ଦିବ୍ୟାଙ୍ଗ ଯୁବତୀଙ୍କ ଏଡିଟ୍ ଅଶ୍ଳୀଳ ଫଟୋ-ଭିଡିଓ ଭାଇରାଲ ଘଟଣାରେ ଅଭିଯୁକ୍ତ କୋର୍ଟ ଚାଲାଣ।
ମାଲକାନଗିରି(ମନୋଜ ଦେବ ପାଙ୍ଗି)ଦର୍ଶନ ସମୀକ୍ଷା
ଏକ ଦିବ୍ୟାଙ୍ଗ ଓ ଶିକ୍ଷିତ ଯୁବତୀ ପିଛଲା ୨ ବର୍ଷ ଧରି ଏଡିଟ୍ ହୋଇଥିବା ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ ହେବାର ଯନ୍ତ୍ରଣା ସହ ଜୁଝୁଥିବା ବେଳେ, ଅବଶେଷରେ ୭ ମାସ ପରେ ପୁଲିସ ଏକ ଦଳ ଗଠନ କରି ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟକୁ ଚାଲାନ କରିଛି। ପ୍ରାଥମିକ ତଦନ୍ତ ଅନୁଯାୟୀ, କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅନ୍ତର୍ଗତ ମଦନପୁର ଗ୍ରାମର ଶ୍ରୀକାନ୍ତ ଜେନା ଓରଫ ସିପୁନ ଜେନା (ବୟସ ୨୯), ଫୋନ ଯୋଗେ ମାଲକାନଗିରି ଜିଲ୍ଲା ନିବାସୀ ଏକ ୬୫% ଦିବ୍ୟାଙ୍ଗ ଯୁବତୀ ସହ ପରିଚୟ କରି ସମ୍ପର୍କ ଗଢ଼ିଥିଲେ। ପରେ ସେ ତାଙ୍କ ଏଡିଟ୍ ହୋଇଥିବା ଅଶ୍ଳୀଳ ଫଟୋ ଓ ଭିଡିଓ ଦେଖାଇ ଯୁବତୀଙ୍କୁ ଦେଖାକୁ ବାଧ୍ୟ କରୁଥିଲେ। ବାରମ୍ବାର ବାରଣ କରିବା ସତ୍ତ୍ୱେ ସେ ଗୋଟିଏ ପରେ ଗୋଟିଏ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ କରୁଥିଲେ।
ଅଭିଯୁକ୍ତ ବାରମ୍ବାର ଫୋନ ବଦଳାଇ ପିଡିତା ଓ ତାଙ୍କ ପରିବାରକୁ ଧମକ ଦେଉଥିବା ସହ, ସେମାନଙ୍କ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ କରୁଥିଲେ।
ପିଡିତା ଦ୍ୱାରା ୨ ଜାନୁଆରୀ ରେ ମାଲକାନଗିରି ସଦର ଥାନାରେ ଧାରା ୩୫୧(୨), IT ଆଇନ ୬୬(ଇ), ୬୭ ଓ ୬୭(ଏ) ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା।
ବିଷୟଟିର ଗମ୍ଭୀରତା ଦେଖି ଆଇ.ଆଇ.ସିଙ୍କ ନିର୍ଦ୍ଦେଶନାରେ ଏକ ତଦନ୍ତ ଦଳ ଗଠନ କରାଯାଇଥିଲା, ଯାହାର ନେତୃତ୍ୱ ଏସ.ଆଇ. ପ୍ରଶାନ୍ତ କୁମାର ସାବତ କରୁଥିଲେ। ଏହି ଦଳ ଚାରିଜଣ ସଦସ୍ୟ ସହ ମଦନପୁର ଗ୍ରାମକୁ ଯାଇ ଅଭିଯୁକ୍ତ ଶ୍ରୀକାନ୍ତ ଜେନା (୨୯), ପିତା: ଦୈତରି ଜେନା, ଗ୍ରାମ: ମଦନପୁର, ଥାନା: ରାମଚନ୍ଦ୍ରପୁର, ଜିଲ୍ଲା: କେନ୍ଦୁଝର ଗିରଫ କରି କୋର୍ଟ ଚାଲାନ କରିଥିବା କହିଛନ୍ତି ଆଇ ଆଇ ସି ହିମାଂଶୁ ଶେଖର ବାରିକ।
Leave a Reply