ମାଲକାନଗିରି //ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଧେଶ କ୍ରମେବାଲିମେଳା ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱତନ୍ତ୍ର ଟିମର ତଦନ୍ତ,କିଛି ନିର୍ବାଚିତ ଜନ ପ୍ରତିନିଧି ଓ ବିଭିନ୍ନ ଲୋକଙ୍କ ଠାରୁ ବୁଝିଲେ ସମସ୍ୟା-ମନୋଜ ଦେବ ପାଙ୍ଗି ଦର୍ଶନ ସମୀକ୍ଷା

Spread the love

ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଧେଶ କ୍ରମେ
ବାଲିମେଳା ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱତନ୍ତ୍ର ଟିମର ତଦନ୍ତ,କିଛି ନିର୍ବାଚିତ ଜନ ପ୍ରତିନିଧି ଓ ବିଭିନ୍ନ ଲୋକଙ୍କ ଠାରୁ ବୁଝିଲେ ସମସ୍ୟା

ମାଲକାନଗିରି:ଦର୍ଶନ ସମୀକ୍ଷା
ମାଲକାନଗିରି ଜିଲ୍ଲା ବାଲିମେଳା ସ୍ୱାସ୍ଥ୍ୟକେନ୍ଦ୍ରରେ ବିଭିନ୍ନ ସମସ୍ୟା ଲାଗି ରହିଛି।ଏଠାରେ ୫ ଜଣ ଡାକ୍ତର ଥିବା ବେଳେ ଅଧିକାଂଶ ସମୟରେ ଓପିଡିରେ ଅନୁପସ୍ଥିତ ରହୁଛନ୍ତି।ରୋଗୀଙ୍କୁ ଜିଲ୍ଲା ଚିକିତ୍ସାଲୟ ଏବଂ ଅନ୍ୟ ଅଞ୍ଚଳରେ ଥିବା ଡାକ୍ତର ଖାନାକୁ ପଠାଉଥିବା ଯୋଗୁ ସେମାନେ ବହୁ ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ ହୋଇଥିଲା।ଓପିଡିରେ ଲେଖା ଯାଉଥିବା ପ୍ରେସ୍କିପସନ ଗୁଡିକରେ ଲେଖାଯାଇଥିବା ହାତ ଲେଖା ଓ ଦସ୍ତଖତ କେଉଁ ଡାକ୍ତରଙ୍କର ତାହାର ଯାଞ୍ଚ।ରୋଗୀଙ୍କୁ ଦୁର୍ବ୍ୟବହାର କରୁଥିବା ଦୁଇ ଜଣ ଡାକ୍ତରଙ୍କୁ ଅନ୍ୟତ୍ର ବଦଳୀ ଲାଗି ଦାବୀ ହୋଇଥିଲା। ଖାଲି ଏତିକି ନୁହେଁ ସରକାରଙ୍କ ପକ୍ଷରୁ ମେଡିକାଲରେ ସମସ୍ତ ପ୍ରକାର ଔଷଧ ମହଜୁଦ ଥିଲେ ମଧ୍ୟ ବାହାର ଦୋକାନକୁ ସାଣ୍ଟିଆ ଗୋ ନାମକ ଏକ ନିର୍ଦ୍ଧିଷ୍ଟ କମ୍ପାନୀର କିଣିବାକୁ ଡାକ୍ତର ମାନେ ପଠାଉଥିବା ନେଇ ଅଭିଯୋଗ ହୋଇଛି।ବିଭିନ୍ନ ପରୀକ୍ଷା ପାଇଁ ରୋଗୀଙ୍କୁ ସର୍ବଦା ପ୍ରାଇଭେଟ ପ୍ୟାଥୋଲୋଜିକୁ ପଠା ଯାଉଛି।
ଏ ନେଇ ଗତ ମେ ୧୭ ତାରିଖରେ
ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା
ଏହାକୁ ନେଇ ଗତ ମେ ୨୦ ରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏଡିଏମଓ ଡାକ୍ତର ଆବିଦ ହୁସେନଙ୍କ ନେତୃତ୍ୱରେ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଧିକାରୀ ଡାକ୍ତର କ୍ଷୀରୋଦ ଚନ୍ଦ୍ର ମହନ୍ତ,ଡ଼ିଲିଙ୍ଗ ଆସିଷ୍ଟାଣ୍ଡ ରାଜେନ୍ଦ୍ର କୁମାର ଦାସ ଏବଂ କୋରୁକୋଣ୍ଡା ମେଡିକାଲ ଇନଚାର୍ଜ ବିପୁଲ ବୈଭବ ପ୍ରମୁଖ ବାଲିମେଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଁଞ୍ଚି ଘଟଣାର ତଦନ୍ତ କରିଥିଲେ।ଏହାର ସତ୍ୟତା ଜାଣିବା ପାଇଁ ତଦନ୍ତ ଅଧିକାରୀମାନେ ବାଲିମେଳା ଏନଏସିର ନଗରପାଳ ପ୍ରଦୀପ କୁମାର ନାୟକ, ଉପାଧକ୍ଷ୍ୟା ରଶ୍ମିତା ବାଙ୍କା,କାଉନସିଲର କୃଷ୍ଣ ବାଘ,ଜ୍ୟୋତିରାଣୀ ପଣ୍ଡା, ପୁଷ୍ପାଞ୍ଜଳି ଚାଲାଣ, ପୂର୍ବତନ କାଉନସିଲର ରବି ହରିଜନ, ବାଲିମେଳା କଂଗ୍ରେସ ସଭାପତି ସୁରେଶ ଖୋସାଲ, ଗଣ ମାଧ୍ୟମ ପ୍ରତିନିଧି ଏବଂ ଅଞ୍ଚଳର କିଛି ବୁଦ୍ଧିଜୀବୀଙ୍କୁ ଡାକି ଆଲୋଚନା କରିଥିଲେ।ମେଡିକାଲ ଅଫିସର ଡାକ୍ତର ହୁସେନ ଏବଂ ଡାକ୍ତର ବିଶ୍ୱ ଅଙ୍କିତ ସାହୁଙ୍କୁ ତୁରନ୍ତ ଅନ୍ୟତ୍ର ବଦଳୀ କରିବାକୁ ଜନ ପ୍ରତିନିଧିଙ୍କ ସମେତ ସ୍ଥାନୀୟ ଲୋକେ ଦାବୀ କରିଥିଲେ
ତଦନ୍ତ ସରିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତର ଏସ ହୁସେନଙ୍କୁ ଗତ ୨୨ ତାରିଖରେ ଅନ୍ୟତ୍ର ବଦଳୀ କରାଯାଇଥିଲା। ତାଙ୍କ ବଦଳରେ ବିଭାଗ ପକ୍ଷରୁ ଆଉ ଦୁଇ ଜଣ ଡାକ୍ତରଙ୍କୁ ବାଲିମେଳା ମେଡିକାଲକୁ ପଠା ଯାଇଥିଲା।କିନ୍ତୁ ଏହାର ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ୍ୟ ବିଭାଗ ପକ୍ଷରୁ ଡାକ୍ତର ବିଶ୍ୱ ଅଙ୍କିତ ସାହୁଙ୍କୁ ଅନ୍ୟତ୍ର ବଦଳି କିମ୍ବା ହୋଇଥିବା ସମସ୍ତ ଅଭିଯୋଗର କୋଣସି ତଦନ୍ତ କରାନଯିବାରୁ ଏହାକୁ ନେଇ ସ୍ଥାନୀୟ ଜନ ପ୍ରତିନିଧିଙ୍କ ସମେତ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଗତ ଜୁନ ୪ ତାରିଖ ବୁଧବାର ବାଲିମେଳା ଏନଏସି ଉପାଧ୍ୟକ୍ଷା ଶ୍ରୀମତୀ ବାଙ୍କାଙ୍କ ନେତୃତ୍ୱରେ କାଉନସିଲାର ମନୋଜ ଦେବ ପାଙ୍ଗି ଶ୍ରୀମତୀ ପଣ୍ଡା,ଶ୍ରୀମତୀ ଚାଲାଣ ଏବଂ ଦେବେନ୍ଦ୍ର କୁମାର ଦାସଙ୍କ ସମେତ ଅଞ୍ଚଳର କିଛି ମାନ୍ୟ ଗନ୍ୟ ବ୍ୟକ୍ତି ପୂର୍ବତନ ଜିଲ୍କାପାଳ ଆଶିଷ ଈଶ୍ୱର ପାଟିଲ ଏବଂ ତତକାଳୀନ ସିଡିଏମଓଙ୍କୁ ସାକ୍ଷାତ କରି ଏନେଇ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ।ଏହି ଘଟଣାର ତଦନ୍ତ କରି ଉଚିତ ପଦକ୍ଷେପ ନିଆଯିବ ବୋଲି ପୂର୍ବତନ ଜିଲ୍ଲାପାଳ କହିଥିଲେ। ତେବେ ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଧେଶ କ୍ରମେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏଡିପହେଚଓ (ବିବିଡି )ଡ଼ା, ସୌଭାଗ୍ୟ ରଞ୍ଜନ ରନସିଂଙ୍କ ନେତୃତ୍ୱରେ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଧିକାର କ୍ଷୀରୋଦ ଚନ୍ଦ୍ର ମହନ୍ତ ଏବଂ ଡ଼ିଲିଙ୍ଗ ଆସିଷ୍ଟାଣ୍ଡ ରାଜେନ୍ଦ୍ର କୁମାର ଦାସଙ୍କୁ ନେଇ ଏକ ସ୍ୱତନ୍ତ୍ର ତଦନ୍ତକାରି ଟିମ ଗୁରୁବାର ସନ୍ଧ୍ୟା ପ୍ରାୟ ୭ ଟା ସମୟରେ ବାଲିମେଳା ମେଡିକାଲରେ ପହଁଞ୍ଚି ସ୍ୱାସ୍ଥ୍ୟକେନ୍ଦ୍ରରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ଗୁଡିକ ସହିତ କିଛି ପ୍ରେସ୍କିପସନ ଏବଂ ଅନ୍ୟ ନଥିପତ୍ର ଗୁଡିକର ପୁଙ୍ଖାନୁ ପୁଙ୍ଖ ଭାବେ ତଦନ୍ତ କରିଛନ୍ତି। ଏ ନେଇ ସହରର କିଛି ନିର୍ବାଚିତ ଜନ ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି ଏବଂ ଅଞ୍ଚଳର କିଛି ବୁଦ୍ଧିଯିବିଙ୍କୁ ଡାକି ଆଲୋଚନା କରିଥିଲେ।ଡ଼ା, ଅଙ୍କିତ ସାହୁଙ୍କୁ ଅନ୍ୟତ୍ର ବଦଳି କରିବା ସହ ଓପିଡି ର ସମସ୍ତ ପ୍ରେସ୍କିପସନର ହୋଇଥିବା ହାତଲେଖା ଓ ଦସ୍ତଖତରଏବଂ ଅନ୍ୟ ସମସ୍ତ ନଥିପତ୍ରର ଯାଞ୍ଚ କରିବାକୁ ଜନ ପ୍ରତିନିଧିଙ୍କ ସମେତ ସମସ୍ତ ସ୍ଥାନୀୟ ଲୋକେ ଦାବୀ କରିଥିଲେ। ଘଟଣାର ଉପଯୁକ୍ତ ତଦନ୍ତ କରି ଉଚିତ ପଦକ୍ଷପ ଗ୍ରହଣ କରାଯିବ ବୋଲି ସମସ୍ତଙ୍କୁ ତଦନ୍ତ ଅଧିକାରୀ ଡାକ୍ତର ରନସିଂ ପ୍ରତିଶୃତି ଦେଇଛନ୍ତି ବୋଲି କାଉନସିଲର କୃଷ୍ଣ ବାଘ, ମନୋଜ ଦେବ ପାଙ୍ଗି ପ୍ରମୁଖ କହିଛନ୍ତି।

Leave a Reply

Your email address will not be published. Required fields are marked *