କୋରୁକୋଣ୍ଡା ବ୍ଲକ ଏବଂ ବାଲିମେଳାରେ ଅନ୍ତର୍ଜାତିୟ ଯୋଗ ଦିବସ ପାଳିତ
ମାଲକାନଗିରି(ମନୋଜ ଦେଵ ପାଙ୍ଗି)ଦର୍ଶନ ସମୀକ୍ଷା
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମୁଲ୍ୟ କୁମାର ସାହୁଙ୍କ ନେତୃତ୍ୱରେ ଶନିବାର ବ୍ଲକ କାର୍ଯ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଯୋଗ ଶିବରରେ ନିର୍ବାହୀଯନ୍ତ୍ରୀ ସୁକାନ୍ତ କୁମାର ସ୍ବାଇଁ, ସିଡିପିଓ ରେଖା ଶୋଭା ସୁନ୍ଦର, ବ୍ଲକ କମ୍ପୁଟର ପୋଗ୍ରାମର ସତ୍ୟ ନାରାୟଣ ଦାସଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ ଏବଂ କୋରୁକୋଣ୍ଡା ସଦରରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମେତ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ସୂର୍ଯ୍ୟ ନମସ୍କାର ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଆସନ ଓ ପ୍ରାଣାୟାମ ମାନ କରିଥିଲେ। ଏହି ଅବସରରେ କୋରୁକୋଣ୍ଡା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ରଜନୀକାନ୍ତ ନାୟକ ଜୀବନ ପଦ୍ଧତିରେ ଯୋଗର ଆବଶ୍ୟକତା, ମହନିୟତା ଓ ଏହାର ବୈଶିଷ୍ଟ୍ୟତା ସମ୍ପର୍କରେ ସମସ୍ତଙ୍କୁ ବିସ୍ତୃତ ଭାବେ ଅବଗତ କରାଇଥିଲେ ଯେ, ଆଜି କାଲିର ବ୍ୟସ୍ତ ବହୁଳ ଜୀବନରେ ଯଦି ମନ ଓ ଶରୀରର ଉଚିତ ନିୟନ୍ତ୍ରଣ ଚାହୁଁଛନ୍ତି ଓ ବିଭିନ୍ନ ଦୁରାରୋଗ୍ୟରୁ ବର୍ତ୍ତିବାକୁ ହେଲେ ଯୋଗ ସାଧନାକୁ ହିଁ ନିଜ ଜୀବନର ଏକ ଅଂଶ ବିଶେଷ ଭାବେ ଗ୍ରହଣ କରି ପ୍ରତ୍ୟେକ୍ଷ ଯୋଗ ଶିକ୍ଷା ନେଇଥିଲେ।ସେହିପରି ବାଲିମେଳା ସହର ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ବାଲିମେଳା ନଗରପାଳ ପ୍ରଦୀପ କୁମାର ନାୟକଙ୍କ ତତ୍ୱାବଧାନରେ ଏବଂ ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ଦୋରାଙ୍କ ନେତୃତ୍ୱରେ ଶନିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ହୋଇଛି।ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ବାଲିମେଳା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଏବଂ ବିଭିନ୍ନ ସ୍ଥାନରେ ଏହି ଦିବସ ପାଳନ କରାଯାଉଥିଲା
ଏହି ପରିପ୍ରେକ୍ଷୀରେ ବାଲିମେଳା ଏନଏସିର ସମସ୍ତ କର୍ମଚାରୀ, ସ୍ଵଛ କର୍ମୀ, ସ୍ଵଛ ସାଥୀ, ଛାତ୍ର ଛାତ୍ରୀ, ଜନ ସାଧାରଣ ଯୋଗ ଦେଇଥିଲେ।
ଯୋଗ ଆମର ଦୈନନ୍ଦିନ ଜୀବନରେ ସ୍ୱାସ୍ଥ୍ୟ ଉପରେ କି ପ୍ରଭାବ ପକାଏ ଏବଂ କେଉଁ ଯୋଗ କଲେ କି ପ୍ରକାର ଶରୀରର ଉନ୍ନତି ହୋଇଥାଏ ସେନେଇ ଯୋଗ ଗୁରୁ ଜିତେନ୍ଦ୍ର କୁମାର ପାଇକରାୟଗ ସମସ୍ତଙ୍କୁ ଅବଗତ କରାଇଥିଲେ।
ଏହି ଅବସରରେ ସହରର ଶିଶୁ ଉଦ୍ୟାନ ଓ ବଭିନ୍ନ ସ୍ଥାନରେ ଏନଏସି ପକ୍ଷରୁ ବୃକ୍ଷ ରୋପଣ କରାଯାଇଥିଲା।












Leave a Reply