ମାଲକାନଗିରି //ଇନଷ୍ଟାଗ୍ରାମ ଫେକ ଆଇଡ଼ି ଖୋଲି ଜଣେ ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିବା ଅଭିଯୋଗରେ ଦୁଇ ଗିରଫ,ଜବତ ହୋଇଛି ଦୁଇଟି ମୋବାଇଲ,ମାଲକାନଗିରି ରୁ ମନୋଜ ଦେବ ପାଙ୍ଗି ଦର୍ଶନ ସମୀକ୍ଷା

Spread the love

ଇନଷ୍ଟାଗ୍ରାମ ଫେକ ଆଇଡ଼ି ଖୋଲି ଜଣେ ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିବା ଅଭିଯୋଗରେ ଦୁଇ ଗିରଫ
ଜବତ ହୋଇଛି ଦୁଇଟି ମୋବାଇଲ

ମାଲକାନଗିରି:(ଦର୍ଶନସମୀକ୍ଷା)
ମୋବାଇଲରେ ଏକ ଫେକ ଇନଷ୍ଟାଗ୍ରାମ ଆଇଡି ଖୋଲି ଜଣେ ମହିଳାଙ୍କର ଫଟୋକୁ ଏଡିଟ କରି ତାଙ୍କର ଅଶ୍ଳୀଳ ଫଟୋକୁ ଭାଇରାଲ କରିବା ଅଭିଯୋଗରେ ଓର୍କେଲ ପୋଲିସ ଦୁଇଜଣ ଯୁବକଙ୍କୁ ଗିରଫ କରିଛି। ତେବେ ଏହି ଘଟଣାରେ ଗିରଫ ହୋଇଥିବା ଦୁଇଜଣ ଯୁବକ ହେଉଛନ୍ତି ମୋଟୁ ଥାନା ଅନ୍ତର୍ଗତ
ଏମପିଭି-୪୧ ଗ୍ରାମର ସଂଜିତ ହାଲଦାର-(୨୨) ଏବଂ ଅନ୍ୟ ଜଣେ ଓର୍କେଲ ଥାନା ଅଧିନସ୍ତ ଏମଭି -୩୬ ଗ୍ରାମର ସୁଜନ ମଜୁମଦାର ବୋଲି ଜଣା ପଡିଛି। ସେମାନଙ୍କ ନିକଟରେ ଥିବା ଦୁଇଟି ମୋବାଇଲକୁ ମଧ୍ୟ ପୋଲିସ ଜବତ କରିଛି।

ତେବେ ପୋଲିସ ସୁତରୁ ମିଳିଥିବା ସୂଚନା ମୁତାବକ ଗତ ତା-୨୩-୬-୨୦୨୫ ତାରିଖରେ ଏମଭି-୩୬ ଗ୍ରାମରେ ରହୁଥିବା ସ୍ୱପ୍ନା ମଣ୍ଡଳ ନାମକ ଜଣେ ମହିଳା ଓର୍କେଲ ଥାନାରେ ଦ୍ୱାରସ୍ଥ ହୋଇ କୌଣସି ଏକ ବ୍ୟକ୍ତି ତାଙ୍କ ନାମରେ ମିସେସ ବିଶ୍ୱାସ ନାମକ ଏକ ଫେକ ଆଇଡି ଖୋଲି ସେଥିରେ ତାଙ୍କର ଅଶ୍ଳୀଳ ଫୋଟୋକୁ ଭାଇରାଲ କରିଥିବା ସମ୍ପର୍କରେ ଏକ ଲିଖିତ ଏତଲା ପ୍ରଦାନ କରିଥିଲେ। ତେବେ ଉକ୍ତ ଏତଲାକୁ ଭିତ୍ତି କରି ପୋଲିସ ପକ୍ଷରୁ ଥାନାରେ କେସ ନମ୍ବର-୧୭୫/୨୦୨୫ ଦଫା ୭୮/୩(୫)ବିଏନଏସ ଆରଡବ୍ଲୁ ସେକ୍ସନ ୬୭/୬୭(ଏ )ଆଇଟି ଆକ୍ଟରେ ଏକ ମାମଲା ରୁଜୁ କରାଯାଇଥିଲା। ପୋଲିସ ଏହି ଘଟଣାକୁ ଅତି ଗୁରୁତର ସହ ଗ୍ରହଣ କରିବା ସହିତ ଥାନା ଅଧିକାରୀ ଧିରେନ ପଟ୍ଟନାୟକଙ୍କ ନେତୃତ୍ୱରେ ପୋଲିସର ଏକ ଘଟଣାର ତଦନ୍ତ କରିବା ସହିତ ଏହି ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ଧରିବା ପାଇଁ ଉଦ୍ୟମ ଜାରୀ ରଖିଥିଲା। ଗତ କାଲି ଶନିବାର ଦିନ ଓର୍କେଲ ପୋଲିସ ମୋଟୁ ଥାନା ଅଧିନସ୍ତ ଏମପିଭି -୪୧ ଗ୍ରାମରେ ରହୁଥିବା ସୁଜିତ ହାଲଦାରଙ୍କୁ ଗିରଫ କରି ଥାନାକୁ ଆଣିବା ସହ ତାଙ୍କ ମୋବାଇଲକୁ ପୋଲିସ ଜବତ କରିଥିଲା।

ତେବେ ଥାନାରେ ପଚାର ଉଚୁରା ସମୟରେ ସୁଜିତ ପୋଲିସ ସମ୍ମୁଖରେ ପ୍ରକାଶ କରିଥିଲେ ଯେ, ଏମଭି-୩୬ ଗ୍ରାମରେ ରହୁଥିବା ସୁଜନ ମଜୁମଦାର ନାମକ ଜଣେ ଯୁବକ ମୋତେ ଉକ୍ତ ମହିଳାଙ୍କ କିଛି ଫଟୋ ପଠାଇ କହିଥିଲେ ଯେ ଏହି ମହିଳାଙ୍କ ନାମରେ ଇନଷ୍ଟାଗ୍ରାମରେ ଏକ ଫେକ
ଆଇଡି ଖୋଲି ତାଙ୍କର ଅଶ୍ଳୀଳ ଫଟୋ ଭାଇରାଲ କରିବାକୁ କହିଥିଲେ।ମୁଁ ଉକ୍ତ ମହିଳାଙ୍କୁ ବଦନାମ କରିବାକୁ ଚାହୁଁଛି ବୋଲି କହିଥିଲେ ବୋଲି ସେ ପୋଲିସ ସମ୍ମୁଖରେ ପ୍ରକାଶ କରିଥିଲେ
ସଙ୍ଗେ ସଙ୍ଗେ ଓର୍କେଲ ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଥିବା ସୁଜନ ନାମକ ଯୁବକକୁ ଗତ କାଲି ଶନିବାର ଦିନ ଏମଭି-୩୬ ଗ୍ରାମରୁ ଗିରଫ କରିବା ସହ ତାଙ୍କ ନିକଟରେ ଥିବା ମୋବାଇଲକୁ ମଧ୍ୟ ପୋଲିସ ଜବତ କରିଛି। ଆଜି ରବିବାର ସକାଳେ ଏହି ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଜଣ ଯୁବକକୁ ପୋଲିସ ପକ୍ଷରୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *