ବିବେକାନନ୍ଦ ସ୍ମାର୍ଟ ସ୍କୁଲ ପକ୍ଷରୁ ପାଳିତ ହେଲା ପବିତ୍ର ଜନ୍ମାଷ୍ଟମୀ ଉତ୍ସବ
ମାଲକାନଗିରି :ଦର୍ଶନ ସମୀକ୍ଷା
ବାଲିମେଳା ସହରରେ ଥିବା ବିବେକାନନ୍ଦ ସ୍ମାର୍ଟ ସ୍କୁଲରେ ଶନିବାର ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି। ଏହି ବିଦ୍ୟାଳୟରେ ଅଧ୍ୟୟନ କରୁଥିବା କୁନି କୁନି ପିଲା ମାନଙ୍କୁ ନେଇ ଏହି ଉତ୍ସବ ଟିକୁ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲିମେଳା ଏନଏସିର ନଗର ପାଳ ପ୍ରଦୀପ କୁମାର ନାୟକ,ସମ୍ମାନିତ ଅଥିତି ଭାବେ ସମାଜ ସେବୀ ବି, ଅରୁଣ କୁମାର ପାତ୍ର, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଶିକ୍ଷକ ଶରତ ଚନ୍ଦ୍ର ପାଢ଼ୀ, ଅବସରପ୍ରାପ୍ତ କମାଣ୍ଡେଣ୍ଟ ଦାମୋଦର କଅଁର ପ୍ରଥମେ ଠାକୁରଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହ ପରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମୁଖ୍ୟ ବକ୍ତା ଶ୍ରୀ ପାଢ଼ୀ ଭଗବାନ ଶ୍ରୀ କୃଷ୍ଣଙ୍କ ଜନ୍ମ ସମ୍ପର୍କରେ ବିସ୍ତୃତ ଭାବେ ନିଜର ବକ୍ତବ୍ୟ ରଖିଥିଲେ ।ପୁରାଣ ଅନୁସାରେ ଧରା ପୃଷ୍ଠକୁ ପ୍ରଭୁ ଶ୍ରୀ କୃଷ୍ଣ ଆସି ଥିଲେ କଂସଙ୍କ ଅତ୍ୟାଚାରକୁ ସମାପ୍ତ କରିବା ପାଇଁ ଦେବକୀ ଓ ବାସୁଦେବଙ୍କ ଠାରୁ ଭାଦ୍ରବ ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ରୋହିଣୀ ନକ୍ଷତ୍ରରେ ଶ୍ରୀ କୃଷ୍ଣଙ୍କ ଜନ୍ମ ହେଇଥିଲେ। ଶ୍ରୀ କୃଷ୍ଣଙ୍କ ଜୀବନ ଆମକୁ ଧର୍ମ, ସତ୍ୟ ଓ କର୍ତ୍ତବ୍ୟରେ ଚାଲିବା ପାଇଁ ପ୍ରେରଣା ଦେଇଥାଏ। ଆମେ ଯଦି ଶ୍ରୀ କୃଷ୍ଣଙ୍କ ଆର୍ଦସ, ସତ୍ୟ ବାଦିତା ଓ ନ୍ୟାୟ ପ୍ରୟାଣତା କୁ ଜୀବନରେ ଅନୁସରଣ କରିବା ତେବେ ଆମ ସମାଜ, ଦେଶ ଓ ପୃଥିବୀ ଶାନ୍ତି ଓ ଶ୍ରମୃଦ୍ଧି ରେ ପୁର୍ଣ ହେବ। ଆସନ୍ତୁ ଆମେ ସମସ୍ତେ ଏହି ପବିତ୍ର ଦିନରେ ନିଜେ ସତ କାର୍ଯ୍ୟ କରିବାର ପ୍ରତିଶୁତି ନେବା ବୋଲି ମୁଖ୍ୟ ଅଥିତି ନଗରପାଳ ଶ୍ରୀ ନାୟକ ନିଜର ଅଭିଭାଷଣ ମାଧ୍ୟମରେ ସମସ୍ତଙ୍କୁ ଏହି ମାର୍ଗ ଦର୍ଶନ କରାଇଥିଲେ। ବିଦ୍ୟାଳୟର କୁନି କୁନି ପିଲାମାନେ ରାଧା କୃଷ୍ଣଙ୍କ ବେଶ ଧାରଣ କରିଥିଲେ।ଏହି ପିଲାମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା।ବିବେକାନନ୍ଦ ସ୍ମାର୍ଟ ସ୍କୁଲର ଏହି ଅନୁଷ୍ଠାନର ସମ୍ପାଦକ ନରେଶ କୁମାର ସାମଲ ଇଂଲିଶ ମିଡିୟମ ସ୍କୁଲରେ ବିଦ୍ୟାଳୟ କତୃପକ୍ଷଙ୍କ ଦ୍ୱାରା ଏହି ପରି ଏକ ପୌରାଣିକ କାଯ୍ୟକ୍ରମ ଆୟୋଜନ କରାଯାଇଥିବାରୁ ପିଲା ମାନଙ୍କର ଅଭିଭାବକ ଓ ଅଞ୍ଚଳବାସୀ ସମ୍ପାଦକ ସାମଲଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ଅନୁଷ୍ଠାନ ର ଉପସଭାପତି ସନ୍ତୋଷ ପାଣିଗ୍ରାହୀ ଅତିଥି ମାନଙ୍କୁ ଧନ୍ୟବାଦ ଜଣାଇଥିଲେ।
Leave a Reply