Spread the love

ତୁଷାରକାନ୍ତର ମୁଣି

” ମାଛତେଲରେ ମାଛଭଜା”
( ଅଲଗା ତେଲଖର୍ଚ୍ଚର
ଆବଶ୍ୟକତା ନାହିଁ)
–×–

ଅର୍ଥଶାସ୍ତ୍ରର ନିୟମ ଅନୁସାରେ ଯେଉଁଜାତି ଯେତେ ଗତିଶୀଳ, ସେ ଜାତି ସେତେ ଉନ୍ନତ ।ଶତାବ୍ଦୀ ଶତାବ୍ଦୀ ଧରି ଗୁଜୁରାଟର ଲୋକେ ଆଇନର ପରିଧି ଭିତରେ ଓ ବାହାରେ ବିଭିନ୍ନ ଦେଶକୁ ଯାଇ ବହୁତ ଅଧିକ ରୋଜଗାର କରିବା ଫଳରେ ସେମାନଙ୍କର ଅର୍ଥନୈତିକ ଅବସ୍ଥାରେ ବହୁତ ଉନ୍ନତି ଆସିଛି ।ପଞ୍ଜାବୀମାନେ ମଧ୍ୟ ଏ ଦିଗରେ ବେଶ ଆଗରେ ଅଛନ୍ତି ।

ଗତ କିଛିବର୍ଷ ଧରି ଅନ୍ୟାନ୍ୟ ପ୍ରଦେଶର ଲୋକମାନେ ମଧ୍ୟ ଏ ଦିଗରେ ଆଗ୍ରହ ପ୍ରକାଶ କରୁଛନ୍ତି ।ତେବେ ଅନୈତିକଭାବରେ ବା ଲୁଚିଛପି ଯିବା ଏକ ବିରାଟ ସମସ୍ୟା ଋପେ ଦେଖାଦେଇଛି ।

2019- 20 ମସିହାରେ କେବଳ ଆମେରିକାକୁ ବେନିୟମ
ପ୍ରବେଶ ଅଭିଯୋଗରେ 18,833 ଜଣ ଭାରତୀୟଙ୍କୁ ଗିରଫ କରାଯାଇଥିବାସ୍ଥଳେ ,2021- 22 ମସିହାରେ ଏହା 63,927କୁ ବୃଦ୍ଧିପାଇ, 2022 ନଭେମ୍ବରମାସରୁ 2023 ସେପ୍ଟେମ୍ବରମାସ ଭିତରେ ଏହା 96,917ଜଣଙ୍କୁ ବୃଦ୍ଧି ପାଇଛି ।

କେବଳ ଯେ ଗରୀବଶ୍ରେଣୀର ଲୋକେ ନିୟୋଜନ ତଥା ଭଲ ରୋଜଗାର ଆଶାରେ ବିଦେଶକୁ ପଳେଇବାକୁ ଆଗ୍ରହୀ,ତାହା ନୁହେଁ। ଧନୀକଶ୍ରେଣୀର ଲୋକେ ( HIGH NETWORTH INDIVIDUALS- HNIs)ମଧ୍ୟ ” ସ୍ୱର୍ଣଭିସା – GOLDEN VISA” ଜରିଆରେ ବହୁସଂଖ୍ୟାରେ ଆମେରିକାର, କାନାଡା, ଅଷ୍ଟ୍ରେଲିଆ, ଇଂଲଣ୍ଡ, ପର୍ତୁଗାଲ, ମଧ୍ୟପ୍ରାଚ୍ୟର ଦେଶସମୂହ ତଥା ଟିକସସ୍ୱର୍ଗ ( TAX HEAVENS) ଦ୍ୱୀପପୁଞ୍ଜର ନାଗରିକତ୍ୱ ଗ୍ରହଣ କରୁଛନ୍ତି ।2014 ମସିହାରୁ 2018 ମସିହା ଭିତରେ 23,000 ଭାରତୀୟ କୋଟିପତି ଅନ୍ୟ ଦେଶର ନାଗରିକତ୍ୱ ଗ୍ରହଣ କରିଥିବାସ୍ଥଳେ କେବଳ 2022 ମସିହାରେ 7,500 ଧନୀକ ଅନ୍ୟାନ୍ୟ ଦେଶର ନାଗରିକତ୍ୱ ଗ୍ରହଣ କରିଛନ୍ତି ।

ଏହିସବୁ ସଂଖ୍ୟାସମୂହ ଦର୍ଶାଏ ଯେ, କେବଳ ଗରିବଲୋକେ ନୁହନ୍ତି, ବୈଜ୍ଞାନିକ, ବିଶେଷଜ୍ଞ , ଧନୀକଗୋଷ୍ଠୀର ଲୋକେ ଅର୍ଥାତ ଯିଏ ଯିଏ ସାମାନ୍ୟତମ ସୁଯୋଗ ପାଉଛନ୍ତି , ସେମାନେ ବିଦେଶକୁ ପଳେଇଯାଇ ସେଠାର ନାଗରିକ ହେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ।
ଏଭଳି ମାନବସମ୍ବଳ ସୃଷ୍ଟିରେ ଆମ ଦେଶର ଖର୍ଚ୍ଚ ହୋଇଥାଏ କିନ୍ତୁ ସେମାନଙ୍କ ନୈପୁଣତାକୁ ( Expertise)କୁ ଉପଯୋଗ କରି ନିଜ ଦେଶର ଉନ୍ନତି ସାଧନ କରିବାକୁ ସେହିସବୁ ଦେଶର ଶାସକବର୍ଗ ବହୁତ କିଛି ସୁଯୋଗ ପ୍ରଦାନ କରୁଛନ୍ତି, ଯାହାକୁ ଆମେ
” ମାଛତେଲରେ ମାଛଭଜା ” ଓଡିଆ ଲୋକକଥାଟିର ସଫଳ ଋପାୟନ ଭାବରେ ବିଚାର କରିପପାରିବା।

ବିଦେଶରେ ପଢିବା, କାମ କରିବା ଓ ସେଠାର ନାଗରିକ ହେବାକୁ
ଇଛୁକ ଭାରତୀୟଙ୍କ ସଂଖ୍ୟା କ୍ରମଶଃ ବଢିଚାଲୁଛି ।କେବଳ 2022 ମସିହାରେ 2,25,260 ଜଣ ଭାରତୀୟ ଏଠାର ନାଗରିକତ୍ୱ ପରିତ୍ୟାଗ କରି ଉପରେ ବର୍ଣ୍ଣିତ ଦେଶଗୁଡିକର ନାଗରିକତ୍ୱ ଗ୍ରହଣ କରିଛନ୍ତି ।

ବେନିୟମଭାବେ ଆମଦେଶର 303 ଜଣ ବ୍ୟକ୍ତି, ବିଶେଷକରି ଯୁବକଙ୍କୁ ଗୋଟିଏ ବିମାନରେ ନିକାରାଗୁଆ ଦେଶକୁ ନିଆଯିବା ସମୟରେ, ଫ୍ରାନ୍ସରେ ସେହି ବିମାନକୁ ଅଟକ ରଖାଯାଇ ପୁଣି ଭାରତକୁ ଫେରାଇ ଅଣାଯାଇଛି।ଏଥିରେ 66 ଜଣ ଗୁଜୁରାଟରୁ
ଓ କିଛି ନାବାଳକ ମଧ୍ୟ ଥିଲେ। ନିକାରାଗୁଆରେ ପହଞ୍ଚି ସେମାନେ ଆମେରିକା ଓ କାନାଡା ଇତ୍ୟାଦି ଦେଶକୁ ଲୂଚିଛପି ଯାଇଥାଆନ୍ତେ।
ଏଭଳି ଲୁଚାଛପା ପ୍ରବେଶ ଚେଷ୍ଟାରେ କିଛି ଲୋକ ମରିଯିବାର ଖବର ବି ମିଳିଥାଏ, ଏପରିକି ପରିବାରର ସମସ୍ତଙ୍କ ମୃତ୍ୟୁ ଖବର ଆସିଥାଏ।

ଏହାଉପରେ ଗୁଜୁରାଟ ପ୍ରଦେଶ ଅନ୍ତର୍ଗତ ମେହେସାନାର ଜଣେ ବ୍ୟକ୍ତି ମତବ୍ଯକ୍ତ କରିଛନ୍ତି ଯେ ,
” ଯେହେତୁ ସରକାରରେ ଥିବା ଦଳର ଲୋକେ ବା ଯଥେଷ୍ଟ ଅର୍ଥ ଖର୍ଚ୍ଚ କରିବାକୁ ସମର୍ଥ ଲୋକେ ସରକାରୀ ଚାକିରି ପାଉଛନ୍ତି ଓ ଘରୋଇ ନିଯୁକ୍ତିରେ ଭଲ ଦରମା ମିଳୁନାହିଁ, ତେଣୁ ବିଦେଶରେ ଅନ୍ତତଃ ଶ୍ରମିକଭାବେ ନିୟୋଜିତ ହୋଇ ଅଧିକ ରୋଜଗାର କରିବାକୁ ଯୁବଗୋଷ୍ଠୀ ଲୁଚିଛପି ବେନିୟମ ଭାବେ ଯିବାକୁ ଶ୍ରେୟସ୍କର ମଣୁଛନ୍ତି”।

ଆମ ସରକାରଙ୍କ ତରଫରୁ କୁହାଯାଉଛି ଯେ ” ବିଦେଶରେ ରହୁଥିବା ଭାରତୀୟମାନେ ଆମ ଦେଶକୁ ଯଥେଷ୍ଟ ବୈଦେଶିକମୂଦ୍ରା
ପଠାଉଥିବାରୁ , ଏହା ‘ମେଧାର ଅପହରଣ ( BRAIN DRAIN)
ନୁହେଁ, ବରଂ ଏହା ‘ ମେଧା ବ୍ୟାଙ୍କ- BRAIN BANK ଅଟେ”।
କିନ୍ତୁ, “ଆସୁଥିବା ବୈଦେଶିକମୂଦ୍ରା ତୁଳନାରେ ଏଠାରୁ ଅପହୃତ ହେଉଥିବା ମେଧାଶକ୍ତିର ମୂଲ୍ୟ ଯେ ଅଧିକ ଓ ଆମର କ୍ଷତି ହେଉଛି”,
ତାହା ଲୋକଲୋଚନକୁ ଆଣିବାକୁ ବୁଦ୍ଧିବାଦୀ, ଅର୍ଥନୈତିଜ୍ଞ ବା ଗଣମାଧ୍ୟମ ଇତ୍ୟାଦି ପ୍ରସ୍ତୁତ ନୁହଁନ୍ତି ।

ଗୁଜୁରାଟ ଭଳି ଉନ୍ନତ୍ତ ତଥା ପଥପ୍ରଦର୍ଶକ ( Model) ରାଜ୍ୟର ବେକାରୀ ଯେଉଁଠି ଏତେ ଉତ୍କଟ, ସେଠି ଦେଶର ଅନ୍ୟାନ୍ୟ ପ୍ରାନ୍ତଗୁଡିକର ଅବସ୍ଥା, ସହଜରେ ଅନୁମେୟ ।

( ସୌଜନ୍ୟ:- :- ଅଂଗ୍ରେଜୀ ପ୍ରବନ୍ଧ ” Voting with their Visas” by Sri Sanjay Baru and published in The India EXPRESS dt 3rd January 2024.)

ଏବଂ, ” ଏପରି କାହିଁକି ” ବାବଦରେ ଉପଲବ୍ଧ ଅନେକ ଉଦାହରଣ ମଧ୍ୟରୁ ଦୁଇଟି ତଳେ ସ୍ଥାନିତ ଅଛି ।

କ)ଏବକୁ ଦିବଙ୍ଗତ ଅଂଗ୍ରେଜୀ ଭାଷାରେ ପ୍ରଖ୍ଯାତ ପପଗାୟକ ମାଇକେଲ ଜନସନଙ୍କର ଗୋଟିଏ ପ୍ରସିଦ୍ଧ ଗୀତ ଥିଲା ” They Don’t Really Care About Us” ଯାହା ପ୍ରଥମେ ବୋଲାଯାଇଥିଲା ତା16.04.1996ରିଖରେ।

(ଖ) ତା 06.04.2018ର ଅଂଗ୍ରେଜୀ ଭାଷାର ଦୈନିକ ସମ୍ବାଦପତ୍ର THE TIMES OF INDIAର ସଂପାଦକୀୟ ପୃଷ୍ଠାରେ ପ୍ରକାଶିତ ଏକ ପ୍ରବନ୍ଧର ଶୀର୍ଷକ ବି ତାହା ଥିଲା ,
( They Don’t Really Care About Us”) ଯାହାର ଲେଖକ ଥିଲେ “ଗୋଟିଏ ପରାମର୍ଶଦାତା ଅନୁଷ୍ଠାନ” (Consulting Farm) ର ତତ୍ତ୍ଵାବଧାରକ ଶ୍ରୀ ରିଶି ସେଠ।

ଏହି ଲେଖାଟିରେ ସେ “ଆମ ଦେଶର ସବୁ ସ୍ତମ୍ଭର ମହାମହିମଗଣ କିପରି ଲୋକମାନଙ୍କ ପ୍ରତି ସମ୍ବେଦନଶୀଳ ନୁହନ୍ତି” ତାହା ଉପରେ ବହୁ ଉଦାହରଣ ଦେଇ ଶେଷ ପାରାଗ୍ରାଫରେ ଦେଇଥିବା ଆହ୍ବାନଟିର ଓଡିଆ ଭାଷାରେ ଅନୁବାଦିତ ଭାବାର୍ଥ ହେଉଛି;
“ଏଭଳି ପରିସ୍ଥିତିରୁ ରକ୍ଷା ପାଇବାର ବାଟ ଆମର ବିଭିନ୍ନ କ୍ଷେତ୍ରରେ ଅତି ପାରଦର୍ଶିତା ହାସଲ କରିଥିବା ବିଜ୍ଞ ବ୍ୟକ୍ତିସମୂହ ଆମକୁ ଦେଖାଇଛନ୍ତି ସେହି ସବୁ ଦେଶକୁ ପଳେଇଯାଇ ଯେଉଁଠି ଶାସନ ଓ ପ୍ରଶାସନ ଲୋକଙ୍କ ପ୍ରତି ଅଧିକ ସମ୍ବେଦନଶୀଳ ।ଏଭଳି ପଦକ୍ଷେପ ଗ୍ରହଣ କରିପାରୁନଥିବା ଅସଂଖ୍ୟ ଲୋକଙ୍କ ପାଇଁ ଏକମାତ୍ର ଆଶା ହେଉଛି ” ଶାସନ ଓ ପ୍ରଶାସନ ଦାୟିତ୍ୱରେ ଥିବା ବାବୁମାନେ ଯେବେ ଜନସ୍ୱାର୍ଥ ସହ ନିଜକୁ ଅଙ୍ଗାଙ୍ଗୀଭାବେ ଜଡିତ କରିବେ,ସେ ପର୍ଯ୍ୟନ୍ତ ଅପେକ୍ଷା କରିବା।
ସେଭଳି ହେବା ପର୍ଯ୍ୟନ୍ତ ଆମେ ଲଗାତର ତଳକୁ ତଳକୁ ଯାଉଥିବା ଗୋଟିଏ ଦେଶରେ ରହିବାକୁ ବାଧ୍ୟ” ।
( One way to break away of this predicament, as some of our finest professionals have shown us , is to migrate to another country where governments and politicians are more considerate towards their citizens. But for the vast majority of us, the real hope is in finding a way to realign the interest of our politicians with public interest.Until that happens, we are doomed to continue with a country in perpetual decline.)

2023ମସିହାର 167 ଦେଶକୁ ନେଇ ” ବିଶ୍ୱ ଗଣତନ୍ତ୍ର ସୂଚକାଙ୍କ World Democracy Index” ରେ ଛବିଶତମ ସ୍ଥାନରେ ଥିବା ଆମେରିକା ଏବେ ” ତୃଟିପୂର୍ଣ୍ଣ ଗଣତନ୍ତ୍ର ” ହିସାବରେ ପରିଗଣିତ। ଆମ ଦେଶ ଅଛି ପଇଁଳିଶତମ(45th) ସ୍ଥାନରେ ଓ ଠିକ ଆମ ତଳକୁ ଅଛି ବ୍ରାଜିଲ ଛୟାଳିଶତମ (46th) ସ୍ଥାନରେ, ତୃଟିପୂର୍ଣ୍ଣ ବର୍ଗରେ।

କିନ୍ତୁ ଆମେ “ଗଣତନ୍ତ୍ରର ମା ବା Mother of DEMOCRACY”

Leave a Reply

Your email address will not be published. Required fields are marked *