ଦିନ ଦିପହରେ ପାହାଡ଼ରୁ ଲୁଟ ହେଉଛି ହେଉଛି ମୁରମ
ନୀରବଦ୍ରଷ୍ଟା ସାଜିଛନ୍ତି ବନ ବିଭାଗ କତୃପକ୍ଷ ଓ ମାଇନ୍ସ ବିଭାଗର ଅଧିକାରୀ
ମାଲକାନଗିରି:ମନୋଜ ଦେବ ପାଙ୍ଗି
ଖଣିଜ ଦ୍ରବ୍ୟ ଚୋରିକୁ ରୋକିବା ନିମନ୍ତେ ସରକାର ବିଭିନ୍ନ ଆଇନ ପ୍ରାଣୟନ କରିବା ସହ ଏହି ନିୟମକୁ କଡା କଡ଼ି ଭାବେ ପାଳନ କରିବାକୁ ସରକାରଙ୍କ ତରଫରୁ ସ୍ପଷ୍ଟ ନିର୍ଦ୍ଧେଶ ମଧ୍ୟ ଦିଆଯାଇଛି। କିନ୍ତୁ ବିଡମ୍ବନାର ବିଷୟ ବିଭିନ୍ନ ସମୟରେ ନଦୀରୁ ବାଲି, ପାହାଡରୁ ମୁରମ, ପଥର, ମେଟାଲ ଆଦି ସାମଗ୍ରୀ ଗୁଡିକୁ ବେଆଇନ ଭାବେ ଦିନ ଦିପହରେ ଜେସିଭି ସାହାଯ୍ୟରେ ଖୋଳି ବିଭିନ୍ନ ଟ୍ରାକ୍ଟର ଏବଂ ଅନ୍ୟାନ୍ୟ ଗାଡ଼ିରେ ବୋହୁଥିବାର ଗାଡି ଗୁଡିକୁ ପୋଲିସ ଏବଂ ମାଇନ୍ସ ବିଭାଗ ଜବତ କରି ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲେ ଏବଂ ଏଥିରେ ଲିପ୍ତ ରହୁଥିବା ଗାଡି ଗୁଡିକୁ ଜବତ କରି ମାମଲା ମଧ୍ୟ ରୁଜୁ କରୁଥିଲେ। କିନ୍ତୁ ଆଜି ତଥା ମଙ୍ଗଳବାର ଦିନ ଦିପହରେ ଏକ ପାହାଡ଼ରୁ ଖଣିଜ ଦ୍ରବ୍ୟ ମୁରୁମକୁ ବେଆଇନ ଭାବେ ମେସିନ ଯୋଗେ ଖୋଳି ପ୍ରାୟ ୬/୭ ଟି ଟ୍ରାକ୍ଟରରେ ଚାଲାଣ ହେଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ଏପରି ଏକ ଘଟଣା ଦେଖିବାକୁ ମିଳିଛି,ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ପୋଟ୍ରେଲ ଗ୍ରାମ ପଞ୍ଚାୟତ ଅଧୀନ ପୁରୁଣା ବାଲିମେଳା ଗାଁ ନିକଟରେ ଥିବା ପାହାଡରେ।
ଆଜି ଏକ ଜେସିଭି ମସିନ ସାହାଯ୍ୟରେ ଉକ୍ତ ପାହାଡ଼ରୁ ମୂରମ ଖୋଳା ଯାଇ ୬/୭ ଗୋଟିଟ୍ରାକ୍ଟର ସାହାଯ୍ୟରେ ବାଲିମେଳା ସହର ନିକଟ ଏମଭି -୧୦୯ ଗ୍ରାମକୁ କ ବୁହା ହେଉଥିବାର ଦେଖିବାକୁ ମିଳିଥିଲା। ଅଞ୍ଚଳ ବାସୀଙ୍କ କହିବା ଅନୁଯାୟୀ ବିଭିନ୍ନ ସମୟରେ ଏପରି ବେଆଇନ ଭାବେ ପାହାଡରୁ ମୁରୁମ ଖୋଳି ନେଇ ଯାଉଥିବାର ଦେଖିବାକୁ ମିଳୁଛି। ତେବେ ଉକ୍ତ ପାହାଡରୁ ମୁରୁମ କିଏ ନେଉଛି କେଉଁଠିକି ନେଉଛି ଏବଂ କାହିଁକି ନେଉଛି ତାହାର କୌଣସି ଖବର ବନ ବିଭାଗ କିମ୍ବା ମାଇନ୍ସ ବିଭାଗ ପାଖରେ ନାହିଁ। ଏହି ଅଞ୍ଚଳରେ କାର୍ଯ୍ୟ ନିୟମିତ ଚାଲୁଥଲେ ବି କୌଣସି ବିଭାଗର ସରକାରୀ ଅଧିକାରୀଙ୍କ କୌଣସି ଦିନ ଦେଖା ମିଳୁ ନାହିଁ ବୋଲି କିଛି ଅଞ୍ଚଳବାସୀ ମତବ୍ୟକ୍ତ କରିଛନ୍ତି। ଯେହେତୁ ଗାଡି ଗୁଡିକରେ ମୁରୁମ ଭର୍ତ୍ତି ହୋଇ ଦିନରେ ଯାଉଛି ଏବଂ ବାଲିମେଳା ସହର ଭିତର ଦେଇ ଯାଉଛି ଏବଂ ଏ ସବୁ ଗାଡି ବାଲିମେଳା ବନାଞ୍ଚଳ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା ଦେଇ ଏମଭି -୧୦୯ ଗ୍ରାମକୁ ଯାଉଥିଲେ ମଧ୍ୟ କେହି କପରି ଜାଣି ପାରିଲେନି ଏହାକୁ ନେଉ ଜନ ସାଧାରଣଙ୍କ ମନରେ ବିରାଟ ପ୍ରଶ୍ନବାଚୀ ହୋଇ ସୃଷ୍ଟି ହୋଇଛି।ଏଣୁ ବିଭାଗୀୟ ଅଧିକାରୀମାନେ ନିଶ୍ଚିତ ଭାବେ ଏ ବାବଦରେ ଅବଗତ ଥିବେ ବୋଲି ଭାବିଛନ୍ତି ଗ୍ରାମବାସୀ । ଏନେଇ ଆମେ ମାଇନ୍ସ ବିଭାଗ ଅଧିକାରୀ ସତ୍ୟାନନ୍ଦ ସର୍ଦାରାଙ୍କୁ ଯୋଗା ଯୋଗ କରିଥିଲୁ କିନ୍ତୁ ଏନେଇ ତାଙ୍କ ପାଖରେ କୌଣସି ଖବର ନାହିଁ କି କୌଣସି ବ୍ୟକ୍ତି ବିଭାଗ ତରଫରୁ ଉକ୍ତ ପାହାଡ଼ରୁ ମୁରୁମ ଖୋଲିବା ପାଇଁ ଅନୁମତି ଦେଇ ନଥିବା ସେ କହିଥିଲେ ଏବଂ ଏହି ଘଟଣାର ଉପଯୁକ୍ତ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆ ଯିବ ବୋଲି ମଧ୍ୟ୍ୟ ସେ କହିଥିଲେ। ଯେହେତୁ ଉକ୍ତ ସ୍ଥାନଟି ପାହାଡ଼ ହୋଇଥିବା କାରଣରୁ ଆମେ ବାଲିମେଳା ବନାଞ୍ଚଳ ଅଧିକାରୀ ଲିପ୍ସିତା କହଁରଙ୍କୁ ପଚାରିବାରୁ ସେ ମଧ୍ୟ ସମାନ ଭାବରେ ଏ ସମ୍ପର୍କରେ ଆଦୌ ଅବଗତ ନଥିବା କହିବା ସହିତ ଘଟଣାର ଉପଯୁକ୍ତ ତଦନ୍ତ କରିବା ସହିତ ଆଇନ ଅନୁଯାୟୀ ନିଶ୍ଚୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ। ତେବେ ଦିନ ଡାହାଡେ ପାହାଡରୁ ହୋଇଥିବା ମୁରମ ଚୋରି ଘଟଣାର ତଦନ୍ତ କରି ଉଭୟ ବନ ବିଭାଗ ଓ ମାଇନ୍ସ ବିଭାଗ କି ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା












Leave a Reply