ମାଲକାନଗିରି //ବାଲିମେଳା ବନାଞ୍ଚଳ ପକ୍ଷରୁ ଏକ ଅଟୋ ସମେତ ୮ ଖଣ୍ଡ ଶାଗୁଆଳ ଦଣ୍ଡା ଜବତ, ଜଣେ ଗିରଫ-ମନୋଜ ଦେବ ପାଙ୍ଗି ମାଲକାନଗିରି

Spread the love

ବାଲିମେଳା ବନାଞ୍ଚଳ ପକ୍ଷରୁ ଏକ ଅଟୋ ସମେତ ୮ ଖଣ୍ଡ ଶାଗୁଆଳ ଦଣ୍ଡା ଜବତ, ଜଣେ ଗିରଫ

ମାଲକାନଗିରି:, (ଦର୍ଶନ ସମୀକ୍ଷା)
ମାଲକାନଗିରି ଜିଲ୍ଲା ବାଲିମେଳା ବନ ବିଭାଗକୁ ମିଳିଛି ଏକ ବଡ ସଫଳତା
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ନାକାମାମୁଡି ପଞ୍ଚାୟତ ଅଧିନସ୍ତ ଡୁମୁରିପଦର ଜଙ୍ଗଲରୁ କିଛି କାଠ ମାଫିଆ ବେଆଇନ ଭାବେ ଉକ୍ତ ଜଙ୍ଗଲରେ ଥିବା ବହୁ ମୂଲ୍ୟବାନ ଶାଗୁଆନ ଗଛ ଗୁଡିକୁ କାଟି ଉକ୍ତ ଗଛର ପଟା ଓ ଦଣ୍ଡାକୁ ଏକ ଅଟୋ ଗାଡି ନମ୍ବର -ଓଡି -୩୦- ବି -୯୬୨୬ ଯୋଗେ ବାଲିମେଳା ସହରକୁ ଗତକାଲି ରବିବାର ରାତିରେ ଚୋରା ଚାଲାଣ କରୁଥିବା ବେଳେ ବାଲିମେଳା ବନ ବିଭାଗ କତୃପକ୍ଷଙ୍କ ହାତରେ ଧରା ପଡିଛନ୍ତି।ତେବେ ବାଲିମେଳା ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଡୁମୁରି ପଦର ଜଙ୍ଗଲରୁ କିଛି ଦୁର୍ବୁର୍ତ୍ତ ଶଗୁଆନ ଗଛ କାଟି ତାର ଦଣ୍ଡା ଗୁଡିକୁ ଏକ ଅଟୋ ଯୋଗେ ବାଲିମେଳା ସହରକୁ ଚୋରା ଚଲାଣ କରାଯାଉଥିବା ସମ୍ପର୍କରେ ଏକ ବିଶେଷ ସୂତ୍ରରୁ ବାଲିମେଳା ବନାଞ୍ଚଳ ଅଧିକାରୀ ଲିପ୍ସିତା କଁଅରଙ୍କୁ ସୂଚନା ମିଳିଥିଲା ବନାଞ୍ଚଳ ଅଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ବନପାଳ ଚନ୍ଦ୍ର ମାଝୀଙ୍କ ନେତୃତ୍ୱରେ ବନରଖୀ ପ୍ରଶାନ୍ତ କୁମାର ରାଉତ, ସନ୍ତୋଷ କୁମାର,ଜୋଶ୍ନା ରାଣୀ ପଣ୍ଡା, ସୁଜାତା ମଣ୍ଡଳ, ପରା କର୍ମଚାରୀ ରାଜେନ୍ଦ୍ର ଖରା, ଆଦୁ ଖିଲ ଓ ଅନ୍ୟ କର୍ମଚାରୀ ମାନଙ୍କୁ ନେଇ ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ ଗତ କାଲି ରବିବାର ବାଲିମେଳା ଛକ ନିକଟରେ ଉକ୍ତ ଅଟୋକୁ ଧରିବା ପାଇଁ ଜଗି ରହିଥିଲେ। ଅଟୋଟି ନାକାମାମୁଡ଼ି ଅଞ୍ଚଳରୁ ବାଲିମେଳା ଅଭିମୁକେ ଆସୁଥିବା ବେଳେ ତାକୁ ଅଟକାଇ ଗାଡିଟିକୁ ଯାଞ୍ଚ କରିଥିଲେ।ଉକ୍ତ ଅଟୋରେ ୮ଖଣ୍ଡ ଶାଗୁଆନ ଦଣ୍ଡା ଥିବା ଦେଖିବାକୁ ପାଇଥିଲେ।ଘଟଣା ସ୍ଥଳରୁ ବନ ବିଭାଗ କର୍ମଚାରୀ ମାନେ ଉକ୍ତ ଅଟୋ ସମେତ ଅଟୋରେ ଥିବା କାଠ ଗୁଡିକ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଥିବା ସୁଜିତ ମାଝୀ ନାମକ ବ୍ୟକ୍ତିକୁ ଗିରଫ କରିଥିଲେ।ଏ ନେଇ ବନ ବିଭାଗ ପକ୍ଷରୁ ୩୨/୨୫ ଦଫା ୪,୧୨ ଓଡ଼ିଶା ଟି ଟି ରୁଲ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ସୁଜିତ ନାମକ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ବନାଞ୍ଚଳ ଅଧିକାରୀ ଶ୍ରୀମତୀ କଂହର ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *