ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଓସ୍ୱାନ ହଲ୍ ଠାରେ ଜିଲ୍ଳାପାଳ ସୋମେଶ ଉପାଧ୍ୟାୟଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ ଜାତୀୟ ହସ୍ତତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ,ଅନଲାଇନ ମାଧ୍ୟମରେ ରାଜ୍ୟର ସମସ୍ତ ଜିଲ୍ଲା ଏହି କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିଲେ-ମନୋଜ ଦେବ ପାଙ୍ଗି ଦର୍ଶନସମୀକ୍ଷା

Spread the love

ଜାତୀୟ ହସ୍ତତନ୍ତ ଦିବସ ପାଳିତ

ମାଲକାନଗିରି:ଦର୍ଶନ ସମୀକ୍ଷା

ଆଜି ଭୁବନେଶ୍ୱର ସ୍ଥିତ ଜନତା ମଇଦାନ ଠାରେ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି। ଅନଲାଇନ ମାଧ୍ୟମରେ ରାଜ୍ୟର ସମସ୍ତ ଜିଲ୍ଲା ଏହି କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିଲେ। ଅନୁରୂପ ଭାବେ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଓସ୍ୱାନ ହଲ୍ ଠାରେ ଜିଲ୍ଳାପାଳ ସୋମେଶ ଉପାଧ୍ୟାୟଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ, ଅତିରିକ୍ତ ହସ୍ତଶିଳ୍ପ ଅଧିକାରୀ ଗୁରୁଚରଣ, ଡେପୁଟି କଲେକ୍ଟର ଜଗଜୀବନ ଚୌଧୁରୀ, ଡେପୁଟି କଲେକ୍ଟର ସୁଧାକର ରଇତ, ଡିଇଜିଏମ ଶୁଭାଶିଷ ପଟ୍ଟନାୟକ, ସହାୟକ ଜିଲ୍ଲାପାଳ ମୁନା ତୁରୁକ୍ ଙ୍କ ସମେତ ଜିଲ୍ଲାପାଳ କାର୍ଯ୍ୟାଳୟର ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ସୂଚନା ଥାଉ କି ଭାରତ ସରକାର ଅଗଷ୍ଟ ୭ , ୨୦୧୫କୁ ଜାତୀୟ ହସ୍ତତନ୍ତ ଦିବସ ରୂପେ ଘୋଷଣା କରିଥିଲେ। ଏହି ଦିନ ୭ ଅଗଷ୍ଟ ୧୯୦୫ରେ ସ୍ୱଦେଶୀ ଆନ୍ଦୋଳନର ଆରମ୍ଭ ହୋଇଥିଲା। ଉଦ୍ଦେଶ୍ୟ ଥିଲା ବିଦେଶୀ ବସ୍ତ୍ର ବର୍ଜନ କରି ପାରମ୍ପରିକ ହସ୍ତତନ୍ତ ବସ୍ତ୍ର ପରିଧାନ କରିବା। ପାରମ୍ପରିକ ବୁଣା ଶୈଳୀ ମାଧ୍ୟମରେ ସଂସ୍କୃତିକୁ ବଞ୍ଚାଇ ରଖିଛନ୍ତି ବୁଣାକାର ମାନେ । ବୁଣାକାର ମାନଙ୍କୁ ପ୍ରୋତ୍ସାହନ କରିବା ସହ ହସ୍ତତନ୍ତ ବସ୍ତ୍ର ପରିଧାନ କୁ ବ୍ୟାପକ କରିବା ସହ ଜନ ଆଦୃତ କରିବା ପାଇଁ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯାଉଛି।

Leave a Reply

Your email address will not be published. Required fields are marked *