ଦୋକାନରୁ ଲକ୍ଷାଧିକ ଟଙ୍କାର ଗୁଟଖା ଜବତ
ଜଣେ ଡାକ କର୍ମଚାରୀ ଗିରଫ
ମାଲକାନଗିରି:=(ଦର୍ଶନସମୀକ୍ଷା)
ମାଲକାନଗିରି ଜିଲ୍ଲା ଓର୍କେଲ ପୋଲିସ ବାଲିମେଳା ସହରର ଦୈନକ ବଜାରରେ ଥିବା ଏକ ପୂଜା ଦୋକାନରୁ ଲକ୍ଷାଧିକ ଟଙ୍କାର
ଗୁଟଖା ଶୁକ୍ରବାର ଜବତ କରିବା
ସହ ଏହି ଘଟଣାରେ ସମ୍ପୃକ୍ତ ଥିବା
ଜଣ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି
ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ବାଲିମେଳା ସହରର ଦୈନିକ ବଜାରର ଜଣେ ବ୍ୟବସୟୀ ତଥା
ଡ଼ାଇକ-୩ ଅଞ୍ଚଳରେ ଗ୍ରାମୀଣ ଡାକ ସେବକ ଭାବେ କାର୍ଯ୍ୟରତ ଥିବା
କେ, ପ୍ରଶାନ୍ତ କୁମାର ମହାପାତ୍ର ବୋଲି ଜଣା ପଡିଛି।ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଡାକ ସେବକ ପ୍ରଶାନ୍ତଙ୍କର ବାଲିମେଳା ଦୈନିକ ବଜାରରେ ଏକ ପୂଜା ଦୋକାନ ରହିଛି।ସେ ବିନା ଲାଇସେନ୍ସରେ ଓ ବିଲରେ ବେଆଇନ
ଭାବେ ନିଜ ଦୋକାନରେ ତାଙ୍କ ଦୋକାନରେ ବିପୁଳ ପରିମାଣର ବିଭିନ୍ନ ବ୍ରାଣ୍ଡ ଗୁଟଖା ରଖି ବିକ୍ରୀ କରିବା ସହିତ ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ସେଗୁଡିକୁ ନିଜ ବାଇକରେ ନେଇ ବିଭିନ୍ନ ଅଞ୍ଚଳରେ ବେଆଇନ ଭାବେ ବିକ୍ରୀ କରୁଥିଲେ। ଏ ନେଇ
ଓର୍କେଲ ଥାନା ଅଧିକାରୀ ଧିରେନ ପଟ୍ଟନାୟକଙ୍କୁ ସୂଚନା ମିଳିଥିଲା
ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ଏସଆଇ ମିଳନ ବରିହାଙ୍କ ନେତୃତ୍ୱରେ ପୋଲିର ଏକ ସ୍ୱତନ୍ତ୍ର
ଟିମ ଶୁକ୍ରବାର ସନ୍ଧ୍ୟାରେ ଗ୍ରାମୀଣ ଡାକ ସେବକ ପ୍ରଶାନ୍ତଙ୍କ ଦୋକାନ ଓ ଘରେ ମହିଳା ପୋଲିସଙ୍କ ସହ ଚଢ଼ାଉ କରିଥିଲେ।ତାଙ୍କ ଠାରୁ ଲକ୍ଷାଧିକ ଟଙ୍କାର ବିଭିନ୍ନ ବ୍ରାଣ୍ଡର ଗୁଟଖା ଜବତ କରିଥିଲେ।ଜବତ ହୋଇଥିବା ଗୁଟଖା
ବିକ୍ରୀ କରିବା ପାଇଁ ଆବଶ୍ୟକ ହେଉଥିବା ଲାଇସେନ୍ସ କିମ୍ବା ଅଣା ଯାଇଥିବା ଗୁଟଖା ଗୁଡିକର କୌଣସି ବିଲ ପ୍ରଶାନ୍ତଙ୍କ ନିକଟରେ ନଥିବା
ପୋଲିସ ପକ୍ଷରୁ କୁହାଯାଇଛି।ଏ ନେଇ ପୋଲିସ ପକ୍ଷରୁ ଥାନାରେ
କେସ ନମ୍ବର -୨୭୨/୨୦୨୫ରେ ଏକ ମାମଲା ରୁଜୁ କରାଯିବା ସହିତ ଡାକ ସେବକ ପ୍ରଶାନ୍ତଙ୍କୁ ଗିରଫ କରାଯାଇଛି।ଏସଆଇ ମନୋହର ସାହୁ ଘଟଣାର ତଦନ୍ତ ଜାରୀ ରଖିଥିବା ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।
Leave a Reply