ମାଲକାନଗିରି //ଇଲେକ୍ଟ୍ରନିକ୍ସ ସାମଗ୍ରୀ ଚୋରି କରିଥିବା ୨ ଚୋର ସମେତ ଜଣେ କ୍ରୟ କରିଥିବା ଯୁବକଙ୍କୁ ଗିରଫ କଲା ଓର୍କେଲ ପୋଲିସ,ଜବତ ହେଲା ଚୋରୀ ହୋଇଥବା ସମସ୍ତ ସାମଗ୍ରୀ,ଓର୍କେଲ ଥାନା ଅଧିକାରୀ ଧୀରେନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ମିଲନ ବରିହାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ।

Spread the love

ଇଲେକ୍ଟ୍ରନିକ୍ସ ସାମଗ୍ରୀ ଚୋରି କରିଥିବା ୨ ଚୋର ସମେତ ଜଣେ କ୍ରୟ କରିଥିବା ଯୁବକଙ୍କୁ ଗିରଫ କଲା ଓର୍କେଲ ପୋଲିସ

ଜବତ ହୋଇଛି ଚୋରୀ ହୋଇଥବା ସମସ୍ତ ସାମଗ୍ରୀ

ମାଲକାନଗିରି(ମନୋଜ ଦେବ ପାଙ୍ଗି)ଦର୍ଶନ ସମୀକ୍ଷା
ମାଲକାନଗିରି ଜିଲ୍ଲା ବାଲିମେଳା ସହରର ୨ ନମ୍ବର ୱାର୍ଡର ଗଦବାଗୁଡା ଅଞ୍ଚଳର ଏ ସୁରି ପ୍ରକାଶ ନାମକ ବ୍ୟକ୍ତିଙ୍କ ଘରୁ ସମସ୍ତ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଚୋରି ମାମଲାରେ ୨ ଜଣ ଚୋର ସମେତ ଜଣେ କ୍ରୟ କରିଥିବା ଯୁବକଙ୍କୁ ଗିରଫ କରିଛି ଓର୍କେଲ ପୋଲିସ। ମିଳିଥିବା ସୂଚନାନୁଯାୟୀ ଗତ ମେ ମାସରେ ଏ ସୁରି ପ୍ରକାଶ ନିଜର ବ୍ୟକ୍ତିଗତ କାର୍ଯ୍ୟରେ ସପରିବାର ସହ ଆନ୍ଧ୍ରପ୍ରଦେଶର ନର୍ସିଂପାଟନମ୍ ଯାଇଥିଲେ। ସେଠାରେ ନିଜର କାର୍ଯ୍ୟ ସାରି ସେ ଗତ ୫ ତାରିଖରେ ପୁଣି ବାଲିମେଳା ସ୍ଥିତ ନିଜ ଘରକୁ ଫେରିଥିବା ବେଳେ ଘରର ମୁଖ୍ୟ ଫାଟକର ତାଲା ଭଙ୍ଗା ଯାଇଥିବା ଦେଖିଥିଲେ। ଘର ଭିତରକୁ ଯାଇ ଦେଖିଲା ବେଳକୁ ଆଲମାରିରୁ ନିଜର ରୁପା ସାମଗ୍ରୀ ସମେତ ଏଲଇଡି ଟିଭି, ଗୋଟିଏ ଆଇ ଫୋନ,ଇଣ୍ଡୋର ଏସି, ଷ୍ଟାଣ୍ଡ ଫ୍ୟାନ, ଲ୍ୟାପଟପ, ଲ୍ୟାପଟପ ଚାର୍ଜର, ମୋଟର ପମ୍ପ, ଇନଭର୍ଟର, ବ୍ୟାଟେରୀ, ଆଇରନ ବକ୍ସ ଏବଂ ତାଙ୍କର ଜମିଜମା ମାମଲାର ୧୮ ଗୋଟି ଫାଇଲ ଚୋରି ହୋଇଥିବା ଦେଖିଥିଲେ। ଏହାପରେ ସେ ଗତ ୬ ତାରିଖରେ ବାଧ୍ୟହୋଇ ଓର୍କେଲ ଥାନାର ଦ୍ୱାରସ୍ଥ ହୋଇ ଏକ ଲିଖିତ ଏତଲା ପ୍ରଦାନ କରିଥିଲେ।ଉକ୍ତ ଏତଲାକୁ ଭିତ୍ତି କରି ପୋଲିସ ପକ୍ଷରୁ ଥାନାରେ କେସ ନମ୍ବର ୧୮୫/୨୦୨୫ ରେ ଏକ ମାମଲା ରୁଜୁ କରାଯାଇଛି।ଓର୍କେଲ ଥାନା ଅଧିକାରୀ ଧୀରେନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ମିଲନ ବରିହାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ପରେ ଏହି ଘଟଣା ରେ ସମ୍ପୃକ୍ତି ଥିବା ୨ ଜଣଙ୍କୁ ପୋଲିସ ଗିରଫ କରିଥିଲା। ଚୋରୀ ଘଟଣାରର ସମ୍ପୃକ୍ତ ଥିବା ଦୁଇ ଜଣ ଯୁବକ ହେଲେ ବାଲିମେଳା ସହରର ଗଦବାଗୁଡା ଅଞ୍ଚଳର ଦେବରାଜ ସୁରୁଜା(୧୮) ଏବଂ ମେଡ଼ିକାଲ ସାହିର ଦିଲ୍ଲୀପ ନାଗ(୧୯)। ତେବେ ଏହି ୨ ଜଣ ଚୋରଙ୍କ ସମେତ ସେମାନଙ୍କ ଠାରୁ ଏହି ଚୋରି ସାମଗ୍ରୀ କ୍ରୟ କରିଥିବା ଯୁବକ ରୂପେଶ ବାଘ(୨୨) ଙ୍କୁ ଗିରଫ କରିଛି ଓର୍କେଲ ପୋଲିସ। ଏହି ୩ ଜଣଙ୍କ ନିକଟରୁ ଚୋରୀ ହୋଇଥିବା ସମସ୍ତ ସାମଗ୍ରୀକୁ ପୋଲିସ ଜବତ କରିଛି। ତେବେ ଆଜି ଏହି ୩ ଜଣ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *