ମାଲକାନଗିରି //ଗଞ୍ଜେଇ ଚାଲାଣ ମାମଲାରେ ଫେରାର ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା ଓର୍କେଲ ପୋଲିସ-ମନୋଜ ଦେବ ପାଙ୍ଗି ଦର୍ଶନ ସମୀକ୍ଷା ମାଲକାନଗିରି

Spread the love

ଗଞ୍ଜେଇ ଚାଲାଣ ମାମଲାରେ ଫେରାର ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା ଓର୍କେଲ ପୋଲିସ

ମାଲକାନଗିରି-=(ଦର୍ଶନ ସମୀକ୍ଷା)
ମାଲକାନଗିରି ଜିଲ୍ଲା ଓର୍କେଲ ପୋଲିସକୁ ମିଳିଛି ଏକ ବଡ ସଫଳତା। ବେଆଇନ ଭାବେ ଏକ କାର ଯୋଗେ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଘଟଣାରେ ଫେରାର ଥିବା ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ଓର୍କେଲ ପୋଲିସ ତେବେ ଏହି ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଉଛନ୍ତି କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅଧିନସ୍ତ ଲମତାପୁଟ ଅଞ୍ଚଳର ଦୋରାଗୁଡା ଗ୍ରାମର ମହାଦେବ
ବଗଦୟାତ -(୨୫) ବୋଲି ଜଣା ପଡିଛି। ତେବେ ଏ ନେଇ ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ
ଗତ-୨୦୨୪ ମସିହା ଅକ୍ଟୋବର ମାସ ୧୦ ତାରିଖ ରାତିରେ ଓର୍କେଲ ଥାନା ଅଧିକାରୀ ଧିରେନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ପୋଲିସର ଏକ ସ୍ୱତନ୍ତ୍ର ଟିମ ବାଲିମେଳା – କୁଡୁମୁଲୁଗୁମ୍ମା
ମୁଖ୍ୟ ରାସ୍ତାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ବାଲିମେଳା ପଟୁ ଏକ କାର ଦ୍ରୁତ ଗତିରେ ଜୟପୁର ଅଭିମୁକେ ଯାଉଥିବା ଦେଖି ସନ୍ଦେହ ହେବାରୁ ପୋଲିସର ପେଟ୍ରୋଲିଙ୍ଗ ଟିମ ଉକ୍ତ ଗାଡିର ପିଛା କରିଥିଲା। ଉକ୍ତ କାରଟି ଦ୍ରୁତ ଗତିରେ ଯାଇ ଗୁମ୍ମା ପାଣ୍ଡି ନିକଟରେ ରାସ୍ତା ପାର୍ଶ୍ୱରେ ଥିବା ଏକ ପଥରକୁ ଧକ୍କା ଦେଇ ଗାଡିଟି ଷ୍ଟାର୍ଟ ବନ୍ଦ ହୋଇଯାଇଥିଲା । ପୋଲିସ ସେଠାରେ ପହଁଞ୍ଚି ଉକ୍ତ କାରରେ ୨୮୮ କିଲୋ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ। ପୋଲିସ ଗାଡିକୁ ଦେଖି ଉକ୍ତ କାରରେ ଥିବା ଦୁଇଜଣ ବ୍ୟକ୍ତି ଘଟଣା ସ୍ଥଳରୁ ଦୌଡି ପଳାଇ ଯାଇଥିଲେ। ପୋଲିସ ଉକ୍ତ କାର ସମେତ ଗଞ୍ଜେଇକୁ ଜବତ କରିବା ସହିତ ଏନେଇ ଥାନାରେ କେସ ନମ୍ବର ୩୩୭/୨୦୨୪ ରେ ଏକ ମାମଲା ରୁଜୁ କରାଯାଇଥିଲା। ପୋଲିସ ପକ୍ଷରୁ ଏହି ଘଟଣାର ତଦନ୍ତ ଜାରୀ ରହିଥିଲା। ତେବେ ପୋଲିସ ପକ୍ଷରୁ ଉକ୍ତ ଗାଡ଼ିରୁ ମିଳିଥିବା ନଥିପତ୍ର ଯାଞ୍ଚ କରିବା ସହିତ ଫେରାର ଥିବା ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ମୋବାଇଲ
ଟ୍ରାକ କରାଯାଉଥିଲା। ସୂଚନା ମିଳିବା ପରେ ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ଏସଆଇ ଅଜିତ ସିଂ ବରିହା ଓ ଏସଆଇ ମନୋହର ସାହୁଙ୍କ ନେତୃତ୍ୱରେ ପୋଲିସର ଏକ ସ୍ୱତନ୍ତ୍ର ଟିମ ଲମତାପୁଟ ଅଞ୍ଚଳରେ ଡେରା ପକାଇଥିଲେ। ମୋବାଇଲ ଟ୍ରାକ କରି ଏହି ଘଟଣାରେ ସମ୍ପୃକ୍ତ ଥିବା ମହାଦେବଙ୍କୁ ଧରିବାରେ ପୋଲିସର ଏହି ସ୍ୱତନ୍ତ୍ର ଟିମ ସଫଳ ହୋଇଥିଲେ।
ପୋଲିସ ଆଜି ମହାଦେବଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଉଥିବା ଥାନା ଅଧିକାରୀ ଧିରେନ ପଟ୍ଟନାୟକ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *