ମାଲକାନଗିରି //ପୁଣି ଥରେ ଓର୍କେଲ ପୋଲିସକୁ ମିଳିଛି ଆଉ ଏକ ସଫଳତା।ଥାନା ଅଧିକାରୀ ଧିରେନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ଏସଆଇ ମିଳନ ବରିହାଙ୍କ ନେତୃତ୍ୱରେ ପୋଲିସର ଏକ ଟିମ ଘଟଣା ସ୍ଥଳରେ ପହଁଞ୍ଚି ଉକ୍ତ ଜଙ୍ଗଲରେ ରଖା ଯାଇଥିବା ପାଞ୍ଚ ବସ୍ଥାରେ 120 କିଲୋ ଗଞ୍ଜେଇକୁ ଜବତ କରି ଥାନାକୁ ଅଣା ଆଣିଥିଲେ -ମନୋଜ ଦେବ ପାଙ୍ଗି ମାଲକାନଗିରି

Spread the love

ଓର୍କେଲ ପୋଲିସ ଦ୍ୱାରା ଖାରିଗୁଡା ଜଙ୍ଗଲରେ ୫ଟି ବସ୍ତାରେ ଗଛିତ ଥିବା ୧୨୦ କିଲୋ ଗଞ୍ଜେଇ ଜବତ

ମାଲକାନଗିରି:(ଦର୍ଶନସମୀକ୍ଷା)
ମାଲକାନଗିରି ଜିଲ୍ଲାରେ ବେଆଇନ ଭାବେ ହେଉଥିବା ଗଞ୍ଜେଇ ଚୋରା ଚାଲାଣକୁ ରୋକିବା ପାଇଁ ପୋଲିସ, ଅବକାରୀ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନେକ ସମୟରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯିବା ସହ ବିଭିନ୍ନ ପ୍ରକାର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିଲେ ମଧ୍ୟ ଗଞ୍ଜେଇ ଚୋରା ଚାଲାଣ ଘଟଣା ଥମିବାର ଆଦୌ ନାଁ ଧରୁନାହିଁ।ତେବେ ପୁଣି ଥରେ ଓର୍କେଲ ପୋଲିସକୁ ମିଳିଛି ଆଉ ଏକ ସଫଳତା। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ମାଲକାନଗିରି ଜିଲ୍ଲା ସୋମନାଥପୁର ପଞ୍ଚାୟତ ଅଧିନସ୍ତ ଜବାଗଡ ଗ୍ରାମ ଠାରୁ କିଛି ଦୂରରେ ଥିବା ଖାରିଗୁଡ଼ା ଜଙ୍ଗଲରେ ଗଞ୍ଜେଇ ଚୋରା ଚାଲାଣ ପାଇଁ ୫ଟି ଜରି ବସ୍ତାରେ ବିପୁଳ ପରିମାଣର ଗଞ୍ଜେଇ ଗଛିତ ରଖାଯାଇଥିବା ସମ୍ପର୍କରେ ଗତ ଶନିବାର ଦିନ ଏକ ବିଶେଷ ସୂତ୍ରରୁ
ପୋଲିସକୁ ସୂଚନା ମିଳିଥିଲା।

ଥାନା ଅଧିକାରୀ ଧିରେନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ଏସଆଇ ମିଳନ ବରିହାଙ୍କ ନେତୃତ୍ୱରେ ପୋଲିସର ଏକ ଟିମ ଘଟଣା ସ୍ଥଳରେ ପହଁଞ୍ଚି ଉକ୍ତ ଜଙ୍ଗଲରେ ରଖା ଯାଇଥିବା ସମସ୍ତ ଗଞ୍ଜେଇକୁ ଜବତ କରି ଥାନାକୁ ଅଣା ଯାଇଥିଲା। ମାଜିଷ୍ଟ୍ରେଟ ଭାବେ ଆସିଥିବା ଚିତ୍ରକୋଣ୍ଡା ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ଉକ୍ତ ଗଞ୍ଜେଇକୁ ଓଜନ କରାଯିବା ସହ ଜବତ କରାଯାଇଥିଲା। ୫ ଟି ଜରି ବସ୍ତାରେ ମୋଟ ୧୨୦ କିଲୋ ଗଞ୍ଜେଇ ଥିବା ଜଣା ପଡ଼ିଛି। ଏ ନେଇ ପୋଲିସ ପକ୍ଷରୁ ଥାନାରେ କେସ ନମ୍ବର -୨୦୧/୨୦୨୫ ଦଫା ୨୦(ବି )(ii)(ସି ) ଏନଡ଼ିପିଏସ ଧାରାରେ ଏକ ମାମଲା ରୁଜୁ କରାଯାଇଛି। ତେବେ ଏହି ଘଟଣାର ତଦନ୍ତ ଏସଆଇ ମନୋହର ସାହୁ ଜାରୀ ରଖିଥିବା ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *