ଭାଇ ଘରେ ନଥିବା ବେଳେ ରାତି ଅଧରେ କବାଟ କବାଟ ଭାଙ୍ଗି ଭାଉଜଙ୍କୁ ଅସଦାଚରଣ କରିବା ଅଭିଯୋଗରେ
ଦିଅର ଗିରଫ
ଅଭିଯୁକ୍ତକୁ ମାଲକାନଗିରିରୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ
ମାଲକାନଗିରି(ମନୋଜ ଦେବ ପାଙ୍ଗି)ଦର୍ଶନ ସମୀକ୍ଷା
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ନୀଳାକାମ୍ବେରୁ ପଞ୍ଚାୟତ ଅଧିନସ୍ତ ନୀଳାଦ୍ରୀନଗର ଗ୍ରାମରେ
ଗତ ୨୨ ତାରିଖ ମଙ୍ଗଳବାର ମଧ୍ୟ୍ୟ ରାତ୍ରିରେ ଏକଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଏହି ଗ୍ରାମରେ ଗୋଟିଏ ଘରର ଯଦୁମଣି ଖରା, ସୋମନାଥ ଖରା ଏବଂ ସାନଭାଇ ପ୍ରେମ ଖରା (ସୁନାଧର) ମୋଟ ତିନି ଜଣ
ଭାଇ ଗୋଟିଏ ଜାଗାରେ ଅଲଗା ଅଲଗା ଘରେ ରହୁଛନ୍ତି। କୌଣସି କାରଣରୁ ଦୀର୍ଘଦିନ ହେବ ସୋମନାଥ ଘରେ ରହୁନାହାନ୍ତି। ଘରେ ସୋମନାଥଙ୍କ ସ୍ତ୍ରୀ ଏବଂ ଝିଅ ରହୁଛନ୍ତି। ବଡଭାଇ ସୋମନାଥ ଘରେ ନଥିବାର ସୁଯୋଗ ନେଇ ଦିଅର ପ୍ରେମ ଖରା ମଙ୍ଗଳବାର ମଧ୍ୟ ରାତିରେ ଭାଉଜଙ୍କ ଫୋନ କରିଥିଲା। ତାଙ୍କ ଝିଅ ଫୋନ ରିସିଭ କରିବାରୁ ମା କୁ ଫୋନ ଦେବାକୁ କହିଥିଲା। ଭାଉଜ ଫୋନ ରିସିଭ କରିବାରୁ ତାଙ୍କୁ ବିଭିନ୍ନ ପ୍ରକାର ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲା। ଏହାର କିଛି ସମୟ ପରେ ଦିଅର ପ୍ରେମ ଭାଉଜଙ୍କ ଘରେ ପହଁଞ୍ଚି କବାଟକୁ ଧକ୍କା ମାରି ଭାଙ୍ଗି ଘରେ ପଶିବା ସହିତ ଭାଉଜଙ୍କୁ ଟଣା ଓଟରା କରି ଅନୈତିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। ଭାଉଜ ଜୋରରେ ଚିତ୍କାର କରିବାରୁ ଦେଢଶୁର ଯଦୁମଣି ସେଠାରେ ପହଁଞ୍ଚି ଭାଇବୋହୁଙ୍କୁ ଉଦ୍ଧାର କରିଥିଲେ। ଏହି ଘଟଣା ସମ୍ପର୍କରେ ପରିବାର ଲୋକେ ପୋଲିସକୁ ଜଣାଇଥିଲେ। ସୂଚନା ଥାନା ଅଧିକାରୀ ଧିରେନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ଏଏସଆଇ ବିସି ମଝିଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ଘଟଣା ସ୍ଥଳରେ ପହଁଞ୍ଚିଥିଲା
ପୋଲିସ ଗାଡିକୁ ଦେଖିବା ମାତ୍ରେ ପ୍ରେମ ସେଠାରୁ କେଉଁଆଡେ ଫେରାର ହୋଇଯାଇଥିଲା।ଏ ନେଇ
ସୋମନାଥଙ୍କ ସ୍ତ୍ରୀ ଗତ ବୁଧବାର ଦିନ ଓର୍କେଲ ଥାନାରେ ଏକ ଲିଖିତ ଆତଲା ପ୍ରଦାନ କରିଛନ୍ତି। ଉକ୍ତ ଏତଲାକୁ ଭିତ୍ତି କରି ପୋଲିସ ପକ୍ଷରୁ ଥାନାରେ କେସ ନମ୍ବର -୧୯୫/୨୦୨୫ ଦଫା -୩୩୧(୪)/୩୩୨(ବି )/୬୪/୬୨/୨୯୬/(୨)(୩)/୩୫୧(୪)ବିଏନଏସ ରେ ଏକ ମାମଲା ରୁଜୁ କରାଯାଇଛି। ଗତକାଲି ରାତିରେ ଏସଆଇ ହର ପ୍ରିୟା ଶବରଙ୍କ ନେତୃତ୍ୱରେ ପୋଲିସର ଏକ ସ୍ୱତନ୍ତ୍ର ଟିମ ପ୍ରେମ ଙ୍କୁ ମାଲକାନଗିରି ଅଞ୍ଚଳରୁ ଗିରଫ କରି ଆଣିଥିଲେ। ଏହି ଘଟଣାରେ ସମ୍ପୃକ୍ତ ଥିବା ପ୍ରେମକୁ ଆଜି ପୋଲସ ପକ୍ଷରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି। ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ପ୍ରେମଙ୍କ ନାମରେ ପୂର୍ବରୁ ବିଭିନ୍ନ ଘଟଣାରେ ପ୍ରାୟ ୭ ଟି ମାମଲା ରହିଥିବା କୁହାଯାଇଛି।
Leave a Reply