ମାଲକାନଗିରି //ଡାଇକ-୩ ନଦୀରେ ଡ଼ଙ୍ଗା ଓଲଟି ଜଣେ ଯୁବକ ନିଖୋଜ,ହଠାତ ବର୍ଷା ପବନ ଆସିବା ଫଳରେ ଭାର ସାମ୍ୟ ହରାଇ ଡ଼ଙ୍ଗାଟି ନଦୀ ମଝିରେ ଓଲଟି ପଡିଥିଲା। ଡ଼ଙ୍ଗାରେ ଥିବା ଚାରିଜଣଙ୍କ ମଧ୍ୟରୁ ୩ଜଣ ବ୍ୟକ୍ତି ସ୍ଥାନୀୟ ଲୋକଙ୍କ ସାହାୟତାରେ କୂଳକୁ ଫେରି ଆସିଥିବା ବେଳେ ରାମଚନ୍ଦ୍ର ପାଙ୍ଗି ନାମକ ବ୍ୟକ୍ତି ପାଣି ଭିତରେ ନିଖୋଜ ହୋଇଯାଇଥିଲେ-ମନୋଜ ଦେବ ପାଙ୍ଗି ଦର୍ଶନ ସମୀକ୍ଷା

Spread the love

ଡାଇକ-୩ ନଦୀରେ ଡ଼ଙ୍ଗା ଓଲଟି ଜଣେ ଯୁବକ ନିଖୋଜ

ଉଦ୍ଧାର କାର୍ଯ୍ୟ ଜାରୀ ରଖିଛି ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକେ

ମାଲକାନଗିରି(ମନୋଜ ଦେଵ ପାଙ୍ଗି)ଦର୍ଶନ ସମୀକ୍ଷା
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ନାକାମାମୁଡି ଗ୍ରାମ ପଞ୍ଚାୟତ ଅଧୀନସ୍ତ ଡାଇକ-୩ ନଦୀ ଘାଟରୁ ଡ୍ୟାମର ଆରପାରୀରେ ଥିବା ତାଲାପଦର ଗ୍ରାମକୁ ଗୋଟିଏ ଦେଶୀ ଡ଼ଙ୍ଗା ଯୋଗେ ଗତକାଲି ଅପରାହ୍ନ ପ୍ରାୟ ୪ଟା ସମୟରେ ୪ଜଣ ବ୍ୟକ୍ତି ଯାଉଥିବା ସମୟରେ ହଠାତ ବର୍ଷା ପବନ ଆସିବା ଫଳରେ ଭାର ସାମ୍ୟ ହରାଇ ଡ଼ଙ୍ଗାଟି ନଦୀ ମଝିରେ ଓଲଟି ପଡିଥିଲା। ଡ଼ଙ୍ଗାରେ ଥିବା ଚାରିଜଣଙ୍କ ମଧ୍ୟରୁ ୩ଜଣ ବ୍ୟକ୍ତି ସ୍ଥାନୀୟ ଲୋକଙ୍କ ସାହାୟତାରେ କୂଳକୁ ଫେରି ଆସିଥିବା ବେଳେ ରାମଚନ୍ଦ୍ର ପାଙ୍ଗି ନାମକ ବ୍ୟକ୍ତି ପାଣି ଭିତରେ ନିଖୋଜ ହୋଇଯାଇଥିଲେ।ଗ୍ରାମବାସୀ ଗତକାଲି ଠାରୁ ବହୁତ ଖୋଜା ଖୋଜି କରିବା ପରେ ତାଙ୍କୁ ନପାଇବାରୁ ତୁରନ୍ତ ଏହି ଘଟଣା ସମ୍ପର୍କରେ କୋରୁକୋଣ୍ଡା ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ଅଗ୍ନିଶମ ବାହିନୀ ସୂଚନା ପାଇବା ବେଳକୁ ସନ୍ଧ୍ୟା ହୋଇଯାଇଥିବା କାରଣରୁ ଶନିବାର ସକାଳେ କୋରୁକୋଣ୍ଡା ଅଗ୍ନିଶମ ବିଭାଗର ଏଲ ଏଫ ଏଫ ବାସୁଦେବ ବିଶ୍ୱାଳଙ୍କ ନେତୃତ୍ୟରେ ଏକ ସ୍ୱତନ୍ତ୍ର ଟିମି ଘଟଣା ସ୍ଥଳରେ ପହଞ୍ଚି ଅଞ୍ଚଳ ବାସୀଙ୍କ ସାହାଯ୍ୟରେ ଡ୍ୟାମର ଗଭୀର ପାଣି ଭିତରେ ପଶି ବିଭିନ୍ନ ସ୍ଥାନରେ ସନ୍ଧ୍ୟା ପର୍ଯ୍ୟନ୍ତ ବହୁତ ଖୋଜା ଖୋଜି କରିଥିଲେ। ବହୁ ସମୟ ପ୍ରଚେଷ୍ଟା କରିବାକୁ ପରେ ମଧ୍ୟ ବୁଡ଼ିଯାଇଥିବା ବ୍ୟକ୍ତିଙ୍କୁପ ପାଣିରୁ ଖୋଜି ପାଇପାରି ନଥିବା କାରଣରୁ ଅଗ୍ନିଶମ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଫେରି ଆସିଥିଲେ ବୋଲି ଶ୍ରୀ ବିଶ୍ୱାଳ ସୂଚନା ଦେଇଛନ୍ତି। କାଲି ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଜାରୀ ରହିବ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *