ରାସ୍ତା ମରାମତି ନାଁରେ ୯ ଲକ୍ଷରୁ ଉର୍ଦ୍ଧ ଟଙ୍କା ବରବାଦ
ମରାମତି ହୋଇ ମାତ୍ର ତିନି ଚାରି ମାସ ବି ଗଲାନି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ
ଚିତାପାରି ଗ୍ରାମ ଠାରୁ -ଏମଭି -୩୫ଗ୍ରାମ ଛକ ପର୍ଯ୍ୟନ୍ତ
ମାଲକାନଗିରି(ମନୋଜ ଦେବ ପାଙ୍ଗି)ଦର୍ଶନ ସମୀକ୍ଷା
ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମାଣ ହୋଇଥିବା ରାସ୍ତାର ରକ୍ଷଣା ବେକ୍ଷଣା ନାମରେ
ଖର୍ଚ୍ଚ ହେଲା ୯ ଲକ୍ଷ ୫ ହଜାର ଟଙ୍କା
ହେଲେ ରାସ୍ତାରୁ ପିଚୁ ଗୋଡି ଉଠିଯାଇ ବିଭିନ୍ନ ସ୍ଥାନରେ ଛୋଟ ବଡ ଗର୍ତ୍ତ ହେବା ସହିତ ଆଉ କିଛି ସ୍ଥାନରେ କୁତ୍ରିମ ପୋଖରୀ ସୃଷ୍ଟି ହୋଇଛି।ଏପରି ଏକ ରାସ୍ତା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ପୋଟ୍ରେଲ ପଞ୍ଚାୟତ ଅନ୍ତର୍ଗତ ଚିତାପାରି ଗାଁ ଠାରୁ ଏମଭି-୩୫ ଛକ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମାଣ ହୋଇଥିବା
ରାସ୍ତା।ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହେବା ପରଠାରୁ ବିଭାଗ କିମ୍ବା ଠିକାଦାରଙ୍କ ପକ୍ଷରୁ ଉକ୍ତ ରାସ୍ତାର ରକ୍ଷଣା ବେକ୍ଷଣା ଆଦୌ
କରାଯାଉନଥିଲା। ଏନେଇ ଅଞ୍ଚଳବାସୀ ବାରମ୍ବାର ବିଭାଗୀୟ କତୃପକ୍ଷଙ୍କ ନିକଟରେ ଅଭିଯୋଗ କରିବା ପରେ ପ୍ରାୟ ୩-୪ ମାସ ପୂର୍ବେ ଠିକାଦାରଙ୍କ ପକ୍ଷରୁ ଉକ୍ତ ରାସ୍ତାରେ ସୃଷ୍ଟି ହୋଇଥିବା ଖାଲ ଖମା ଗୁଡିକର ଲୋକ ଦେଖାଣିଆ ନାମକୁ ମାତ୍ର ଅଳ୍ପ ପିଚୁ ଓ ବଜ୍ର୍ରୀ ପକାଇ ମରାମତି କରାଯାଇଥିଲା।
ହେଲେ ରାସ୍ତା ମରାମତି କାର୍ଯ୍ୟ ଏପରି ହୋଇଥିଲା ଯେ,ରାସ୍ତା ମରାମତି କାର୍ଯ୍ୟ ସରିବାର ୩/୪ ମାସ ନପୂରୁଣୁ ରାସ୍ତାରୁ ପିଚୁ ଗୋଡି ଉଠିଯାଇ ବିଭିନ୍ନ ସ୍ଥାନରେ ଗର୍ତ୍ତ ସୃଷ୍ଟି ହୋଇଛି।ରାସ୍ତାର ଅବସ୍ଥା ଏପରି ରହିଛି ଯେ ଆଗାମୀ ଦିନରେ ଲଗାଣ ବର୍ଷା ହେଲେ ରାସ୍ତାରେ ଥିବା ପିଚୁ ଆଉ ଗୋଡି ସମ୍ପୂର୍ଣ ଭାବେ ଧୋଇ ହୋଇ ଯିବାର ଆଶଙ୍କା ରହିଛି ବୋଲି ଅଞ୍ଚଳବାସୀ ଏଭଳି ମତବ୍ୟକ୍ତ କରିଛନ୍ତି।ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।ତେଣୁ ତୁରନ୍ତ ବିଭାଗୀୟ କତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ରାସ୍ତାରୁ ଉଠିଯାଇଥିବା ପିଚୁ ଗୋଡି
ବାହାର କରି ପୁଣିଥରେ ନୂତନ ଭାବେ ରାସ୍ତା ନିର୍ମାଣ କରିବାକୁ
ପ୍ରତିଦିନ ଏହି ଦେଇ ଯାତାୟତ କରୁଥିବା ପୋଟ୍ରେଲ, ନୀଳାକାମ୍ବେରୁ, ଚି଼ମଟାପାଲୀ, କାମ୍ବେଡା, ଚିତାପାରି- ୩ ଭଳି ପଞ୍ଚାୟତ ଗୁଡିକରେ ବସବାସ କରୁଥିବା ବହୁ ଗ୍ରାମବାସୀ ଦାବୀ କରିଛନ୍ତି। ତେବେ ରାସ୍ତା ପାର୍ଶ୍ୱରେ
ଲାଗିଥିବା ସୂଚନା ଫଳକ ଅନୁଯାୟୀ
ଏହି ରାସ୍ତାର ଲମ୍ବ ମାତ୍ର ୩ କିମି।ଏହା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଠିକାଦାର ସିମାଞ୍ଚଳ ଭୂୟାଁ ନିର୍ମାଣ କରିଥିଲେ।ଏଥି ପାଇଁ ଖର୍ଚ୍ଚ ହୋଇଛି ୧ କୋଟି ୩୦ଲକ୍ଷ୍ୟ ୩୭ ହଜାର ଟଙ୍କା।ଗତ ୩-୯-୨୦୨୧ରେ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଗତ ୨-୭-୨୦୨୨ରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା।୫ ବର୍ଷ ମଧ୍ୟରେ ଏହାର ରକ୍ଷଣା ବେକ୍ଷଣା ନିମନ୍ତେ
ମୋଟ ୯ଲକ୍ଷ୍ୟ ୫ ହଜାର ଟଙ୍କାର ବ୍ୟବସ୍ଥା ମଧ୍ୟ ରଖାଯାଇଛି।ବର୍ତ୍ତମାନ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡି ଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଛି।ତୁରନ୍ତ ଏହାର ଭିଜିଲାନ୍ସ ସ୍ତରୀୟ ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ
ଅଞ୍ଚଳବାସୀ ଦାବୀ କରିଛନ୍ତି।ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଏସଡିଓ ଅସିତ ପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ମୁଁ ଉକ୍ତ ରାସ୍ତାକୁ ନିଜେ ଯାଇ ଦେଖିବି। ତୁରନ୍ତ ଏହାର ସ୍ଥାୟୀ ସମାଧାନ କରାଯିବ ବୋଲି କହିଛନ୍ତି।
Leave a Reply