‘ଦ୍ୱିତୀୟ ପର୍ଯ୍ୟାୟ ସମ୍ଭବ ‘ ତାଲିମ ଶିବିର ଉଦଘାଟିତ
ମାଲକାନଗିରି(ମନୋଜ ଦେବ ପାଙ୍ଗି)ଦର୍ଶନ ସମୀକ୍ଷା
ସ୍ଥାନୀୟ ଉଚ୍ଚ ବାଳକ ବିଦ୍ୟାଳୟ ଠାରେ ମାଲକାନଗିରି ଜିଲ୍ଲାର 129 ଟି ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନଙ୍କ 5 ଦିନିଆ ତାଲିମ ଶିକ୍ଷଣ ପେଟିକା ‘ସମ୍ଭବ ‘ ଉଦଘାଟିତ ହୋଇଯାଇଛି l ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ତାଲିମ ଶିବିରକୁ ଉଦଘାଟନ କରି ପ୍ରଧାନ ଶିକ୍ଷକ ମାନଙ୍କ ନେତୃତ୍ୱ ବିକାଶ ସମ୍ପର୍କରେ ମାର୍ଗ ଦର୍ଶନ କରିଥିଲେ l ଖଇରପୁଟ ଗୋଷ୍ଟୀ ଶିକ୍ଷା ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଗଣ୍ଡ, ଉଚ୍ଚ ବାଳକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମମତା ସଏ, ଜିଲ୍ଲା ସମଗ୍ର ଶିକ୍ଷା କାର୍ଯ୍ୟାଳୟର ଶୈକ୍ଷିକ ସଂଯୋଜକ ଶ୍ରୀ ଶେଷଶଙ୍କର ମହାଳିକ ମଞ୍ଚାସୀନ ଥିଲା ବେଳେ, ସାଧନ କର୍ମୀ ଭାବେ ଶ୍ରୀ ଦିଲ୍ଲୀପ କୁମାର ଗଣ୍ଡ, ଶ୍ରୀ ଅଜୟ କୁମାର ନାୟକ, ଶ୍ରୀ ଦିଲ୍ଲୀପ କୁମାର ସାହୁ ଓ ଶ୍ରୀ ଦେବରାଜ ସେଠୀ ଉପସ୍ଥିତ ଥିଲେ l ଏହି 5 ଦିନିଆ ‘ସମ୍ଭବ’ ତାଲିମ ଶିବିରରେ NCF ଓ NEP – 2020 ର ଉଦ୍ଧେଶ୍ୟ ଓ ଶୈକ୍ଷିକ ଲକ୍ଷ୍ୟ, ମାନ ନିର୍ଧାରଣ, ନେତୃତ୍ୱ ବିକାଶ, ସାମାଜିକ, ଆବେଗିକ ଓ ନୈତିକ ବିକାଶ, ଅନ୍ତର୍ନିବେଶୀ ଶିକ୍ଷା ଓ ସମତା, ଶିକ୍ଷାରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର, ସାଇବର ସୁରକ୍ଷା, ବିଦ୍ୟାଳୟ ଓ ଆର୍ଥିକ ପରିଚାଳନା, ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା, ବିପର୍ଯ୍ୟୟ ପରିଚାଳନା, ବିଦ୍ୟାଳୟ ଓ ଗୋଷ୍ଠୀ ସମ୍ପର୍କ, ଉପସ୍ଥାନ ଅବଧାରଣ ବୃଦ୍ଧି ଓ ପାଠ ତ୍ୟାଗୀର ନିରାକାରଣ, ଧନ୍ଧାମୂଳକ ଶିକ୍ଷା, SDG, DISE ଓ PGI, ବିଦ୍ୟାଳୟ ବିକାଶ ଯୋଜନା ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମାନଙ୍କ ଦକ୍ଷତା ବୃଦ୍ଧି କରାଯିବାର କାର୍ଯ୍ୟକ୍ରମ ରହିଛି l
Leave a Reply