ବେକରେ ଲୁଗା ବାନ୍ଧି ଆତ୍ମହତ୍ୟା କଲେ ମହିଳା
ମାଲକାନଗିରି:=(ଦର୍ଶନ ସମୀକ୍ଷା)
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଚିତାପାରି -୩ ପଞ୍ଚାୟତ ଅଧିନସ୍ତ
ଚିତାପାରି-୩ ଗ୍ରାମରେ ରହୁଥିବା ପୂର୍ଣ୍ଣ ମୁଦୁଲୀ ନାମକ ବ୍ୟକ୍ତିଙ୍କ ଝିଅ ସବିତା ମୁଦୁଲୀ- (୩୦)କୌଣସି କାରଣରୁ ଗତ ଶନିବାର ସନ୍ଧ୍ୟାରେ ନିଜ ବାପାଙ୍କ ଘରେ ବେକରେ ଲୁଗା ବାନ୍ଧି ଆତ୍ମହତ୍ୟା କରିଛନ୍ତି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏ ନେଇ ମୃତ ମହିଳା ସବିତାଙ୍କ ବାପା ଚନ୍ଦ୍ର ମୁଦୁଲୀ ଗତ ଶନିବାର ରାତିରେ ଓ ର୍କେଲ ଥାନାରେ ଦ୍ୱାରସ୍ତ ହୋଇ ଏହି ଘଟଣା ସମ୍ପର୍କରେ ଏକ ଲିଖିତ ଏତଲା ଦେଇଥିଲେ। ଉକ୍ତ ଏତଲାକୁ ଭିତ୍ତି କରି ପୋଲିସ ପକ୍ଷରୁ ଏନେଇ ଥାନାରେ ୨୩/୨୦୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଥାନା ଅଧିକାରୀ ଧୀରେନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ଏସଆଇ ମନୋହର ସାହୁଙ୍କ ନେତୃତ୍ୱରେ ପୋଲିସର ଏକ ସ୍ୱତନ୍ତ ଟିମ ଘଟଣା ସ୍ଥଳରେ ପହଁଞ୍ଚି ସବିତାଙ୍କ ମୃତ ଦେହକୁ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
ପୋଲିସର ଅନୁରୋଧ କ୍ରମେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏକ ସ୍ୱତନ୍ତ୍ର ସାଇଣ୍ଟିଫିକ ଟିମ ରବିବାର ଘଟଣା ସ୍ଥଳରେ ପହଁଞ୍ଚି ଘାଟଣାର ପୁଙ୍ଖାନୁ ପୁଙ୍ଖ ଭାବେ ତଦନ୍ତ କରିଥିଲେ
ଏହା ପରେ ପୋଲିସ ପକ୍ଷରୁ ସବିତାଙ୍କ ମୃତ ଦେହକୁ ଜବତ କରି ମାଲକାନଗିରି ମେଡିକାଲକୁ ପଠାଇ ଶବ ବ୍ୟବଛେଦ କରାଇବା ପରେ ମହିଳାଙ୍କ ମୃତ ଶରୀରକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କାରାଯାଇଥିବା ଏସଆଇ ମନୋହର ସାହୁ କହିଛନ୍ତି। ମିଳିଥିବା ସୂଚନା ମୁତାବକ କିଛି ବର୍ଷ ପୂର୍ବେ ବୀରକିଶୋରପୁର ଗ୍ରାମର ପବିତ୍ର ଖିଲ ନାମକ ବ୍ୟକ୍ତଙ୍କ ସହିତ ସବିତାଙ୍କର ବିବାହ ହୋଇଥିଲା।କିଛି ଦିନ ସବିତା ତାଙ୍କ ଶାଶୁ ଘରେ ରହିବା ପରେ ତାଙ୍କ ସ୍ୱାମୀ ପବିତ୍ରଙ୍କୁ ଛାଡି ନିଜ ବାପାଙ୍କ ଘରକୁ ପଳାଇ ଆସିଥିଲେ। ୩ ନମ୍ବର ଗାଁରେ ନିଜ ବାପାଙ୍କ ଘରେ କିଛି ଦିନ ରହିବା ପରେ ସେ ଉକ୍ତ ଗ୍ରାମର ଖଗପତି କିର୍ସାନାଙ୍କ ସହ ବିବାହ କରି ଉଭୟେ ବାପା ଚନ୍ଦ୍ରଙ୍କ ଘରେ ରହୁଛନ୍ତି
ତେବେ ଶନିବାର ସନ୍ଧ୍ୟାରେ ଘରେ କେହି ନଥିବା ବେଳେ ସବିତା ବେକରେ ଲୁଗା ବାନ୍ଧି ଆତ୍ମହତ୍ୟା କରିଛନ୍ତି। ତେବେ ସେ କେଉଁ କାରଣରୁ ଆତ୍ମହତ୍ୟା କଲେ ତାହା
ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ। ତେବେ ଏହି ଘଟଣାର ପୋଲିସ ଓ ସାଇଣ୍ଟିଫିକ ଟିମ ପକ୍ଷରୁ ତଦନ୍ତ ଚାଲିଛି। ଉଭୟଙ୍କ ତଦନ୍ତ ରିପୋର୍ଟ ଏବଂ ପୋଷ୍ଟମଡମ ରିପୋର୍ଟ ଆସିବା ପରେ ଘଟଣା ସମ୍ପର୍କରେ ଜଣା ପଡିବ ବୋଲି ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ କହିଛନ୍ତି।
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଚିତାପାରି -୩ ପଞ୍ଚାୟତ ଅଧିନସ୍ତଚିତାପାରି-୩ ଗ୍ରାମରେ ରହୁଥିବା ପୂର୍ଣ୍ଣ ମୁଦୁଲୀ ନାମକ ବ୍ୟକ୍ତିଙ୍କ ଝିଅ ସବିତା ମୁଦୁଲୀ- (୩୦)କୌଣସି କାରଣରୁ ଗତ ଶନିବାର ସନ୍ଧ୍ୟାରେ ନିଜ ବାପାଙ୍କ ଘରେ ବେକରେ ଲୁଗା ବାନ୍ଧି ଆତ୍ମହତ୍ୟା କରିଛନ୍ତି-ମନୋଜ ଦେବ ପାଙ୍ଗି ମାଲକାନଗିରି

Leave a Reply