ମାଲକାନଗିରି ଜିଲ୍ଲା ବାଲିମେଳା ସହରସ୍ଥିତ ଜଗନ୍ନାଥ ମନ୍ଦିରରେ ବୁଧବାର ଵିଧି ଅନୁଯାୟୀ ଶ୍ରୀଜୀଉଙ୍କ ସ୍ନାନ ପୁର୍ଣିମା ପାଳିତ ହୋଇଯାଇଅଛି,ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ସ୍ନାନ ପୁର୍ଣିମା ଉତ୍ସବକୁ ସୁଚାରୁରୂପେ ପରିଚାଳନା କରିଥିଲେ-ମନୋଜ ଦେବ ପାଙ୍ଗି. ଦର୍ଶନ ସମୀକ୍ଷା ମାଲକାନଗିରି

Spread the love

ସ୍ନାନ ମଣ୍ଡପରେ ଦର୍ଶନ ଦେଲେ ଶ୍ରୀଜୀଉ

ମାଲକାନଗିରି:ମନୋଜ ଦେଵ ପାଙ୍ଗି ଦର୍ଶନସମୀକ୍ଷା
ବୁଧବାର ଥିଲା ଶ୍ରୀଜୀଉଙ୍କ ସ୍ନାନ ଉତ୍ସବ। ଏହାକୁ ନେଇ ଆଦିବାସୀ ଅଧୁଷିତ ମାଲକାନଗିରି ଜିଲ୍ଲାର ବାଲିମେଳା ସହର ଉତ୍ସବ ମୁଖର ହୋଇ ଉଠିଥିଲା।ମାଲକାନଗିରି ଜିଲ୍ଲା ବାଲିମେଳା ସହରସ୍ଥିତ ଜଗନ୍ନାଥ ମନ୍ଦିରରେ ବୁଧବାର ଵିଧି ଅନୁଯାୟୀ ଶ୍ରୀଜୀଉଙ୍କ ସ୍ନାନ ପୁର୍ଣିମା ପାଳିତ ହୋଇଯାଇଅଛି। ପ୍ରାତଃହରୁ
ଠାକୁରଙ୍କ ମଙ୍ଗଳଆଳତି, ଅବକାଶ ସହ ଅନ୍ୟାନ୍ୟ ସମସ୍ତ ନୀତି ପୂଜକ
ମୃତ୍ୟୁଞ୍ଜୟ ଦାସ, ଶୁଭାଶିଷ କର, ସନ୍ତୋଷ କୁମାର ଆଚାର୍ଯ୍ୟ, ବ୍ରଜ କିଶୋର ତ୍ରିପାଠୀ, ପ୍ରମୋଦ ଦାସ, ନିର୍ମଳ ନନ୍ଦ, ନିକୁଞ୍ଜ ପାଳଙ୍କ ସମେତ ଅନ୍ୟ ପୂଜକ ମାନଙ୍କ ଦ୍ୱାରା ସମ୍ପନ୍ନ ହୋଇଥିଲା। ଏହା ପରେ ଚଳିତ ବର୍ଷ ରଥଯାତ୍ରାର ରାଜା ତଥା ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ରର ବରିଷ୍ଠ ସାଧାରଣ ପରିଚାଳନା ଦିଲୀପ କୁମାର ସ୍ୱାଇଁଙ୍କୁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଵିଧି ଅନୁଯାୟୀ ନିମନ୍ତ୍ରଣ କରାଯାଇଥିଲା। ରାଜା ଶ୍ରୀ ସ୍ୱାଇଁ ମନ୍ଦିରରେ ପୂର୍ବାହ୍ନ ୯ ଟାରେ ପହଁଞ୍ଚିବା ପରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ସୁଦର୍ଶନଙ୍କ ପହଣ୍ଡି ନୀତି ଆରମ୍ଭ ହୋଇଥିଲା। ପୂଜା ପଣ୍ଡାମାନେ ଠାକୁରଙ୍କୁ ସଂକୀର୍ତ୍ତନ ଓ ଭକ୍ତ ମାନଙ୍କର ହୁଳହୁଳି ଏବଂ ହରିବୋଲର ତାଳେତାଳେ ପହଣ୍ଡି କରି ସ୍ନାନ ମଣ୍ଡପରେ ବିଜେ କରାଇଥିଲେ।୧୦୮ ଗରା ସୁବାସିତ ଜଳରେ ତିନି ଠାକୁରଙ୍କୁ ସ୍ନାନ କରାଯାଇଥିଲା। ଏହି ଅବସରରେ ଶ୍ରୀଜୀଉ ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ସେଠାରେ ଭୋଗ ଓ ଅନ୍ୟ ସମସ୍ତ ନୀତି ସମ୍ପନ୍ନ ହେବା ପରେ ଅପାରହ୍ନ ପ୍ରାୟ ୫ ଟା ସମୟରେ ଅଣସର ପିଣ୍ଡିକୁ ତିନି ଠାକୁରଙ୍କୁ ପହଣ୍ଡି କରି ଅଣାଯାଇଛି।
ଏସଜିଏମ ଦିଲ୍ଲୀପ କୁମାର ସ୍ୱାଇଁ ରାଜା ଦାୟିତ୍ୱ ନିର୍ବାହ କରିଥିଲେ।
ଏହି ଉତ୍ସବରେ ମନ୍ଦିରର ଟ୍ରଷ୍ଟି ଦିଲୀପ କୁମାର ବେପାରୀ, ନଗରପାଳ ପ୍ରଦୀପ କୁମାର ନାୟକ, ରଥଯାତ୍ରା କମିଟିର ସମ୍ପାଦକ ବିଜୟ କୁମାର ରାଉତ,ଯୁଗ୍ମ କୋଷାଧକ୍ଷ ପୂର୍ଣଚନ୍ଦ୍ର ଗୌଡ଼, ଅକ୍ଷୟ ବିଶ୍ୱାଳ, ନିମାଇଁ ଚରଣ ସ୍ୱାଇଁ,ଶୀତଲ କୁମାର ଚର୍ଚ୍ଚି,ସତ୍ୟଜିତ ଜେନାଙ୍କ ସମେତ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ସ୍ନାନ ପୁର୍ଣିମା ଉତ୍ସବକୁ ସୁଚାରୁରୂପେ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *