କୋରୁକୋଣ୍ଡା ସାଂସଦ ପ୍ରତିନିଧି ହେଲେ ଅକ୍ଷୟ
ମାଲକାନଗିରି,୩୦/୦୫ ଦର୍ଶନ ସମୀକ୍ଷା (ମନୋଜ ଦେଵ ପାଙ୍ଗି)
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକର ନବରଙ୍ଗପୁର ସାଂସଦଙ୍କ ପ୍ରତିନିଧି ହେଲେ ବିଜେପିର ବରିଷ୍ଠ କର୍ମକର୍ତ୍ତା ଅକ୍ଷୟ କୁମାର ବିଶ୍ବାଳ। ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ କୋରୁକୋଣ୍ଡା ବ୍ଲକରେ ନିଜ ପ୍ରତିନିଧି ଭାବେ ଶ୍ରୀ ବିଶ୍ୱାଳଙ୍କୁ ମନୋନୀତ କରିଥିବା ଲିଖିତ ଭାବେ ପ୍ରଦାନ କରିଛନ୍ତି। ତେବେ ଅକ୍ଷୟ ବହୁତ ଦିନ ଧରି ବିଜେପିର ଜିଲ୍ଲା ସ୍ତରୀୟ ପଦ ପଦବୀ ରହି ଆସୁଥିବା ବେଳେ ତାଙ୍କର ସ୍ୱଚ୍ଛ ଭାବମୂର୍ତ୍ତି ଏବଂ ଦଳ ପାଇଁ ସଦାସର୍ବଦା ପ୍ରେରିତ ହେତୁ ଆଜି ସେ ଏହି ପଦବୀରେ ଅଧିଷ୍ଠିତ ହୋଇଥିବା ଜଣାପଡିଛି।ଆଜି ମାଲକାନଗିରି ଜିଲ୍ଲା ଭାରତୀୟ ଜନତା ପାର୍ଟ ସଭାପତି ଅଶୋକ କୁମାର ପରିଡା, ଜିଲ୍ଲା ସାଂସଦ ପ୍ରତିନିଧି ସଞ୍ଜୟ କୁମାର ସରକାର, ପୂର୍ବତନ ସାଧାରଣ ସମ୍ପାଦକ ମାଣିକ ଲାଲ ଚକ୍ରବର୍ତ୍ତି, ପୂର୍ବତନ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ପଡିଆମୀ, ବାଲିମେଳା ନଗର ସଭାପତି ସୀମାଞ୍ଚଳ ପ୍ରଧାନ, ଏସ. ମହେଶ୍ୱର, ସୁବାଷ ପଡିଆମୀ, ସୁଧାଂଶୁ ଶେଖର ପାଢ଼ୀଙ୍କ ଉପସ୍ଥିତିରେ କୋରୁକୋଣ୍ଡା ବ୍ଲକ ବିଡ଼ିଓ ଅମୂଲ୍ୟ କୁମାର ସାହୁଙ୍କୁ ଏହି ମନୋନୀତ ପତ୍ର ପ୍ରଦାନ କରାଯାଇଛି। ଆଜିଠାରୁ ଅକ୍ଷୟ ସାଂସଦଙ୍କ ପ୍ରତିନିଧି ଭାବେ କାର୍ଯ୍ୟ କରିବା ସହ ଜନସାଧାରଣ ଙ୍କ ସେବାରେ ନିଜକୁ ନିୟୋଜିତ କରିବେ ବୋଲି ସୂଚନା ଦେଇଛନ୍ତି।ଏଥିସହ ଶ୍ରୀ ବିଶ୍ବାଳ ଏହି ପଦବୀ ପାଇବା ପରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି। ତେବେ ଶ୍ରୀ ବିଶ୍ୱାଳ ସାଂସଦ ପ୍ରତିନିଧି ଭାବେ ମନୋନୀତ ହେବା ପରେ କୋରୁକୋଣ୍ଡା, ବାଲିମେଳା ନଗର ତଥା ଜିଲ୍ଲା ବିଜେପି କର୍ମକର୍ତ୍ତା ଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।
Leave a Reply