୨୬ କିଲୋ ଗଞ୍ଜେଇ ସହ ବାଇକ ଜବତ, ଦୁଇ ଗିରଫ
ମାଲକାନଗିରି:(ଦର୍ଶନ ସମୀକ୍ଷା)ମନୋଜ ଦେବ ପାଙ୍ଗି
ବାହାର ଅଞ୍ଚଳକୁ ଏକ ବାଇକ ଯୋଗେ ଦୁଇ ଜଣ ବ୍ୟକ୍ତି ବେଆଇନ ଭାବେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଓର୍କେଲ ପୋଲିସ ହାବୁଡ଼ରେ ଧରା ପଡିଛନ୍ତି। ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତି ମାନେ ହେଲେ ମାଲକାନଗିରି ଥାନା ଅଧିନସ୍ତ ଭେଜାଗୁଡା ଗ୍ରାମର ସମୀର କିର୍ସାନି-(୨୦) ଏବଂ ଅନ୍ୟ ଜଣେ ଉକ୍ତ ଗ୍ରାମର ଆକାଶ କିର୍ସାନୀ-(୨୩) ବୋଲି ଜଣା ପଡିଛି। ତେବେ ଏନେଇ
ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଓର୍କେଲ ଥାନା ଅଧିକାରୀ ଧିରେନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ଏସ ଆଇ ଅଜିତ ସିଂ ବରିହାଙ୍କ ନେତୃତ୍ୱରେ ପୋଲିର ଏକ ସ୍ୱତନ୍ତ୍ର ଟିମ ଗତକାଲି ଗୁରୁବାର ଅପାରହ୍ନ ପ୍ରାୟ ୨ ଟା ସମୟରେ କୋରୁକୋଣ୍ଡା ବ୍ଲକ ନୀଳାକାମ୍ବେରୁ ପଞ୍ଚାୟତ ଅଧିନସ୍ତ ସୋର୍ଲୁକୋଣ୍ଡା ବ୍ୟାରେଜ ନିକଟରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଉକ୍ତ ବ୍ୟାରେଜ ରାସ୍ତା ଦେଇ ଦୁଇ ଜଣ ବ୍ୟକ୍ତି ଉକ୍ତ ବାଇକରେ ଗୋଟିଏ ବ୍ୟାଗରେ କିଛି ସାମଗ୍ରୀ ନେଇ ଦ୍ରୁତ ଗତିରେ ଯାଉଥିବା ଦେଖି ସନ୍ଦେହ ହେବାରୁ ପୋଲିସ ତାଙ୍କୁ ଅଟକାଇ ଯାଞ୍ଚ କରିଥିଲେ। ଉକ୍ତ ବାଇକରେ ଥିବା ଦୁଇଟି ଜରି ବସ୍ତାରେ ଗଞ୍ଜେଇ ଥିବା ଦେଖିବାଜୁ ପାଇଥିଲେ। ଘଟଣା ସ୍ଥଳରୁ ପୋଲିସ ବାଇକ ସମେତ ଗଞ୍ଜେଇକୁ ଜବତ କରିବା ସହିତ ଘଟଣାରେ ସମ୍ପୃକ୍ତ ଥିବା ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରି ଥାନାକୁ ଆଣିଥିଲେ। ପୋଲିସ ପକ୍ଷରୁ ଏ ନେଇ ଥାନାରେ କେସ ନମ୍ବର -୨୪୧/୨୦୨୫ ଦଫା ୨୦(ବି )(ii)(ସି )/୨୫/୨୯ ଏନଡିପିଏସ ଧାରାରେ ଏକ ମାମଲା ରୁଜୁ କରିବା ସହିତ ଏହି ଗଞ୍ଜେଇ ଚୋରା ଚାଲାଣ କରୁଥିବା ଉପରୋକ୍ତ ଦୁଇ ଜଣ ବ୍ୟକ୍ତିଙ୍କୁ ପୋଲିସ ପକ୍ଷରୁ ଶୁକ୍ରବାର ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।
Leave a Reply