ମାଲକାନଗିରି //ଓରକେଲ ଥାନା ଅଧିନସ୍ତ କୁଡୁମୁଲୁଗୁମା ର ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନରୁ ନକଲି ମଦ ପ୍ରସ୍ତୁତ ହେଉଥିବା ବିଭିନ୍ନ ସାମଗ୍ରୀ ଜବତ।୨ଗିରଫ ୨ଫେରାର,ଥାନା ଅଧିକାରୀ ଧିରେନ ପଟ୍ଟନାୟକ ଙ୍କ ନିର୍ଦ୍ଧେଶରେ ଫେରାର ଅଭିଯୁକ୍ତ ଙ୍କୁ ଧରିବା ପାଇଁ ସ୍କ୍ୱାଡ଼ ଗଠନ -ମାଲକାନଗିରି ରୁ ମନୋଜ ଦେବ ପାଙ୍ଗି ଦର୍ଶନ ସମୀକ୍ଷା

Spread the love

କୁଡୁମୁଲୁଗୁମା ର ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନରୁ ନକଲି ମଦ ପ୍ରସ୍ତୁତ ହେଉଥିବା ବିଭିନ୍ନ ସାମଗ୍ରୀ ଜବତ।୨ଗିରଫ ୨ଫେରାର।

ମାଲକାନଗିରି :ଦର୍ଶନ ସମୀକ୍ଷା

ଜିଲ୍ଲା ଓର୍କେଲ ଥାନା ଅଧିନସ୍ଥ କୁଳୁମୁଲୁଗୁମ୍ମା ସଦରରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି।ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ କୁଳୁମୁଲୁଗୁମ୍ମା ଠାରେ ଥିବା ସରକାରଙ୍କ ପକ୍ଷରୁ ଏକ ଲାଇସେନ୍ସ ପ୍ରାପ୍ତ ସରକାରୀ ବିଦେଶୀ ମଦ ଦୋକାନ ରହିଛି।ଉକ୍ତ ଦୋକାନରେ ଦୀର୍ଘଦିନ ଧରି ନକଲି ମଦ ପ୍ରସ୍ତୁତକରି ବିକ୍ରି କରୁଥିବା ନେଇ ଅଞ୍ଚଳର କିଛି ଲୋକ ଓର୍କେଲ ଥାନାଧିକାରୀ ଧୀରେନ ପଟନାୟକ ଙ୍କୁ ଅବଗତ କରାଇଥିଲେ।

ଗତ ମଙ୍ଗଳବାର ରାତି ପ୍ରାୟ ଆଠଟା ସମୟରେ ଥାନାଧିକାରୀ ଧୀରେନ ପଟନାୟକ ଙ୍କ ନିର୍ଦେଶ କ୍ରମେ ଏସ୍ ଆଇ ମନୋହର ସାହୁ ,ଏ ଏସ୍ ଆଇ ସୁରେଶ ବିଶି ମାଝୀ, ଏ ଏସ୍ ଆଇ କୃଷ୍ଣଚନ୍ଦ୍ର ହିଆଁଲ ଙ୍କ ନେତୃତ୍ୱରେ ପୋଲିସର ଏକ ସ୍ୱତନ୍ତ୍ର ଟିମ ଗୁମ୍ମା ସ୍ଥିତ ବିଦେଶୀ ମଦ ଦୋକାନ ଏବଂ ଉକ୍ତ ଦୋକାନ ପରିସରରେ ଥିବା କୋଠରୀ ଗୁଡ଼ିକରେ ଚଢ଼ାଉ କରି ଯାଞ୍ଚ କରିଥିଲେ।ଉକ୍ତ ବିଦେଶୀ ମଦ ଦୋକାନର ଅନ୍ୟ ଏକ କୋଠରୀରେ ନକଲି ମଦ ପ୍ରସ୍ତୁତି ପାଇଁ ବ୍ୟବହୃତ ହେଉଥିବା ବହୁ ପରିମାଣର ଠିପି, ସ୍ପିରିଟ,ବିଭିନ୍ନ ବ୍ରାଣ୍ଡ ର ଖାଲି ମଦ ବୋତଲ ଏବଂ ମଦ ବୋତଲ ଉପରେ ଲଗାଯାଉଥିବା ଷ୍ଟିକର ଥିବା ଦେଖିବାକୁ ପାଇବା ପରେ ପୋଲିସ ସେଗୁଡ଼ିକୁ ଜବତ କରିବା ସହିତ ଏହି ଘଟଣାରେ ସମ୍ପୃକ୍ତ ଥିବା ତଥା ଉକ୍ତ ବିଦେଶୀ ମଦ ଦୋକାନରେ କାର୍ଯ୍ୟରତ ଥିବା ୨ଜଣ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି।

ପୋଲିସ ପକ୍ଷରୁ ଏହି ଚଢ଼ାଉ ଜାରି ରହିଥିବା ବେଳେ ଏହି ଘଟଣାରେ ଲିପ୍ତ ଥିବା ଅନ୍ୟ ୨ଜଣ କର୍ମଚାରୀ ପୋଲିସ ଆଖିରେ ଧୂଳିଦେଇ ଘଟଣାସ୍ଥଳରୁ ଫେରାର ହୋଇଥିବା ଜଣାପଡିଛି। ଏହି ଘଟଣାରେ ଗିରଫ ହୋଇଥିବା ୨ଜଣ ବ୍ୟକ୍ତି ହେଲେ ଆଖିଳେଶ କୁମାର ଯାଦବ ଏବଂ ଅନ୍ୟଜଣେ ଲଲନ କୁମାର ଯାଦବ ବୋଲି ଜଣାପଡ଼ିଛି।

ତେବେ ଏନେଇ ପୋଲିସ ପକ୍ଷରୁ ଓର୍କେଲ ଥାନାରେ କେସ ନମ୍ବର ୨୧୮/୨୦୨୫ ଦଫା ୨୭୪/୨୭୫/୩୧୮(୪)/୩(୫)ର ବି ଏନ ଏସ୍ ଆର ଡବ୍ଲୁ ଦଫା୫୨(ଏ)(ସି)/୫୮/୫୯ଓଡ଼ିଶା ଅବକାରୀ ଆକ୍ଟ ରେ ଏକ ମାମଲା ରୁଜୁ କରାଯିବା ସହିତ ଗିରଫ ହୋଇଥିବା ଉଭୟ ବ୍ୟକ୍ତିଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।ତେବେ ଏହି ଘଟଣାର ତଦନ୍ତ ଏସ୍ ଆଇ ଅଜିତ ସିଂହ ବରିହା ଜାରି ରଖିଛନ୍ତି। ଫେରାର ଥିବା ୨ଜଣ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଥାନାଧିକାରୀ ଶ୍ରୀ ପଟନାୟକ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *