ମାଲକାନଗିରି ଜିଲ୍ଲା ବାଲିମେଳା ସହରର ପୁରୁଣା ବସଷ୍ଟାଣ୍ଡ ନିକଟରେସୋମବାର ଶାରଦୀୟ ମା’ ନବରାତ୍ରି ଙ୍କ ପୂଜା ଆରମ୍ଭ ହୋଇଯାଇଛି, ଓରକେଲ ଥାନା ଅଧିକାରୀ ଧିରେନ ପଟ୍ଟନାୟକଙ୍କ ତତ୍ୱାବଧାନରେ ପୂଜା ମଣ୍ଡପ ଓ ସହରରେ ପେଟ୍ରୋଲିଙ୍ଗ କରାଯିବା ସହ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି-ମାଲକାନଗିରି ରୁ ମନୋଜ ଦେବ ପାଙ୍ଗି ଦର୍ଶନ ସମୀକ୍ଷା

Spread the love

ଶାରଦୀୟ ନବରାତ୍ରି ପୂଜା ପାଇଁ ବାଲିମେଳା ଉତ୍ସବମୁଖର

ମାଲକାନଗିରି ଜିଲ୍ଲା ବାଲିମେଳା ସହରର ପୁରୁଣା ବସଷ୍ଟାଣ୍ଡ ନିକଟରେ
ସୋମବାର ଶାରଦୀୟ ମା’ ନବରାତ୍ରି ଙ୍କ ପୂଜା ଆରମ୍ଭ ହୋଇଯାଇଛି। ସୋମବାର ସକାଳ ୧୦ ଟା ସମୟରେ
ନିକଟସ୍ଥ ଚିତାପାରି ନଦୀରୁ ମହିଳା ଓ ଅନ୍ୟ ଭକ୍ତ ମାନେ ସଂକୀର୍ତନ ମଣ୍ଡଳୀଙ୍କ ସହିତ ଏକ କଳସ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିଥିଲେ।ପରେ ମା’ ଙ୍କ ମଣ୍ଡପରେ କଳସ ସ୍ଥାପନ କରାଯିବା ସହ ରୀତିନୀତି ଅନୁଯାୟୀ ମା’ ଙ୍କର ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା।ଦିନ ୧୧ ଟା ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ମା’ ଙ୍କର ପୂଜାର୍ଚ୍ଚନା ଓ ହୋମ କରାଯାଇଥିଲା।
ଏଥି ସହ ସନ୍ଧ୍ୟା ଆଳତି ମଧ୍ୟ୍ୟ କରାଯାଇଥିଲା ଶତାଧିକ ଭକ୍ତ ମାନଙ୍କ ସହ ପୂଜା କମିଟିର ସଦସ୍ୟ ମାନେ ଉପସ୍ଥିତ ରହି ପୂଜାରେ ଭାଗ ନେଇଥିଲେ।ପୂଜା ମଣ୍ଡପ ନିକଟରେ ଥିବା ମୁଖ୍ୟ ରାସ୍ତା ବଡ ବଡ ତୋରଣ ସାଙ୍ଗକୁ ରଙ୍ଗ ବେରଙ୍ଗ ଆଲୋକ ମାଳାରେ ଝଲସି ଉଠୁଛି।ଏହି ପୂଜା ମଣ୍ଡପରେ ଚଳିତ ବର୍ଷକୁ ମିଶାଇ ମୋଟ ୧୪ ବର୍ଷ ହେଲା ଆଡମ୍ବର ସହକାରେ ମା ‘ନବରାତ୍ରିଙ୍କ ପୂଜା
ପାଳିତ ହୋଇ ଆସୁଅଛି।ଏହି ପୂଜା ଦେଖିବା ପାଇଁ ବାଲିମେଳା ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଭକ୍ତଙ୍କ ଭିଡ ଜମୁଛି।ପୂଜା କମିଟିର ସଦସ୍ୟ ନରସିଂହ ବେହେରା, ବଂଶୀ ବରାଡ଼,
ଭଗବାନ ବାଘ, ସିଦ୍ଧାର୍ଥ ରଞ୍ଜନ ଦାସ, ବୈଶାଖ ବରାଡ଼, ବିଶ୍ୱଜିତ ନାୟକ, ଫକୀର ବାଘଙ୍କ ସମେତ ଅନ୍ୟ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ଏହି ନବରାତ୍ରି ପୂଜାକୁ ସୂଚରୁରୂପେ ପରିଚାଳନା କରୁଛନ୍ତି। ଏହି ନବରାତ୍ରି ପୂଜା ସୋମବାର ଠାରୁ ଆରମ୍ଭ ହୋଇ ଅକ୍ଟୋବର ମାସ ୫ ତାରିଖ ପଯ୍ୟନ୍ତ ଚଳିବ ବୋଲି ପୂଜା କମିଟି ପକ୍ଷରୁ କୁହାଯାଇଛି।ପୂଜାକୁ ଦୃଷ୍ଟିରେ ରଖି
ଓର୍କେଲ ଥାନା ଅଧିକାରୀ ଧିରେନ ପଟ୍ଟନାୟକଙ୍କ ତତ୍ୱାବଧାନରେ ପୂଜା ମଣ୍ଡପ ଓ ସହରରେ ପେଟ୍ରୋଲିଙ୍ଗ କରାଯିବା ସହ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Leave a Reply

Your email address will not be published. Required fields are marked *