ଜୋରଦାର ତଦନ୍ତ //ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅନ୍ତର୍ଗତ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ନେଇ ଗତ ଶନିବାର ଏକ ମାମଲା ରୁଜୁ ହୋଇଥିବା ବେଳେ ଓର୍କେଲ ପୋଲିସ ୨୪ ଘଣ୍ଟା ମଧ୍ୟରେ ତତ୍ପରତା ଦେଖାଇ ଫେରାର ଥିବା ଅଭିଯୁକ୍ତକୁ ଗିରଫ କରି ସୋମବାର ସକାଳେ କୋର୍ଟ ଚାଲାଣ କରିଛି-ମନୋଜ କୁମାର ପାଙ୍ଗି ଦର୍ଶନ ସମୀକ୍ଷା

Spread the love

ଦୁଷ୍କର୍ମକାରୀକୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରି କୋର୍ଟ ଚାଲାଣ କଲା ଓର୍କେଲ ପୋଲିସ

ମାଲକାନଗିରି:ଦର୍ଶନ ସମୀକ୍ଷା
ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅନ୍ତର୍ଗତ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ନେଇ ଗତ ଶନିବାର ଏକ ମାମଲା ରୁଜୁ ହୋଇଥିବା ବେଳେ ଓର୍କେଲ ପୋଲିସ ୨୪ ଘଣ୍ଟା ମଧ୍ୟରେ ତତ୍ପରତା ଦେଖାଇ ଫେରାର ଥିବା ଅଭିଯୁକ୍ତକୁ ଗିରଫ କରି ସୋମବାର ସକାଳେ କୋର୍ଟ ଚାଲାଣ କରିଛି। ଦୁଷ୍କର୍ମକାରୀ ଜଣଙ୍କ ଗତ ଗୁରୁବାର ଠାରୁ ଫେରାର ରହିଥିବା ବେଳେ ସେ ମାଲକାନଗିରି ଥାନା ଅନ୍ତର୍ଗତ ମାଛିଆମ୍ବ ଅଞ୍ଚଳରେ ଲୁଚି ରହିଥିବା ଓରକେଲ ଥାନାଧିକାରୀ ଧୀରେନ ପଟ୍ଟନାୟକ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲେ। ଏହାପରେ ଥାନା ଅଧିକାରୀ ଧିରେନ ପଟ୍ଟନାୟକଙ୍କ ନେତୃତ୍ୱରେ ପୋଲିସର ଏକ ସ୍ୱତନ୍ତ୍ର ଟିମ ଦୁଷ୍କର୍ମକାରୀକୁ ରବିବାର ସନ୍ଧ୍ୟାରେ ଉକ୍ତ ମାଛିଆମ୍ବ ଅଞ୍ଚଳରୁ ଗିରଫ କରି ଥାନାକୁ ଆଣିବା ପରେ ପୋଲିସ ପକ୍ଷରୁ ସମ୍ପୂର୍ଣ ଜେରା କରାଯାଇଥିଲା। ଏହି ଦୁଷ୍କର୍ମ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ଦେବା ମାଢ଼ିକୁ ଥାନା କେସ ନମ୍ବର ୨୦୦/୨୦୨୫ ଦଫା-୧୩୭(୨)/୬୫(୧)/୩୫୧(୨)(୩)ବିଏନଏସ ୪(୨) ପୋକ୍ସ ଆକ୍ଟରେ ପୋଲିସ ପକ୍ଷରୁ ସୋମବାର ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଓର୍କେଲ ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା
ଦେଇଛନ୍ତି।ତେବେ ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଏହି ଘଟଣାରେ ଗିରଫ ହୋଇଥିବା ଦୟା ମାଢ଼ି -(୫୦) ନାମକ ବ୍ୟକ୍ତିଙ୍କ ଘର
କୁଡୁମୁଳୁଗୁମ୍ମା ଫାଣ୍ଡି ଅଧିନସ୍ତ ସିରିପେଟା ଗ୍ରାମର ବୋଲି ଜଣା
ପଡିଛି। ତେବେ ସୂଚନା ଥାଉକି ନାବାଳିକା ଜଣକ ଗତ ବର୍ଷ ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନିଜ ମାମୁଁ ଘରେ ରହୁଥିଲେ।
ଘରେ ରହୁଥିଲେ। ମିଳିଥିବା ସୂଚନା ମୁତାବକ ନାବାଳିକା ଜଣଙ୍କ ନିଜ ଘରକୁ ଗତ ୧୪ ତାରିଖ ଦିନ ଯାଇଥିଲେ।ସେଠାରୁ ଗତ ୨୦ ତାରିଖ ଦିନ ସେ ନିଜ ଘରୁ ମାମୁଁ ଘରକୁ ଫେରିବା ବାଟରେ ଜଣେ ବାଇକ ଚାଳକ ତାଙ୍କୁ ମାମୁଁ ଘରେ ଛାଡି ଦେବେ କହି ନିଜ ବାଇକରେ ବସାଇଥିଲେ।ତେବେ ବାଇକ ଚାଳକ ଜଣକ ନାବାଳିକାଙ୍କୁ ତାଙ୍କ ମାମୁଁ ଘର ଗ୍ରାମକୁ ନ ନେଇ ତାଙ୍କୁ ପ୍ରବର୍ତ୍ତାଇ ଚିତ୍ରକୋଣ୍ଡା ଡ୍ୟାମ ବୁଲାଇବାକୁ ନେଇଥିଲେ। ସେଠାରୁ ଫେରିବା ବେଳକୁ ସନ୍ଧ୍ୟା ହେବାରୁ ସେ ଏହାର ସୁଯୋଗ ନେଇ ନାବାଳିକାଙ୍କ ସହ ହାତୀଆମ୍ଭ ଗ୍ରାମ ନିକଟ ଜଙ୍ଗଲରେ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ।
ତେବେ ଏନେଇ ପୀଡିତାର ମାମୁଁ ଶନିବାର ଓର୍କେଲ ଥାନାରେ ଦ୍ୱାରସ୍ଥ ହୋଇ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ। ଉକ୍ତ ଏତଲାକୁ ଭିତ୍ତି କରି ପୋଲିସ ପକ୍ଷରୁ ଥାନାରେ କେସ ନମ୍ବର ୨୦୦/୨୫ ରେ ଏକ ମାମଲା ରୁଜୁ କରାଯାଇଥିଲା ।ଥାନା ଅଧିକାରୀଙ୍କ ନେତୃତ୍ୱରେ ପୋଲିସର ଏକ ସ୍ୱତନ୍ତ୍ର ଟିମ ଏହି ଘଟଣାରରେ ସମ୍ପୃକ୍ତ ଥିବା ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରୀ ରଖିଥିଲେ।

Leave a Reply

Your email address will not be published. Required fields are marked *