ମାଲକାନଗିରି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଓର୍କେଲ ଥାନା ପରିସରରେ ଗୁରୁବାର ପୂର୍ବାହ୍ନ୧୧ଟା ସମୟରେ ଏକ ନୂତନ ଶିଶୁ ମିତ୍ର ପୋଲିସ ଥାନାର ଶୁଭ ଉଦଘାଟନ ହୋଇଯାଇଛି-ମନୋଜ ଦେବ ପାଙ୍ଗି ଦର୍ଶନ ସମୀକ୍ଷା ମାଲକାନଗିରି

Spread the love

ଓର୍କେଲ ରେ ଉଦଘାଟିତ ହେଲା ଶିଶୁ ମିତ୍ର ଥାନା

ମାଲକାନଗିରି-=(ଦର୍ଶନ ସମୀକ୍ଷା)
ମାଲକାନଗିରି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଓର୍କେଲ ଥାନା ପରିସରରେ ଗୁରୁବାର ପୂର୍ବାହ୍ନ
୧୧ଟା ସମୟରେ ଏକ ନୂତନ ଶିଶୁ ମିତ୍ର ପୋଲିସ ଥାନାର ଶୁଭ ଉଦଘାଟନ ହୋଇଯାଇଛି। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ହେଚ ରିବନ କାଟି ଉକ୍ତ ଶିଶୁ ମିତ୍ର ଥାନାର ଉଦଘାଟନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଏସପି ଙ୍କ ସମେତ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରଶ୍ମି ରଞ୍ଜନ ସେନାପତି, ଚିତ୍ରକୋଣ୍ଡା ଉପ ଖଣ୍ଡ ଆରକ୍ଷୀ ଅଧିକାରୀ ପ୍ରଦୋଷ କୁମାର ପ୍ରଧାନ, ଓର୍କେଲ ଥାନା ଅଧିକାରୀ ଧିରେନ ପଟ୍ଟନାୟକ, ମାଲକାନଗିରି ଡିଏସପି ଓନାମ ଲାକ୍ତା, ଶିଶୁ ସୁରକ୍ଷା ଅଧିକାରୀ ତଥା ଓର୍କେଲ ଶିଶୁ ମିତ୍ର ଥାନାର ଅଧିକାରୀ ଏସ ଆଇ ହରପ୍ରିୟା ଶବର ପ୍ରମୁଖ ଉପସ୍ଥିତ ଥିଲେ। ଏହା ପରେ ବରିଷ୍ଠ ପୂଜକ ରଙ୍କନିଧି ରଥଙ୍କ ଦ୍ୱାରା ରୀତିନୀତି ଅନୁସାରେ ଉକ୍ତ ଶିଶୁ ମିତ୍ର ଗୃହର ପୂଜା ବିଧିବଦ୍ଧ ଭାବେ କରାଯିବା ପରେ ପୋଲିସ ପ୍ରଶାସନର ଅଧିକାରୀ ମାନେ ଉକ୍ତ ଶିଶୁ ମିତ୍ର ଥାନା ଗୃହକୁ ପ୍ରବେଶ କରିଥିଲେ।
ଉକ୍ତ ଶିଶୁ ମିତ୍ର ଥାନା ଭିତରେ ଶିଶୁ ପ୍ରବର୍ତ୍ତନ ପ୍ରକୋଷ୍ଠ ସହିତ ମା ଓ ଶିଶୁ ବିଶ୍ରାମ ନେବା ନିମନ୍ତେ ଏକ ସ୍ୱତନ୍ତ୍ର
କୋଠରୀ ରହିଛି। ପିଲାଙ୍କ ଖେଳିବା ପାଇଁ ବିଭିନ୍ନ ପ୍ରକାର ଖେଳ ସାମଗ୍ରୀ ସହିତ ବିଭିନ୍ନ ପ୍ରକାର ପାଠ୍ୟ ପୁସ୍ତଜ ମଧ୍ୟ ରହିଛି। ପିଲାମାନଙ୍କ ମନୋରଞ୍ଜନ ପାଇଁ ଏବଂ ଖେଳାକୁଦ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଉକ୍ତ ଥାନା ଗୃହ ସମ୍ମୁଖରେ ଏକ ସ୍ୱତନ୍ତ୍ର ଶିଶୁ ଉଦ୍ୟାନ ପ୍ରସ୍ତୁତ କରାଯାଇଛି। ଖାଲି ଏତିକି ନୁହେଁ ପିଲାଙ୍କ ପାଇଁ ଦୋଳି ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଖେଳ ସାମଗ୍ରୀ ଗୁଡିକୁ ଉକ୍ତ ପାର୍କରେ ସ୍ଥାପନ କରାଯାଇଛି।ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା କୁନି କୁନି ଶିଶୁ ମାନଙ୍କୁ ଏସପି ଶ୍ରୀ ପାଟିଲ ପାଠ୍ୟ ପୁସ୍ତକ ଓ କଲମ ବଣ୍ଟନ କରିଥିଲେ। ଏହି ଶିଶୁ ମିତ୍ର ଥାନା ନିର୍ମାଣ କାର୍ଯ୍ୟରେ ସମ୍ପୂର୍ଣ ଭାବେ ସହଯୋଗ କରିଥିବା କିଛି ଗୃହ ରଖି ଓ ଏସଆଇ ସଂଜିତ କୁମାର ଟାକ୍ରୀଙ୍କୁ ଏସପି ଶ୍ରୀ ପାଟିଲ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ। ଏହି ଶିଶୁ ମିତ୍ର ଥାନା ଉଦଘାଟନୀ ଉତ୍ସବରେ ବାଲିମେଳା ସହରର ବହୁ ବରିଷ୍ଠ ନାଗରିକ ଯୋଗଦେଇଥିଲେ। ପୋଲିସ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ଏହି ପଦକ୍ଷପକୁ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ଏସ ଆଇ ମନୋହର ସାହୁ, ଏସଆଇ ଅଜିତ ସିଂ ବରିହା, ଏସ ଆଇ ମିନାକ୍ଷୀ ଦାସଙ୍କ ସମେତ ସମସ୍ତ ଅଧିକାରୀ ଓ ପୋଲିସ କର୍ମଚାରୀମାନେ ଉପସ୍ଥିତ ରହିଏହି କାର୍ଯ୍ୟକ୍ରମ ପରିଚାଳନାରେ ସମ୍ପୂର୍ଣ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *