ବାଲିମେଳାରେ ତିନି ଠାକୁରଙ୍କ ନବଯୌବନ ଦର୍ଶନ
ମାଲକାନଗିରି(ମନୋଜ ଦେଵ ପାଙ୍ଗି)
ମାଲକାନଗିରି ଜିଲ୍ଲା ବାଲିମେଳା ସହର ସ୍ଥିତ ଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉମାନଙ୍କ ନେତ୍ରୋତ୍ସବ ଏବଂ ନବ ଯୌବନ ଦର୍ଶନ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ରଥଯାତ୍ରା ନିମନ୍ତେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ରାଜା ଭାବେ ଦାଇତ୍ୱ ତୁଲାଇବା ପାଇଁ ସ୍ଥିର ହୋଇଥିବା ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ରର ବରିଷ୍ଠ ସାଧାରଣ ପରିଚାଳକ ଦିଲ୍ଲୀପ କୁମାର ସ୍ୱାଇଁ
ପାରମ୍ପରିକ ରୀତିନୀତି ଅନୁଯାୟୀ ସନ୍ଧ୍ୟା ପ୍ରାୟ ୬ ଟା ସମୟରେ ଶ୍ରୀ ମନ୍ଦିରରେ ପହଞ୍ଚିବା ପରେ ପୁରହିତ ମାନଙ୍କ ଦ୍ୱାରା ବିଧିବଦ୍ଧ ଭାବେ ଠାକୁରଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା। ନେତ୍ରୋତ୍ସବ ଉପଲକ୍ଷେ ତିନି ଠାକୁରଙ୍କ ଆସ୍ଥାନ ଚକା ଅପସାରଣ ପରେ ରାଜା ଶ୍ରୀ ସ୍ୱାଇଁ ଦ୍ୱାରା ମନ୍ଦିରର ଦ୍ୱାର ଖୋଲାଯାଇଥିଲା। ଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉଙ୍କ ନେତ୍ରୋତ୍ସବ ଏବଂ ନବ ଯୌବନ ଦର୍ଶନ ହୋଇଥିଲା। ସମସ୍ତ ଭକ୍ତଙ୍କ ଗହଣରେ ତିନି ଠାକୁରଙ୍କ ସନ୍ଧ୍ୟା ଆଳତି ଏବଂ ପୂଜାର୍ଚ୍ଚନା କରାଯାଇଥିଲା।ଏହାକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚକର ଶତାଧିକ ଭକ୍ତଙ୍କୁ ସମାଗମ ହୋଇଥିଲା। ତେବେ ମନ୍ଦିର ପରିଚାଳନା କମିଟିର ଟ୍ରଷ୍ଟି ଦିଲ୍ଲୀପ କୁମାର ବେଵାରୀ, ନଗରପାଳ ପ୍ରଦୀପ କୁମାର ନାୟକ,
ନିମାଇଁ ଚରଣ ସ୍ୱାଇଁ, ପୂର୍ଣ୍ଣ ଚନ୍ଦ୍ର ଗୌଡ଼, ଅକ୍ଷୟ ବିଶ୍ୱାଳ,ଶୀତଲ କୁମାର ଚର୍ଚ୍ଚି, ସତ୍ୟଜିତ ଜେନା, ରମେଶ ଚନ୍ଦ୍ର ସ୍ୱାଇଁ, ଦୀପକ କୁମାର ସାହୁ, ସନ୍ତୋଷ କୁମାର ଆଚାର୍ଯ୍ୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।ଶୁକ୍ରବାର ବାଲିମେଳା ସହରରେ ଅନୁଷ୍ଠିତ ହେବାକୁ ଥିବା ରଥ ଯାତ୍ରାରେ ପ୍ରାୟ ୧୦ ରୁ ୧୫ ହଜାର ଭକ୍ତଙ୍କର ସମାଗମ ହେବାର ସମ୍ଭବାନକୁ ଦୃଷ୍ଟିରେ ରଖି ଭକ୍ତ ମାନଙ୍କର ସୁରକ୍ଷା ପ୍ରତି ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଛି। ଓର୍କେଲ ଥାନା ଅଧିକାରୀ ଧିରେନ ପଟ୍ଟନାୟକ ମନ୍ଦିର ପରିଚାଳନା କମିଟି ସଦସ୍ୟ ମାନଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ଶୁକ୍ରବାର ଅପରାହ୍ନ ପ୍ରାୟ ୩ ଟା ସମୟରେ ତିନି ଠାକୁରଙ୍କ ରଥ ପର୍ଯ୍ୟନ୍ତ ପହଣ୍ଡି ଯାତ୍ରା, ପ୍ରାୟ ୪ ଟା ସମୟରେ ରଥ ଟଣା କାର୍ଯ୍ୟକ୍ରମ ସ୍ଥିର କରାଯାଇଛି ବୋଲି ଟ୍ରଷ୍ଟି ଶ୍ରୀ ବେଵାରୀ ସୂଚନା ଦେଇଛନ୍ତି।
Leave a Reply