ମାଲକାନଗିରି //ଟ୍ରାକ୍ଟର ଧକ୍କାରେ ବାଇକ ଆରୋହୀ ମୃତଟ୍ରାକ୍ଟର ଓ ବାଇକକୁ ଜବତ,ସ୍ଥନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ନିମନ୍ତେ କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଭିମାନଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ।-ମନୋଜ ଦେବ ପାଙ୍ଗି ଦର୍ଶନ ସମୀକ୍ଷା

Spread the love

ଟ୍ରାକ୍ଟର ଧକ୍କାରେ ବାଇକ ଆରୋହୀ ମୃତ
ଟ୍ରାକ୍ଟର ଓ ବାଇକକୁ ଜବତ

ମାଲକାନଗିରି(ମନୋଜ ଦେଵ ପାଙ୍ଗି)ଦର୍ଶନ ସମୀକ୍ଷା
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା – ମାଲକାନଗିରି ମୁଖ୍ୟ ରାସ୍ତା ଇନ୍ଦିରା କଲୋନୀ ନିକଟରେ ଏକ ଟ୍ରାକ୍ଟର ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି କୋରୁକୋଣ୍ଡା ବ୍ଲକ ପୋଟ୍ରେଲ ପଞ୍ଚାୟତ ଅଧୀନସ୍ତ ଉସ୍କାପାଲ୍ଲୀ ଗ୍ରାମର ସ୍ବର୍ଗତ ମୁକା ସୋଡିଙ୍କ ପୁଅ ଭୀମା ସୋଡି-(୩୮) ବୋଲି ଜଣା ପଡିଛି।ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଗତ ରବିବାର ଅପରାହ୍ନ ପ୍ରାୟ ୩ ଟା ୩୦
ମିନିଟ ସମୟରେ ମଲକାନଗିରିରୁ ନିଜ ବାଇକ ଚଲାଇ ଘରକୁ ଫେରୁଥିବା ଵେଳେ ଇନ୍ଦିରା କଲୋନୀ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରାକ୍ଟର
ଓଡି-୩୦-ଏଫ-୧୧୧୬ ନମ୍ବର ଗାଡି ବାଇକକୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ଭୀମା ବାଇକ ସହ ରାସ୍ତାରେ ପଡି ଯାଇଥିଲା। ଉକ୍ତ ଟ୍ରାକ୍ଟରଟି ଭୀମାଙ୍କ ଉପରେ ଚଢି ଯାଇଥିଲା। ଗୁରୁତର ଅବସ୍ଥାରେ ସେଠାରେ ପଡ଼ିଥିବା ଭୀମାଙ୍କୁ ସ୍ଥନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ନିମନ୍ତେ କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଭିମାନଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ। ଏ ନେଇ ମୃତ ଭୀମାଙ୍କ ଭାଇ ଦେବା ସୋଡି କୋରୁକୋଣ୍ଡା ଥାନାରେ ଏକ ଲିଖିତ ଏତଲା ପ୍ରଦାନ କରିଥିଲେ। ଉକ୍ତ ଏତଲାକୁ ଭିତ୍ତି କରି ଥାନାରେ ଏକ ଦୁର୍ଘଟଣା ମାମଲା କେସ ନମ୍ବର ୧୧୬/୨୦୨୫ ରେ ପୋଲିସ ଏକ ମାମଲା ରୁଜୁ କରିଛି। କୋରୁକୋଣ୍ଡା ଥାନା ଅଧିକାରୀ ହିମାଂଶୁ ଶେଖର ବାରିକଙ୍କ ନିର୍ଦ୍ଧେଶ କ୍ରମେ ଏସ ଆଇ ପ୍ରଶାନ୍ତ କୁମାର ସାବତଙ୍କ ନେତୃତ୍ୱରେ ଏକ ଟିମ ଘଟଣା ସ୍ଥଳରେ ପହଁଞ୍ଚି ଭିମାଙ୍କ ମୃତ ଦେହକୁ ଜବତ କରିବା ସହିତ ଦୁର୍ଘଟଣା ଗ୍ରସ୍ତ
ହୋଇଥିବା ଟ୍ରାକ୍ଟର ଓ ବାଇକକୁ ପୋଲିସ ଜବତ କରିଥିଲେ।ଗତ ସୋମବାର ଦିନ ମାଲକାନଗିରି ମେଡିଲାଲରେ ଶବ ବ୍ୟବଛେଦ କରାଯିବା ପରେ ଭୀମାଙ୍କ ମୃତ ଶରୀରକୁ ତାଙ୍କ ପରିବାର ଲୋକଙ୍କୁ ପୋଲିସ ପକ୍ଷରୁ ହସ୍ତାନ୍ତର କରାଯାଇଛି। ଏହି ଘଟଣାର ତଦନ୍ତ ଜାରୀ ରହିଥିବା ଥାନା ଅଧିକାରୀ ଶ୍ରୀ ବାରିକ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *