ଚିତ୍ରକୋଣ୍ଡା ଇନ୍ଦ୍ରାବତୀ ବସ ଦୁର୍ଘଟଣାଗ୍ରସ,ଅଳ୍ପକେ ବର୍ତିଲେ ଯାତ୍ରୀ
ମାଲକାନଗିରି (ମନୋଜ ଦେଵ ପାଙ୍ଗି)ଦର୍ଶନ ସମୀକ୍ଷା
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସୋମନାଥପୁର ପଞ୍ଚାୟତ ଅନ୍ତର୍ଗତ ଏମ ଭି ୩୬ ଗ୍ରାମ ଅପନାମାଲା ନିକଟରେ ବସ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା।ମିଳିଥିବା ସୂଚନା ଅନୁଯାୟୀ ୧୦.୩୦ ସମୟରେ ବାଲିମେଳାରୁ ସରକାରୀ ବସଟି ବାହାରି ଇନ୍ଦ୍ରାବତୀ ଅଭିମୁଖେ ଯାତ୍ରା କରୁଥିବା ସମୟରେ ବାଲିମେଳା ଜୟପୁର ମୁଖ୍ୟ ରାସ୍ତାରେ ଅପନମାଲା ଠାରେ ଥିବା ବ୍ରିଜ ନିକଟରେ ଏକ ଟ୍ରକ ଆଗରେ ଯାଉଥିବା ବେଳେ ବ୍ରେକ ମାରିଥିବା ବେଳେ ବ୍ରେକ ଫେଲ ହୋଇଯାଇଥିଲା ଫଳରେ ବସଟି ଟ୍ରକର ପଛ ପଟରୁ ଧକ୍କା ଦେଇଥିଲା ବସର ଆଂଶିକ କ୍ଷତି ହୋଇଥିବା ବେଳେ ଦୁଇ ତିନି ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି।ସେମାନଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ବାଲିମେଳା ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଯାଇଛି।ଘଟଣା ସ୍ଥଳରେ ଓର୍କେଲ ପୋଲିସ ପହଁଚି ଯାତ୍ରୀ ମାନଙ୍କ ସୁବିଧା ଅସୁବିଧା ବୁଝିବା ସହ ଘଟଣାର ତଦନ୍ତ ଜାରି ରହିଛି ଅନ୍ୟଯାତ୍ରୀ ମାନେ ସମସ୍ତେ ସୁସ୍ଥ ଥିବା ଜଣାପଡିଛି।
ମାଲକାନଗିରି //ଚିତ୍ରକୋଣ୍ଡା ଇନ୍ଦ୍ରାବତୀ ବସ ଦୁର୍ଘଟଣାଗ୍ରସ,ଅଳ୍ପକେ ବର୍ତିଲେ ଯାତ୍ରୀ,ବାଲିମେଳାରୁ ସରକାରୀ ବସଟି ବାହାରି ଇନ୍ଦ୍ରାବତୀ ଅଭିମୁଖେ ଯାତ୍ରା କରୁଥିବା ସମୟରେ ବାଲିମେଳା ଜୟପୁର ମୁଖ୍ୟ ରାସ୍ତାରେ ଅପନମାଲା ଠାରେ ଥିବା ବ୍ରିଜ ନିକଟରେ ଏକ ଟ୍ରକ ଆଗରେ ଯାଉଥିବା ବେଳେ ବ୍ରେକ ଫେଲ ହୋଇଯାଇଥିଲା-ମନୋଜ ଦେବ ପାଙ୍ଗି. ଦର୍ଶନ ସମୀକ୍ଷା. ମାଲକାନଗିରି

Leave a Reply