ବାୟାପଡା ଘାଟିରେ ୨୫ ଜଣ ଯାତ୍ରୀଙ୍କୁ ନେଇ ଆସୁଥିବା କମାଣ୍ଡର ଓଲଟିଲା ଦୁର୍ଘଟଣାରେ ୧୨ ରୁ ଉର୍ଦ୍ଧ୍ବ ଆହତ
ଘଟଣା ସ୍ଥଳରୁ ଡ୍ରାଇଭର ଫେରାର
ମାଲକାନଗିରି:ଦର୍ଶନ ସମୀକ୍ଷା
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ନାକାମାମୁଡି ପଞ୍ଚାୟତ ଅଧିନସ୍ତ ବାୟାପଡା ଘାଟିରେ ଗୁରୁବାର ସକାଳ ପ୍ରାୟ ୯ ଟା ସମୟରେ ଆମ୍ବିଳିବେଡା ଗ୍ରାମରୁ ଏକ କମାଣ୍ଡର ଗାଡି ନମ୍ବର ଓ ଆର -୧୦-ବି -୯୦୯୬ ଗାଡ଼ିରେ ଉକ୍ତ ଗ୍ରାମର ପ୍ରାୟ ୨୫ ରୁ ଉର୍ଦ୍ଧ ଯାତ୍ରୀଙ୍କୁ ବସାଇ କୁଡୁମୁଳୁଗୁମ୍ମା ଅଭିମୁଖେ ଆସୁଥିବା ସମୟରେ ବାୟାପଡା ଘାଟିରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି ପଡିଥିଲା। ଫଳରେ ଗାଡ଼ିରେ ବସିଥିବା ୨୫
ରୁ ଉର୍ଦ୍ଧ ଯାତ୍ରୀଙ୍କ ମଧ୍ୟରୁ ପ୍ରାୟ ୧୨
ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଛନ୍ତି।
ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ସଙ୍ଗେ ସଙ୍ଗେ ଓର୍କେଲ ଥାନା ଅଧିକାରୀ ଧିରେନ ପଟ୍ଟନାୟକଙ୍କ ନେତୃତ୍ୱରେ କୁଡୁମୁଳୁଗୁମ୍ମା ଫାଣ୍ଡି ଅଧିକାରୀ କୃଷ୍ଣ ଚନ୍ଦ୍ର ହିଆଲ, ଏଏସଆଇ ସୁରେଶ ବିସି ମାଝୀ, ଏଏସଆଇ ଧନୁର୍ଜୟ ମୁର୍ମୁ, ଏଏସଆଉ କୁମାର ଟାକ୍ରୀଙ୍କ ସହ ପୋଲିସର ଏକ ଟିମ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଁଞ୍ଚି ଦୁର୍ଘଟଣାରେ ଆହତ ହୋଇଥିବା ଲୋକ ମାନଙ୍କୁ ଉଦ୍ଧାର କରି ସମସ୍ତଙ୍କୁ ଚିକିତ୍ସା ନିମନ୍ତେ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସମସ୍ତ ଆହତ ବ୍ୟକ୍ତି ମାନଙ୍କର ପ୍ରାଥମିକ ଚିକିତ୍ସା କରିଥିଲେ। ତେବେ ସେମାନଙ୍କ ମଧ୍ୟରୁ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ୬ ଜଣ ବ୍ୟକ୍ତିଙ୍କୁ ଉଚ୍ଚ ଚିକିତ୍ସା ନିମନ୍ତେ ମାଲକାନଗିରି ଜିଲ୍ଲା
ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ଡାକ୍ତର ସ୍ଥାନାନ୍ତର କରିଛନ୍ତି। ପୋଲିସ ପକ୍ଷରୁ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଗାଡିକୁ ଜବତ କରାଯିବା ସହିତ ଏନେଇ ଥାନାରେ ଦୁର୍ଘଟଣା କେସ ନମ୍ବର
୨୦୨୪/୨୦୨୫ରେ ପୋଲିସ ଏକ
ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରୀ ରଖିଥିବା ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ କହିଛନ୍ତି। ଘଟଣା ସ୍ଥଳରୁ ଗାଡି ଚାଳକ ଫେରାର ଥିବା ଜଣା ପଡିଛି। ତେବେ ଗାଡିର କ୍ଷମତା ଠାରୁ ଅଧିକ ଯାତ୍ରୀଙ୍କୁ ବସାଇ ଯାତ୍ରୀ ପରିବହନ କରିବା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ଅଞ୍ଚଳବାସୀ କହିଛନ୍ତି। ପୂର୍ବରୁ ଏହି କାରଣରୁ
ଏହି ବାୟାପଡା ଘାଟିରେ ଅନେକ ଥର ଦୁର୍ଘଟଣା ଘଟିଥିବା ନଜିର ରହିଛି। ତେବେ ଏହି ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତି ମାନେ ହେଲେ ଆମ୍ବିଳିବେଡା ଗ୍ରାମର ମମିତା ହନ୍ତାଳ,
ଶୁକଲ ରାସପେଦା, ବୈଷ୍ଣବ ମୁଦୁଲୀ, କାଳୀମଣୀ ରାସପେଦା, ପ୍ରମିଳା ସୀସା, ସୁନିତା ରାସପେଦା, ଗୁରୁବାରୀ ରାସପେଦା ଦୁର୍ଯ୍ୟ ରାସପେଦା, ସନାଇ
ରାସପେଦା, ତାନୀ ପୁଟିଆଶଙ୍କର ରାସପେଦା ଓ ଆଂଗ୍ରୀ ବଚେଲ ନାମକ ବ୍ୟକ୍ତି ମାନେ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣା ପଡିଛି।
Leave a Reply