Spread the love

⚫❗⚫
-: ll ଗଜାନନ ବେଶ ପ୍ରସ୍ତୁତି ll :-

   ମହାପ୍ରଭୁ ଙ୍କ ଗଜାନନ ବେଶ ର ଅଳଙ୍କାର l କିପରି ପ୍ରସ୍ତୁତ ହୁଏ ମହାପ୍ରଭୁ ଙ୍କ ହାତୀ ବେଶ ? 

    ହାତୀ ବେଶ ଅକ୍ଷୟ ତୃତୀୟା ଠୁ ଅନୁକୂଳ ହୁଏ ଏବଂ ପୂର୍ଣ୍ଣିମା ରେ ଶେଷ ହୁଏ l ପ୍ରଥମେ କଦଳୀ ପାଟୁଆ ରେ ଆଡ଼କାନୀ , ଚନ୍ଦ୍ର ,  ସୂର୍ଯ୍ୟ , କାନ , ହାଣ୍ଡିଆ ଏହି ସବୁ ପ୍ରସ୍ତୁତ କରାଯାଏ l ଦରଜୀ ସେବକ ନୁଆ କପଡା ବୁଣି ସେଥିରେ ପକେଇଥାନ୍ତି  l 

 ତାଛଡା ସୋଲରେ ଘଣ୍ଟି , ନାକଚଣା , ପଦ୍ମ , କଢ଼ , ବିଭୁନ୍ନ ପ୍ରକାର ସୋଲର ଫୁଲ ଆଦି ଜରି ସାହାଯ୍ୟରେ ପ୍ରସ୍ତୁତ କରାଜାଏ l  ଏହି ସବୁ କାର୍ଯ୍ୟ ରେ ବିଶେଷ ପ୍ରକାର ର ଅଠା ପ୍ରସ୍ତୁତ ହୁଏ l  କାଇଁଥ ଗଛର ରସ ରୁ ଏହି ଅଠା କୁ ବନଜାଇ ଥାଏ l  ପର୍ଯ୍ୟାୟ ଅନୁସାରେ ଏହି ବେଶ ସମ୍ପାଦନ ହୁଏ l 

          ହଳଦୀପାଣି ଦିନ ପଣା କରାଯାଏ l ରୁକ୍ମିଣୀ ଏକାଦଶୀ ଦିନ ବଡ଼ ହାଣ୍ଡିଆ ପଡ଼େ ଯାହାକୁ ହାତୀ ମୁଣ୍ଡ କୁହାଯାଏ l  କନା ପଡିକି ମହାପ୍ରଭୁଙ୍କର ପଣା ଭୋଗ ଏହିଦିନ  କରାହୁଏ l  ତାପରେ ପର୍ଯ୍ୟାୟ ଅନୁସାରେ ହାତୀ କାନ , ଥୋଡ ଖଞ୍ଜା ହେଇକି ହାତୀ ବେଶ ସମ୍ପୂର୍ଣ୍ଣ ହୁଏ l  ପୂର୍ଣ୍ଣିମା ପୂର୍ବଦିନ ସବୁକାର୍ଯ୍ୟ ସମ୍ପୁର୍ଣ୍ଣ ହୁଏ l ପୂର୍ଣ୍ଣିମା ଦିନ  ଭୋରୁ ଭୋରୁ ସଂସ୍କାର ପୂଜା ହେଇସାରିବା ପରେ ଶ୍ରୀ ମନ୍ଦିରରୁ ଘଣ୍ଟ ଛତା କାହାଳି ଆସି ବିଜେ କାହାଳି ବାଜି ସରିଲା ପରେ ଗୋଟେ ଗୋଟେ ବେଶ ଯାଇ ଶ୍ରୀ ମନ୍ଦିର ର ସ୍ନାନ ବେଦି ରେ ପହଞ୍ଚେ l

Related Post

Leave a Reply

Your email address will not be published. Required fields are marked *