ମାଲକାନଗିରି(ମନୋଜ ଦେବ ପାଙ୍ଗି)ଦର୍ଶନ ସମୀକ୍ଷା
ମାଲକାନଗିରି ଜିଲ୍ଲା ବାଲିମେଳା-ଚିତ୍ରକୋଣ୍ଡା ମୁଖ୍ୟ ରାସ୍ତାର ଏଯାଏଁ ସରିଲାନି ପ୍ରଶସ୍ତିକରଣ ନିର୍ମାଣ କାର୍ଯ୍ୟ। ତେବେ ଏହି ରାସ୍ତାଟି ମୁଖ୍ୟତଃ ପାହାଡିଆ ଘାଟି ଅଞ୍ଚଳ ଦେଇ ଯାଇଥିବା ବେଳେ ବହୁ ଅଙ୍କାବଙ୍କା ରାସ୍ତା ଦେଇ ଚିତ୍ରକୋଣ୍ଡା ଯିବାକୁ ପଡିଥାଏ। ତେବେ ଦୈନିକ ଏହି ରାସ୍ତା ଦେଇ ଶହ ଶହ ଗାଡି ଆନ୍ଧ୍ରପ୍ରଦେଶ କୁ ଏବଂ ଚିତ୍ରକୋଣ୍ଡା ଅଞ୍ଚଳର ସ୍ୱାଭିମାନ ଅଞ୍ଚଳର ପ୍ରାୟ ୧୫୮ ଟି ଗ୍ରାମକୁ ଯାତାୟାତ କରୁଥିବା ବେଳେ ଅଞ୍ଚଳବାସୀ ଏହି ରାସ୍ତା ଉପରେ ନିର୍ଭର କରି ଯାତାୟାତ କରିଥାନ୍ତି। କିନ୍ତୁ ଘାଟି ରାସ୍ତାର ଉଭୟ ପାର୍ଶ୍ଵରେ ଓସାରିଆ ନିମନ୍ତେ ପୂର୍ତ୍ତବିଭାଗ ପକ୍ଷରୁ ଏହି ସିମେଣ୍ଟ କଂକ୍ରିଟ ପ୍ରଶସ୍ତିକରଣ କାର୍ଯ୍ୟ ନାମକୁ ମାତ୍ର ଆରମ୍ଭ ହୋଇ ବାଲି, ମେଟାଲ ରାସ୍ତାରେ ପଡି ରାସ୍ତା ଅବରୋଧ ହୋଇଥିବା ବେଳେ ଏଯାଏଁ ସରିଲାନି ଏହି ପ୍ରଶସ୍ତିକରଣ କାର୍ଯ୍ୟ। ଫଳରେ ବର୍ତ୍ତମାନ ବର୍ଷା ଦିନ ହେତୁ ଦୈନିକ ଯାଆସ କରୁଥିବା କିଛି ବାଇକ ଚାଳକ ଏହି ଖାଲରେ ପଡି ଦୁର୍ଘଟଣାର ଶିକାର ହୋଇ ଆହତ ହେଉଥିବା ନେଇ ଅଭିଯୋଗ କରିଛନ୍ତି। ଏଥିସହ ଆନ୍ଧ୍ରପ୍ରଦେଶରୁ ଦୈନିକ ଲୋଡ ନେଇ ଆସୁଥିବା ଟ୍ରକ ଗୁଡିକ ସାମ୍ନା ପଟୁ ଆସୁଥିବା ଅନ୍ୟ ଗାଡି ଗୁଡିକୁ ରାସ୍ତା ଦେବାକୁ ଯାଇ ଯଦି ଏହି ଖାଲରେ ପଡନ୍ତି ତ ବଡ଼ ଦୁର୍ଘଟଣାର ଶିକାର ହୋଇ ଟ୍ରକ ଟି ପାହାଡ଼ ତଳକୁ ଖସିପଡି ଦୁର୍ଘଟଣାର ଶିକାର ହେବା ନେଇ ଅନୁମାନ କରାଯାଉଛି। ଯଦି ସେହିପରି କିଛି ବଡ଼ ଦୁର୍ଘଟଣା ଘଟେ ତାହେଲେ ସେଥିପାଇଁ ପୂର୍ତ୍ତ ବିଭାଗ ଦାୟୀ ରହିବ କି ବୋଲି ଦୈନିକ ସେହି ବାଟ ଦେଇ ଯାଉଥିବା କିଛି ବାଇକ ଚାଳକ ଓଲଟି ପ୍ରଶ୍ନ କରିଛନ୍ତି। ଏଥି ସହ ବର୍ତ୍ତମାନ ବର୍ଷା ଦିନ ହେତୁ ବହୁ ଗଛ ଗୁଡିକର ଶାଖା ଏବଂ ଡାଳ ଗୁଡିକ ଲମ୍ବିବା ଦ୍ୱାରା ଘାଟି ରାସ୍ତାର ଏ କଡ କୁ ସେ କଡ ସମ୍ପୂର୍ଣ୍ଣ ଭାବେ ଦେଖା ଯାଉନାହିଁ। ଫଳରେ ଦୈନିକ କିଛି ବାଇକ ଅରୋହୀ ଏବଂ କାର ଡ୍ରାଇଭର ମାନେ ଅଳ୍ପ ଅଳ୍ପକେ ଦୁର୍ଘଟଣା ରୁ ବର୍ତ୍ତୃଥିବା କହିଛନ୍ତି। ଏଥିସହ ଘାଟିରେ ନିର୍ମାଣ ହୋଇଥିବା ସୁରକ୍ଷିତ ସିମେଣ୍ଟ ଗାର୍ଡ ୱାଲ ଗୁଡିକ ସ୍ଥାନେ ସ୍ଥାନେ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ସୂଚନାଥାଉ କି ଗତ ୫ ମାସ ତଳେ ପୂର୍ତ୍ତ ବିଭାଗ ପକ୍ଷରୁ ଏହି ୪୭ ନଂ ରାଜ୍ୟ ରାଜପଥର ଗୋବିନ୍ଦପାଲ୍ଲୀ ଠାରୁ ଆରମ୍ଭ କରି ଚିତ୍ରକୋଣ୍ଡା ସ୍ଥିତ ଏସଆର କମ୍ପାନୀ ଦେଇ ଓଡ଼ିଶାର ଶେଷ ସୀମା ଯାଏଁ ଏହି ରାସ୍ତାର କିଛି ମରାମତି ଏବଂ ନିର୍ମାଣ ବାବଦକୁ ୨୦ କୋଟି ରୁ ଉର୍ଦ୍ଧ୍ବ ଟଙ୍କାର ଟେଣ୍ଡର ହୋଇଥିବା ବେଳେ ଗଜପତି ଜିଲ୍ଲାର ଆରଆର କମ୍ପାନୀ ନାମକ ଏକ ଠିକାଦାରୀ ସଂସ୍ଥା ଏହି କାର୍ଯ୍ୟଟି ପାଇଥିଲା। କିନ୍ତୁ କିଛି ସ୍ଥାନରେ ଏହି ରାସ୍ତା ମରାମତି କାର୍ଯ୍ୟ ଚାଲିଥିବା ବେଳେ ବର୍ତ୍ତମାନ ଯାଏଁ ଏହି ବାଲିମେଳା-ଚିତ୍ରକୋଣ୍ଡା ମୁଖ୍ୟ ରାସ୍ତାର ସିମେଣ୍ଟ ପ୍ରଶସ୍ତିକରଣ କାର୍ଯ୍ୟ ଆରମ୍ଭ କରି ନଥିବା ଦେଖିବାକୁ ମିଳିଛି। ତେଣୁ ତୁରନ୍ତ ଏହି ରାସ୍ତା ଓସାରିଆ କାର୍ଯ୍ୟ ଆରମ୍ଭ କରିବା ସହ ସୁରକ୍ଷିତ ସିମେଣ୍ଟ ଗାର୍ଡ-ୱାଲ ଗୁଡିକୁ ପୁନଃ ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି।ଏ ସମ୍ପର୍କରେ ଏହି କାର୍ଯ୍ୟ ଦାୟିତ୍ୱରେ ଥିବା ପୂର୍ତ୍ତ ବିଭାଗର ଏସଡିଓ ସଂଗ୍ରାମ ମାରାଣ୍ଡିଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଖୁବ ଶୀଘ୍ର ଭାଙ୍ଗିଥିବା ଗାର୍ଡୱାଲର ମରାମତି କରାଯିବା ସହ ବାକି ଥିବା ରାସ୍ତା କାମ କରାଯିବ ବୋଲି କହିଛନ୍ତି।
ମାଲକାନଗିରି ଜିଲ୍ଲା ବାଲିମେଳା-ଚିତ୍ରକୋଣ୍ଡା ମୁଖ୍ୟ ରାସ୍ତାର ଏଯାଏଁ ସରିଲାନି ପ୍ରଶସ୍ତିକରଣ ନିର୍ମାଣ କାର୍ଯ୍ୟ। ତେବେ ଏହି ରାସ୍ତାଟି ମୁଖ୍ୟତଃ ପାହାଡିଆ ଘାଟି ଅଞ୍ଚଳ ଦେଇ ଯାଇଥିବା ବେଳେ ବହୁ ଅଙ୍କାବଙ୍କା ରାସ୍ତା ଦେଇ ଚିତ୍ରକୋଣ୍ଡା ଯିବାକୁ ପଡିଥାଏ।ମେଟାଲ ରାସ୍ତାରେ ପଡି ରାସ୍ତା ଅବରୋଧ ହୋଇଥିବା ବେଳେ ଏଯାଏଁ ସରିଲାନି ଏହି ପ୍ରଶସ୍ତିକରଣ କାର୍ଯ୍ୟ।

Leave a Reply