ତାର୍ଲାକୋଟା ମଣ୍ଡଳ ର ସଭାପତି ହେଲେ ସୁଧାଂଶୁ ଶେଖର ପାଢ଼ୀ
ମାଲକାନଗିରି:(ଦର୍ଶନସମୀକ୍ଷା)
ମାଲକାନଗିରି ଜିଲ୍ଲା ବିଜେପି ସଭାପତି ଅଶୋଳ କୁମାର ପରିଡାଙ୍କ ସଭାପତିତ୍ୱରେ କୋରୁକୋଣ୍ଡା ବ୍ଲକ ନୀଳାକାମ୍ବେରୁ ପଞ୍ଚାୟତ ଅଧିନସ୍ତ ସୋର୍ଲୁକୋଣ୍ଡା ବ୍ୟାରେଜ ନିକଟରେ ଥିବା ହଟପଦା ଠାରେ କୋରୁକୋଣ୍ଡା ବ୍ଲକ ଅଧିନସ୍ତ ଜୋନ-୨ ତଥା ୬ ଟି ପଞ୍ଚାୟତକୁ ନେଇ ଗଠିତ ହୋଇଥିବା ତାର୍ଲାକୋଟା ମଣ୍ଡଳ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଜେପିର ଜିଲ୍ଲା ସାଧାରଣ ସମ୍ପାଦକ ମାଣିକଲାଲ ଚକ୍ରବର୍ତ୍ତୀ, ନବଘନ ଲୋକେଇ, ମାଲକାନଗିରି ବିଧାୟକ ପ୍ରତିନିଧି ନିହାର ରାୟ, ମାଲକାନଗିରି ସାଂସଦ ପ୍ରତିନିଧି ସଞ୍ଜୟ ସରକାର,ପୂର୍ବତନ ଚିତ୍ରକୋଣ୍ଡା ବିଧାୟକ ଡମ୍ବୁରୁ ଶିସା, କୋରୁକୋଣ୍ଡା ବ୍ଲକ ସାଂସଦ ପ୍ରତିନିଧି ଅକ୍ଷୟ କୁମାର ବିଶ୍ୱାଳ, ପୂର୍ବତନ ଜିଲ୍ଲା ଯୁବମୋର୍ଚା ସଭାପତି ରତନ ବଣିକଙ୍କ ସମେତ ତାର୍ଲାକୋଟା ମଣ୍ଡଳ ଅଧୀନରେ ଥିବା ମୋଟ ୬ ଟି ପଞ୍ଚାୟତର ଶତାଧିକ ଦଳୀୟ ନେତୃ ମଣ୍ଡଳୀ ଓ କର୍ମୀମାନେ ଉପସ୍ଥିତ ଥିଲେ। ଏହି ମଣ୍ଡଳ ଅଧୀନରେ ଥିବା ଅଞ୍ଚଳରେ ସଂଗଠନକୁ ସୁଦୃଢ କରିବା ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଉଥିବା ଜନ ହିତକର ଯୋଜନା ଗୁଡିକ ଏବଂ ଏହାର ସୁବିଧା ତୃଣମୂଳ ସ୍ତରରେ ଲୋକଙ୍କ ନିକଟରରେ ପହଞ୍ଚାଇବା ପାଇଁ ଜିଲ୍ଲା ସଭାପତି ଓ ଅନ୍ୟ ନେତୃ ମଣ୍ଡଳୀ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଏହି ବୈଠକରେ ସର୍ବ ସମ୍ମତ୍ତି କ୍ରମେ ବିଜେପିର ତାର୍ଲାକୋଟା ମଣ୍ଡଳ ସଭାପତି ଭାବେ ଦଳର ବରିଷ୍ଠ କର୍ମୀ ସୁଧାଂଶୁ ଶେଖର ପାଢ଼ୀଙ୍କୁ ଚୟନ କରାଯିବା ସହ ଏହି କାର୍ଯ୍ୟକୁ ସୁଚାରୁରୂପେ ପରିଚାଳନା କରିବା ନିମନ୍ତେ ତାଙ୍କୁ ଦଳ ପକ୍ଷରୁ ବିଧିବଦ୍ଧ ଭାବେ ଦାଇତ୍ୱ ପ୍ରଦାନ କରାଯାଇଛି।
Leave a Reply