ନବୋଦୟ ବିଦ୍ୟାଳୟର ୪ ଛାତ୍ରୀ ଓ ଜଣେ ଛାତ୍ର ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି
କାରଣ ଅସ୍ପଷ୍ଟ
ମାଲକାନଗିରି(ମନୋଜ ଦେବ ପାଙ୍ଗି)ଦର୍ଶନ ସମୀକ୍ଷା
ମାଲକାନଗିରି ଜିଲ୍ଲା ବାଲିମେଳା ସ୍ଥିତ ନବୋଦୟ-୨ ବିଦ୍ୟାଳୟରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି।ଏହି ବିଦ୍ୟାଳୟରେ ଶୁକ୍ରବାର ସକାଳେ ୪ଜଣ ଛାତ୍ରୀ ଜଣେ ଛାତ୍ର କୌଣସି କାରଣରୁ ହଠାତ ଅଚେତ ହୋଇପଡିଥିଲେ।ସଙ୍ଗେ ସଙ୍ଗେ ସ୍କୁଲ କର୍ତ୍ତୃପକ୍ଷ ପିଲାମାନଙ୍କୁ ଚିକିତ୍ସା ନିମନ୍ତେ ବାଲିମେଳା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଭର୍ତ୍ତି କରିଥିଲେ ।ସେଠାରେ ଡାକ୍ତର ତାଙ୍କର ଚିକିତ୍ସା କରିଥିଲେ।କିଛି ଘଣ୍ଟା ପରେ ଛାତ୍ର ଛାତ୍ରୀ ମାନେ ଧୀରେ ଧୀରେ ସୁସ୍ଥ ହୋଇଥିଲେ ।କେଉଁ କାରଣ ପାଇଁ ଏପରି ଘଟିଲା ବୋଲି ଅଧ୍ୟକ୍ଷ ଆର. ରାମୁଙ୍କୁ ପଚାରିବାରୁ ସେ କହିଥିଲେ ଯେ,ଆଜି ସକାଳେ ସ୍କୁଲରେ ସବୁ ପିଲାମାନେ ଜଲପାନ କରିବା ପରେ ନିଜ କୋଠରୀକୁ ଯାଇଥିଲେ। ହଠାତ ଯୁକ୍ତ -୨ ରେ ଶ୍ରେଣୀରେ ପଢ଼ୁଥିବା ୪ ଜଣ ଛାତ୍ରୀ ଓ ଜଣେ ଛାତ୍ର କୌଣସି କାରଣରୁ ଅସୁସ୍ଥ ହୋଇ ପଡ଼ିଥିଲେ। ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ଠିକ ହେବା ପରେ କେଉଁ କାରଣରୁ ଏପରି ହେଲା ତାହା ଜଣା ପଡିବ ବୋଲି ପ୍ରିନ୍ସପାଲ ଶ୍ରୀ ରାମୁ କହିଛନ୍ତି।
Leave a Reply