ମାଲକାନଗିରି //ଓରକେଲ ଥାନା ଅଧିକାରୀ ଧିରେନ ପଟ୍ଟନାୟକଙ୍କ ନିର୍ଦେଶ ରେ ୫୦ କିଲୋ ଗଞ୍ଜେଇ ସହ ବାଇକ ଜବତ, ଦୁଇ ଗିରଫ-ମନୋଜ ଦେବ ପାଙ୍ଗି ଦର୍ଶନ ସମୀକ୍ଷା

Spread the love

୫୦ କିଲୋ ଗଞ୍ଜେଇ ସହ ବାଇକ ଜବତ, ଦୁଇ ଗିରଫ

ମାଲକାନଗିରି:=(ଦର୍ଶନ ସମୀକ୍ଷା)
ଚିତ୍ରକୋଣ୍ଡା ଅଞ୍ଚଳରୁ ଏକ ବାଇକ ଯୋଗେ ଦୁଇଜଣ ବ୍ୟକ୍ତି ବାହାର ଅଞ୍ଚଳକୁ ବେଆଇନ ଭାବେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଓର୍କେଲ ପୋଲିସ ହାବୁଡ଼ରେ ଧରା ପଡିଛନ୍ତି। ତେବେ ଏହି ଘାଟଣାରେ ଗିରଫ ହୋଇଥିବା ଦୁଇ ଜଣ ବ୍ୟକ୍ତି ହେଲେ ଚିତ୍ରକୋଣ୍ଡା ଥାନା ଅଧିନସ୍ତ ପୁରୁଣାପାଣି ଗ୍ରାମର ଧନୁର୍ଜୟ ଖିଲ –
(୨୫) ଏବଂ ଅନ୍ୟ ଜଣେ ଉକ୍ତ ଗ୍ରାମର ଗୁରୁ ଖିଲ-(୩୮) ବୋଲି ଜଣା ପଡିଛି
ତେବେ ଏନେଇ ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଉପରୋକ୍ତ ଦୁଇଜଣ ଯୁବକ ଚିତ୍ରକୋଣ୍ଡା ଅଞ୍ଚଳରୁ ଏମଭି -୧୨୦ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଦେଇ ଏକ ବାଇକ ଯୋଗେ ବେଆଇନ ଭାବେ ଗଞ୍ଜେଇ ବାହାର ଅଞ୍ଚଳକୁ ଗତକାଲି ବୁଧବାର ଦିନ ଚାଲାଣ କରୁଥିବା ସମ୍ପର୍କରେ ଏକ ବିଶେଷ ସୂତ୍ରରୁ ଓର୍କେଲ ଥାନା ଅଧିକାରୀ ଧିରେନ ପଟ୍ଟନାୟକଙ୍କୁ ସୂଚନା ମିଳିଥିଲା। ଥାନା ଅଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ଏସଆଇ ମିଳନ ବରିହାଙ୍କ ନେତୃତ୍ୱରେ ପୋଲିସର ଏକ ସ୍ୱତନ୍ତ୍ର ଟିମ ବାଣ୍ଡିଗୁଡା ଗ୍ରାମ ନିକଟରେ ଉକ୍ତ ବାଇକଟିକୁ ଅଟକାଇ ଯାଞ୍ଚ କରିବାରୁ ଉକ୍ତ ବାଇକରେ ଥିବା ଏକ ଜାରି ବସ୍ତାରେ ଗଞ୍ଜେଇ ଥିବା ପୋଲିସ ଦେଖିବାକୁ ପାଇଥିଲା। ଘଟଣା ସ୍ଥଳରୁ ପୋଲିସ ଗଞ୍ଜେଇ ସମେତ ବାଇକକୁ ଜବତ କରିବା ସହିତ ଘଟଣାରେ ସମ୍ପୃକ୍ତ ଥିବା ଦୁଇଜଣ ବ୍ୟକ୍ତଙ୍କି ଗିରଫ କରି ଥାନାକୁ ଅଣା ଯାଇଥିଲା। ଏ ନେଇ ପୋଲିସ ପକ୍ଷରୁ ଥାନାରେ କେସ ନମ୍ବର -୨୪୮/୨୦୨୫ ରେ ଦଫା ୨୦(ବି )(ii)(ସି )/୨୫/୨୯ ଏନଡିପିଏସ ଆକ୍ଟରେ ଏକ ମାମଲା ରୁଜୁ କରବା ସହ ଉଭୟଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଓର୍କେଲ ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *