ମାଲକାନଗିରି//ବାଲିମେଳା ନଗରରେ ଅବସ୍ଥିତ ଟାଉନ ହଲ ଠାରେ ପ୍ରଗତି ମହିଳା ମୋର୍ଚ୍ଚା ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରକୁ ବାଲିମେଳା ଏନଏସି ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ ଏବଂ ଚିତ୍ରକୋଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀ ଉଦଘାଟନ କରିଥିଲେ।ବାଲିମେଳା ସହରରେ ପ୍ରଥମ ପାଇଁ ମହିଳା ମାନେ ଏହି ଶିବିର ଆୟୋଜନ କରାଯାଇଥିଲା-ମାଲକାନଗିରି ରୁ ମନୋଜ ଦେବ ପାଙ୍ଗି ଦର୍ଶନ ସମୀକ୍ଷା

Spread the love

ପ୍ରଗତି ମହିଳା ମୋର୍ଚ୍ଚା ପକ୍ଷରୁ ରକ୍ତ ଦାନ ଶିବିର

ମାଲକାନଗିରି ଦର୍ଶନ ସମୀକ୍ଷା

ଜିଲ୍ଲା ବାଲିମେଳା ନଗରରେ ଅବସ୍ଥିତ ଟାଉନ ହଲ ଠାରେ ପ୍ରଗତି ମହିଳା ମୋର୍ଚ୍ଚା ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରକୁ ବାଲିମେଳା ଏନଏସି ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ ଏବଂ ଚିତ୍ରକୋଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀ ଉଦଘାଟନ କରିଥିଲେ।ବାଲିମେଳା ସହରରେ ପ୍ରଥମ ପାଇଁ ମହିଳା ମାନେ ଏହି ଶିବିର ଆୟୋଜନ କରାଯାଇଥିଲା।ଶିବିରରେ ମହିଳା ମାନେ ଅତ୍ୟନ୍ତ ଖୁସିର ସହ ପରିଚାଳନା କରିଥିଲେ।ପ୍ରଗତି ମହିଳା ମୋର୍ଚ୍ଚାର ସଭାନେତ୍ରୀ ରେଣୁବାଳା ନାୟକ,ସମ୍ପାଦିକା ଅରୁପା ମହାପାତ୍ର, ଯୁଗ୍ମ ସମ୍ପାଦିକା ମଧୁସ୍ମିତା ପାତ୍ର ଏବଂ ପର୍ଯ୍ୟବେକ୍ଷକ ରାଜ କୁମାରୀ ଜାରିକା ଓ ଅନ୍ୟ ସଦସ୍ୟ ମାନେ ସହାୟତା କରିଥିଲେ।ଏହି ଶିବିରରେ ମୋଟ ୨୫ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।ଶିବିରରେ ବାଲିମେଳା ଏନଏସି ଉପାଧ୍ୟାୟ ରଶ୍ମିତା ବାଙ୍କା,ବାଲିମେଳା ବନାଞ୍ଚଳ ଅଧିକାରୀ ଲିସ୍ମିତା କଂହର ଓ କାଉନ୍ସିଲର ମାନେ ପହଞ୍ଚି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।ଜିଲ୍ଲା ରକ୍ତ ଭଣ୍ଡାରର କର୍ମଚାରୀ ତ୍ରିନାଥ ପଣ୍ଡା, ଏନ ସୁଭର୍ଣ୍ଣ, ମୋହନ ଖେମୁଡୁ ଓ କୁନୁ ହଲବା ରକ୍ତ ସଂଗ୍ରହ କରିବାରେ ସାହାଯ୍ୟ କରିଥିଲେ।

Leave a Reply

Your email address will not be published. Required fields are marked *