ମାଲକାନଗିରି // କୋରୁକୋଣ୍ଡା ବ୍ଲକ ପୁରୁଣା ଚି଼ମଟାପାଲ୍ଲୀ ପଞ୍ଚାୟତ ଅଧିନସ୍ତ କାତାପାଲି ଗ୍ରାମକୁ ସଂଯୋଗ କରୁଥିବା ପ୍ରବେଶ ପଥର ପ୍ରାୟ ୮ ଶହ ମିଟର ରାସ୍ତା ମରଣଯନ୍ତା ପାଲଟିଛି।ଅଞ୍ଚଳବାସୀଙ୍କ କହିବାନୁଯାୟୀ ଏହାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ସାମିଲ କରାଯାଇଛି। ହେଲେ ଏହି ରାସ୍ତାର ପ୍ରବେଶ ପଥ ପ୍ରାୟ ୮ ଶହ ମିଟର ରାସ୍ତା ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ମାଣ ନହୋଇ ପଡି ରହିଛି-ମନୋଜ ଦେବ ପାଙ୍ଗି ଦର୍ଶନସମୀକ୍ଷା ମାଲକାନଗିରି

Spread the love

ବହୁବାର ଦାବୀ ପରେବି ନିର୍ମାଣ ହେଉନି କତାପାଲୀ ଗ୍ରାମର ୮ ଶହ ମିଟର ରାସ୍ତା

ବର୍ଷା ଦିନେ ଗାଁକୁ ଯାଇପାରୁନି ଆମ୍ବୁଲାନ୍ସ

ମାଲକାନଗିରି=ଦର୍ଶନସମୀକ୍ଷା)
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ପୁରୁଣା ଚି଼ମଟାପାଲ୍ଲୀ ପଞ୍ଚାୟତ ଅଧିନସ୍ତ କାତାପାଲି ଗ୍ରାମକୁ ସଂଯୋଗ କରୁଥିବା ପ୍ରବେଶ ପଥର ପ୍ରାୟ ୮ ଶହ ମିଟର ରାସ୍ତା ମରଣଯନ୍ତା ପାଲଟିଛି।ଅଞ୍ଚଳବାସୀଙ୍କ କହିବାନୁଯାୟୀ ଏହାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ସାମିଲ କରାଯାଇଛି। ହେଲେ ଏହି ରାସ୍ତାର ପ୍ରବେଶ ପଥ ପ୍ରାୟ ୮ ଶହ ମିଟର ରାସ୍ତା ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ମାଣ ନହୋଇ ପଡି ରହିଛି। ଏହି ରାସ୍ତାକୁ ତୁରନ୍ତ ନିର୍ମାଣ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି। ଏହି ରାସ୍ତା ଦେଇ ପ୍ରତିଦିନ କାତାପାଲି ଗ୍ରାମରେ ବସବାସ କରିଥିବା କୋୟା ସମ୍ପ୍ରଦାୟର ପ୍ରାୟ ୨୦୦ ରୁ ଉର୍ଦ୍ଧ ପରିବାର ଲୋକଙ୍କ ସମେତ ୬ ନମ୍ବର କଲୋନୀରେ ବସବାସ କରୁଥିବା ପ୍ରାୟ ୧୨୦ ପରିବାର ଲୋକଙ୍କ ଶହ ନୂଆଗୁଡା ଗ୍ରାମରେ ବସବାସ କରୁଥିବା ପ୍ରାୟ ୨୩ ରୁ ଉର୍ଦ୍ଧ ପରିବାରର ଲୋକେ ଏବଂ ପିଟାକୋଣ୍ଡା ଗ୍ରାମର ପ୍ରାୟ ୨୦୦ରୁ ଉର୍ଦ୍ଧ ପରିବାରର ଲୋକେ ଏହି ରାସ୍ତା ଦେଇ ଯାତାୟତ କରିବା ନିମନ୍ତେ ନିର୍ଭର କରିଥାନ୍ତି। ତେବେ ଅଞ୍ଚଳବାସୀଙ୍କ କହିବାନୁସାରେ
ସରକାରଙ୍କ ପକ୍ଷରୁ ଗତ ୨୦୧୯ ମସିହାରେ ଆରଡ଼ି ବିଭାଗ ପକ୍ଷରୁ କାତାପାଲି ଠାରୁ ନଦୀଘାଟ ପଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରିବା ପାଇଁ ଟେଣ୍ଡର ପ୍ରକ୍ରିୟା ସରିବା ପରେ ଜଣେ ଠିକାଦାରଙ୍କ ଦ୍ୱାରା ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ବିଡମ୍ବନାର ବିଷୟ ଗୋମ୍ଫକୋଣ୍ଡା କେନାଲ ମୁଖ୍ୟ ରାସ୍ତାରୁ କାତାପାଲୀ ଗାଁର ମୁଖ୍ୟ ପ୍ରବେଶ ପଥର ପ୍ରାୟ ୮ ଶହ ମିଟର ରାସ୍ତା ନିର୍ମାଣ ନକରି ଗାଁ ମଝିରୁ ନଦୀ ଘାଟ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯାଇଥିଲା। ସେହିପରି ଗ୍ରାମରେ ଥିବା ଅନ୍ୟ ରାସ୍ତା ଗୁଡିକ ମଧ୍ୟ ଶୋଚନୀୟ ହୋଇପଡିଛି।
ଗାଁର ମୁଖ୍ୟ ରାସ୍ତା ନିର୍ମାଣ କରାଯାଇ ନଥିବାରୁ ଲଗାଣ ବର୍ଷାରେ ଏହାର ସ୍ଥିତି ଶୋଚନୀୟ ହୋଇପଡିଛି। ରାସ୍ତାଟି କାଦୁଅରେ ପରିପୂର୍ଣ ହୋଇଛି। ଏହି କାଦୁଅ ଯୋଗୁ ବର୍ଷା ସମୟରେ ଅଞ୍ଚଳର ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ପାଇଁ ଗାଁକୁ ଆମ୍ବୁଲାନ୍ସ ଆସି ପାରୁନଥିବା ଲୋକେ ଅଭିଯୋଗ କରିଛନ୍ତି।ଏ ନେଇ ସ୍ଥାନୀୟ ଅଞ୍ଚଳବାସୀ ବହୁବାର ପଞ୍ଚାୟତ କତୃପକ୍ଷ, ବ୍ଲକ ପ୍ରଶାସନ,ଆର ଡ଼ି ବିଭାଗର ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନ ନିକଟରେ ଦ୍ୱାରସ୍ଥ ହୋଇ ବହୁବାର ଲିଖତ ଅଭିଯୋଗ ଜଣାଇଥିଲେ ବି କେହି ଆଦୌ କର୍ଣ୍ଣପାତ କରୁନଥିବା କାତାପାଲୀ ପଞ୍ଚାୟତର ସମିତି ସଭ୍ୟା
ମଦନା ପାଙ୍ଗି, ଇର୍ମା ପଡିୟାମୀ,ଗଙ୍ଗା ମାଡି,ମୁକା ମାଡି, ଇର୍ମା ମାଡି, ସମା ପୂଜାରୀ,ଭୀମା ମାଡି,ଦେବେ ସୋଡି, ମୁକେ ମାଡ଼କାମୀ,ମଦନ ପାମିଆ,ବୈଦ୍ୟନାଥ ପାମିଆ,ନନ୍ଦ ଖିଲ, ଲକ୍ଷ୍ମୀ ହନ୍ତାଳଙ୍କ ସମେତ ବହୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି।ତେବେ ଏହି ରାସ୍ତାକୁ ତୁରନ୍ତ ନିର୍ମାଣ କରିବାକୁ ପଞ୍ଚାୟତବାସୀ ଦାବୀ କରିଛନ୍ତି। ଏ ସମ୍ପର୍କରେ ଆରଡ଼ି ବିଭାଗର ଏସଡିଓ ଅସିତ ପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ମୁଁ ଆସନ୍ତା ସୋମବାର ଦିନ କନିଷ୍ଠ ଯନ୍ତ୍ରୀଙ୍କୁ ସେଠିକି ପଠାଇବି କାହିଁକି ରାସ୍ତା କାମ ବାକି ରହିଛି ଜାଣିବା ପରେ ତୁରନ୍ତ ରାସ୍ତା ନିର୍ମାଣ ନିମନ୍ତେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *