେ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିଲେ। କୃଷି ବ୍ୟତୀତ ଗୋପାଳନ, ଛେଳି, କୁକୁଡ଼ା ଚାଷ ମାଧ୍ୟମରେ ମଧ୍ଯ ବଣ୍ଡା ଜନଜାତି ଅଧିକ ରୋଜଗାରକ୍ଷମ ହୋଇପାରିବେ ବୋଲି ରାଜ୍ୟପାଳ କହିଛନ୍ତି ଏବଂ ଏଦିଗରେ ବିହୀତ ପଦକ୍ଷେପ ନେବାକୁ ସଂମ୍ପୃକ୍ତ କର୍ତ୍ତୁପକ୍ଷ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଡିଏ ଠାରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେଇ ବଣ୍ଡା ଘାଟି ର ବିକାଶ ପ୍ରତି ଗୁରୁତ୍ୱ ଦେଵା ସହ ଆଦିମ ବଣ୍ଡା ଜନଜାତିଙ୍କ ଉନ୍ନତି ପ୍ରତି ଧ୍ୟାନ ଦେଵା ପାଇଁ ଜିଲ୍ଲାପାଳ ଙ୍କୁ ପରାମର୍ଶ ଦେଇଥିଲେ । ପ୍ରଧାନମନ୍ତ୍ରୀ ଜନମନ ଯୋଜନା ରେ ସୁଫଳ ଏବଂ ଜଙ୍ଗଲ ଜମି ପଟ୍ଟା କାର୍ଯ୍ୟକ୍ରମ ରେ ଗ୍ରାମବାସୀ ଉପକୃତ ହୋଇଛନ୍ତି କି ନାହିଁ ରାଜ୍ୟପାଳ
ପଚାରି ବୁଝିଥିଲେ । ବଣ୍ଡା ଘାଟିରେ ଥିବା କନ୍ୟାଶ୍ରମ ଓ ମଙ୍ଗଳ ବିଭାଗର ହାଇସ୍କୁଲ ପରିଦର୍ଶନ କରି
ଶିକ୍ଷା ଦାନ କିପରି ହେଉଛି, ବିଦ୍ୟାଳୟ ର ଭିତ୍ତିଭୂମି ଏବଂ ସୁବିଧା ଅସୁବିଧା ସମ୍ପର୍କ ରେ ଛାତ୍ର ଛାତ୍ରୀ ଙ୍କୁ ପଚାରି ବୁଝିଥିଲେ। ଏହି ଅବସରରେ ରାଜ୍ୟପାଳ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ସହ ମିଶି ବସି ମଧ୍ୟାହ୍ନ ଭୋଜନ କରିଥିଲେ ।
ରକ୍ତହୀନତା ଓ ଦୃଷ୍ଟିଜନିତ ସମସ୍ୟା ଦୂରୀକରଣ ଦିଗରେ ସଚେତନତା ନେଇ ଅଭିନବ ପ୍ରୟାସ କରିଛନ୍ତି ରାଜ୍ୟପାଳ
ଓଡ଼ିଶାର ମାନ୍ୟବର ମହାମହିମ ରାଜ୍ୟପାଳ ମୁଦୁଲିପଡ଼ା ସ୍ଥିତ ସରକାରୀ ଏସଏସଡି ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ଏହି ଅବସରରେ ଛାତ୍ରୀ ମାନଙ୍କ ମଧ୍ୟରେ ଦେଖା ଯାଉଥିବା ରକ୍ତ ହୀନତା ଓ ଦୃଷ୍ଟି ଜନିତ ସମସ୍ୟା ଉପରେ ସଚେତନ କରିଛନ୍ତି ରାଜ୍ୟପାଳ । ଏହି କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କ ପାଇଁ ୧୨ ଗୋଟି ଦୃଷ୍ଟି ଜନିତ ସମସ୍ୟା ଚିହ୍ନଟ କରିବା ଯନ୍ତ୍ର (ଫୋଲ୍ଡିଙ୍ଗ ଓରପ୍ଟର) ପ୍ରଦାନ କରିଛନ୍ତି। ସୂଚନା ଯୋଗ୍ୟ ଏଲ ଭି ଆଇ ପ୍ରସାଦ ଆଇ ଇନଷ୍ଟିଟ୍ୟୁଟ୍ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଭାଗ ସହଯୋଗ ରେ ଏହାକୁ ପ୍ରଦାନ କରାଯାଇଛି।ତତ୍ ସହିତ ୫୦ ଜଣ ଶିକ୍ଷକଙ୍କୁ ଦୃଷ୍ଟି ଜନିତ ସମସ୍ୟା ଚିହ୍ନଟ କରିବା ଯନ୍ତ୍ର(ଫୋଲ୍ଡିଙ୍ଗ ଓରପ୍ଟର)
ର ବ୍ୟବହାର ସମ୍ପର୍କରେ ତାଲିମ୍ ଦିଆଯାଇଛି। ଆଜି ଏସଏସଡି ଉଚ୍ଚ ବିଦ୍ୟାଳୟ ପରିସରରେ ଏକ କ୍ୟାମ୍ପ କରାଯାଇ ଛାତ୍ରୀ ମାନଙ୍କ ଚକ୍ଷୁ ପରୀକ୍ଷା କରାଯାଇଛି। ସେହିପରି ଏହି ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀ ମାନଙ୍କୁ ରକ୍ତହୀନତା ( ଏନେମିଆ) ଉପରେ ସଚେତନ କରାଯାଇଛି । ରାଜ ଭବନ ପକ୍ଷରୁ ଏହି ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀ ମାନଙ୍କୁ ଦୁଇ ମାସ ପର୍ଯ୍ୟନ୍ତ ବିଟ୍, ଗାଜର ଓ ବାଦାମ ଲଡୁ ( ଚିକି) ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି। ସୂଚନା ଥାଉ କି ଏହି ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ ରାଜ୍ୟପାଳ ଏହି ବିଦ୍ୟାଳୟରେ ଆରମ୍ଭ କରିଛନ୍ତି ଏବଂ ଏହାର ସମସ୍ତ ଖର୍ଚ୍ଚ ରାଜ ଭବନ ପକ୍ଷରୁ ବହନ କରାଯିବ। ଆଜି ରାଜ୍ୟପାଳଙ୍କ ଉପସ୍ଥିତିରେ ଛାତ୍ରୀ ମାନେ ଗାଜର ଓ ବିଟ୍ ଜୁସ୍ ପିଇବା ସହ ଗୋଟିଏ ଲେଖାଏ ବାଦାମ ଲଡୁ (ଚିକି) ଖାଇଛନ୍ତି। ପ୍ରତ୍ୟେକ ଦିନ ସକାଳ ନଅଟାରେ ଛାତ୍ରୀ ମାନଙ୍କୁ ଗୋଟିଏ ଗ୍ଲାସ୍ ଗାଜର ଓ ବିଟ୍ ଜୁସ୍ ସହ ଗୋଟିଏ ଲେଖାଏ ବାଦାମ ଲଡୁ (ଚିକି)
ଦିଆଯିବ ।ଏହି ସ୍ୱତନ୍ତ୍ର ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, କମିଶନର ତଥା ସଚିବ ରୂପା ରୋଶନ ସାହୁ, ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍ ଓ ବନଖଣ୍ଡ ଅଧିକାରୀ ସାଇ କିରଣ ଉପସ୍ଥିତ ଥିଲେ।
Leave a Reply