ମାଲକାନଗିରି //ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳନ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ହୋଇଯାଇଛି-ମନୋଜ ଦେବ ପାଙ୍ଗି ଦର୍ଶନ ସମୀକ୍ଷା ମାଲକାନଗିରି

Spread the love

ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା

ମାଲକାନଗିରି=(ଦର୍ଶନସମୀକ୍ଷା)ମନୋଜ
ଆଜି ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳନ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ହୋଇଯାଇଛି । ଉଚ୍ଚ ବିଦ୍ୟାଳୟ ସ୍ତରୀୟ ଏହି ପ୍ରତିଯୋଗିତାରେ ପୌର ପରିଷଦ ମାଲକାନଗିରି ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗ ନେଇଥିଲେ। ବିଚାରକ ଭାବେ ସରୋଜ ଦାସ, ସରୋଜ ପଟ୍ଟନାୟକ ଓ ସମୀର ନାୟକ ଉପସ୍ଥିତ ଥିଲେ। ପ୍ରତିଯୋଗିତା କୁ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ କର୍ମଚାରୀ ରଞ୍ଜନ ମହାନ୍ତି ପରିଚାଳନା କରିଥିଲେ। ପ୍ରତିଯୋଗିତା କୁ ଆୟୋଜନ କରିବାରେ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଦୁଷ୍ମନ୍ତ ଜେନା ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ। ସମସ୍ତ କୃତି ପ୍ରତିଯୋଗୀ ଙ୍କୁ ସର୍ବ ଶିକ୍ଷା ଅଭିଯାନ ପରିସରରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ଗାନ୍ଧୀ ଜୟନ୍ତୀ ଅବସରରେ ପୁରସ୍କୃତ କରାଯିବ।

Leave a Reply

Your email address will not be published. Required fields are marked *