ବାଲିମେଳା ରେ ବ୍ରାହ୍ମଣ ସମାଜ ର ପାରିବାରିକ ବୈଠକ ।
ମାଲକାନଗିରି:ଦର୍ଶନ ସମୀକ୍ଷା
ବାଲିମେଳା ରେ ସ୍ଥାନୀୟ କାଳୀ ମନ୍ଦିର ପ୍ରାଙ୍ଗଣରେ ଉତ୍କଳୀୟ ବୈଦିକ ବ୍ରାହ୍ମଣ ସମାଜ ର ପାରିବାରିକ ବୈଠକ ହୋଇଯାଇଅଛି । ଏହି ବୈଠରେ ବାଲିମେଳା ଓ ନିଳାକାମ୍ବେରୁ ର ପ୍ରାୟ ୧୫୦ ରୁ ଉର୍ଦ୍ଧ ପରିବାର ଏହି ବୈଠକ ରେ ଯୋଗ ଦେଇଥିଲେ । ବୈଠକ ଆରମ୍ଭରେ ଶ୍ରୀ ଦୁର୍ଗାମାଧବ ଙ୍କ ତୈଳ ଚିତ୍ର ରେ ଅତିଥି ମାନଙ୍କ ଦ୍ୱରା ପୁଷ୍ପ ମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ଅରମ୍ବ କରାଯାଇଥିଲା ବୈଠକ ରେ ଅସ୍ଥାୟୀ ଭାବରେ ହୋଇଥିବା ସଭାପତି ଶାରଦା ପ୍ରସାଦ ଦାସ ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ପଦ୍ମନାଭ ପଣ୍ଡା , ବାଲିମେଳା ବରିଷ୍ଠ ପୁରୋହିତ ରଙ୍କନିଧି ରଥଶର୍ମା , ଗଜେନ୍ଦ୍ର ମହାନ୍ତି , ପୁରୋହିତ ବାସୁଦେବ ଆଚାର୍ଯ୍ୟ , ପ୍ରମୁଖ ଉପସ୍ଥିତ ଥିଲେ । ବରିଷ୍ଠ ପୁରହିତ ରଥଶର୍ମା ନିଜ ବକ୍ତବ୍ୟରେ ଆସିଥିବା ସମସ୍ଥ ବ୍ରାହ୍ମଣ ପରିବାରକୁ ଧନ୍ୟବାଦ ଦେବା ସହ ବେଦଧ୍ୱନି ମାଧ୍ୟମରେ ବ୍ରାହ୍ମଣ ର ପକୃତ ପରିଚୟ ର ବ୍ୟାଖ୍ୟା କରିଥିଲେ । ଏଥିସହିତ ସମ୍ପାଦକ ନିଜ ବକ୍ତବ୍ୟରେ ପରିବାରକୁ ଏକ ସୃଖଳିତ ପରିବାର ଗଢିବା ନିମନ୍ତେ ଉପଦେଶ ଦେଇଥିଲେ । ଏହାପରେ ଆସିଥିବା ସମସ୍ତ ପରିବାର ଏହି ସମାଜ ଗଠନ ନିମନ୍ତେ ଖୁସି ବ୍ୟକ୍ତ କରିବା ସହିତ ଏହି ସମାଜ ଆଗାମୀ ଦିନରେ ସମସ୍ତ ପରିବାର ପାଇଁ ସୁଖ ଦୁଃଖର ସାଥି ହୋଇ ରହିବ ବୋଲି ସଭାପତି ଶ୍ରୀ ଦାସ କହିଥିଲେ । ଉତ୍ତମ ସମାଜ ଗଠନ ଓ ନୀତି ନିୟମ କୁ ସମସ୍ତ ବ୍ରାହ୍ମଣ ପରିବାର ପାଳନ କରିବା ପାଇଁ ଶପଥ ନେଇଥିଲେ । ଆଗାମୀ ଦିନରେ ଏହି ସମାଜ ଆହୁରି ସୃଦୁଢ଼ କରିବା ପାଇଁ ପ୍ରତିଶ୍ରୁତି ବଦ୍ଧ ହୋଇଥିଲେ । ଏହା ସହିତ ବୈଠରେ ବ୍ରାହ୍ମଣ କେବଳ ଖାଲି ଜାତି ଗୋଟିଏ ଜାତି ନୁହେ । ବ୍ରାହ୍ମଣ ହେଉଛି ସୃଖଳିତ ସମାଜ ର ସଂସ୍କାରକ ବୋଲି ପ୍ରମୋଦ କୁମାର ଦାସ କହିଥିଲେ । ସଭା ଶେଷହେବାପରେ ସମସ୍ତେ ଅନ୍ନଭୋଗ ସେବନ କରିଥିଲେ । ସମସ୍ତ ବ୍ରାହ୍ମଣ ପରିବାର କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ କରିଥିଲେ । ମଞ୍ଚ ପରିଚାଳନା କରିଥିଲେ ପୁରୋହିତ ଶୁଭାଶିଷ କର ।
Leave a Reply