Spread the love

ମନ ଯା’ର ବ୍ୟସ୍ତ ସଦା ପରସ୍ୱହରଣେ,

ଧନ ଯା’ର ବିଦଳିତ
ଗଣିକା ଚରଣେ,
ଜୀବନ ଯା’ ଲକ୍ଷ ଲକ୍ଷ
ଲୋକଙ୍କର ଭାର,
ତାକୁ ମଧ୍ୟ ବୋଲିଥାନ୍ତି
ଧର୍ମ ଅବତାର
( ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ରଚିତ ” ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ ଅବତାର ” କବିତାର ପ୍ରଥମ ପଦ)
–×–

ବିଶିଷ୍ଟ ଓଡିଆ ସ୍ତମ୍ଭକାର ଡକ୍ଟର ( ଇଂ) ରାଜେନ୍ଦ୍ର ନାରାୟଣ ଦାସଙ୍କ
ଦ୍ବାରା ଲିଖିତ ତଥା ବିଭିନ୍ନ ଦୈନିକ ଓଡିଆ ସମ୍ବାଦପତ୍ରରେ ପ୍ରକାଶିତ
ଚଉତିରିଶିଟି ପ୍ରବନ୍ଧକୁ ନେଇ ସଙ୍କଳିତ ପୁସ୍ତକ ” କହି ହୁଏନି କି ସହି ହୁଏନି”ର ଷୋଡଶ( 16th) ପ୍ରବନ୍ଧ ” ଶିକ୍ଷାବିତଙ୍କ ପିଠିରେ ଅଦାଲତରେ ଛାଟ” ର ଶେଷ ପାରାଗ୍ରାଫର ଉପର ପାରାଗ୍ରାଫରେ ଲେଖାଅଛି, ” ପ୍ରାୟ 120 ବର୍ଷ ତଳେ ସ୍ୱଭାବକବି ଗଙ୍ଗାଧର ମେହେର ” ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ ଅବତାର “ଶୀର୍ଷକରେ ଗୋଟିଏ କବିତା ଲେଖିଥିଲେ ।( ଏହା ତା01.02.2022 ରିଖର ଦୈନିକ ଓଡିଆ ସମ୍ବାଦପତ୍ର “ସମାଜ”ରେ ପ୍ରକାଶିତ ହୋଇଥିଲା ।)
ବର୍ତ୍ତମାନର ବାସ୍ତବ ଅବସ୍ଥା କବିଙ୍କ ସେକାଳ ତୁଳନାରେ ଅଧିକ ଜଟିଳ ଓ ଉତ୍କଟ ହୋଇଗଲାଣି: କିନ୍ତୁ ପ୍ରତ୍ୟେକ ଧାଡିକୁ ବର୍ତ୍ତମାନର ଦର୍ପଣ ଉପରେ ମଧ୍ୟ ସଙ୍ଗତିପୂର୍ଣ ଭାବରେ ସେହି ଲକ୍ଷଣଗୁଡିକ ନେଇ ବିଚାର କରାଯାଇପାରେ।ଭାରତ ସ୍ୱାଧୀନ ହେବାପରେ ମଧ୍ୟ ସେ ଧାଡିଗୁଡିକ ଯେ ଏବେ ମଧ୍ୟ ଆମ ନ୍ୟାୟ ବିଚାରର ସ୍ତରରେ ପ୍ରତିନିଧିମୂଳକ ହୋଇ ରହିଛି, ଏଥିରୁ ଆମ ନ୍ୟାୟ ବ୍ୟବସ୍ଥା ବିଷୟରେ ବହୁତ ଆଭାସ ମିଳିଯାଇପାରିବ।ଏଭଳି ହେବାର କୌଣସି ଆବଶ୍ୟକତା ନଥିଲା । ବ୍ରିଟିଶ ଉପନିବେଶକାଳୀନ ନ୍ୟାୟ ବ୍ୟବସ୍ଥାକୁ ଏବେ ମଧ୍ୟ ଅନୁସରଣ କରାଯାଉଛି। ଉପନିବେଶର ପ୍ରଜା ଏବଂ ଏକ ସ୍ୱାଧୀନଦେଶର ପୂର୍ଣସ୍ୱୀକୃତ ନାଗରିକ ମଧ୍ୟରେ ଯେ ଏକ ଧର୍ମଗତ ପାର୍ଥକ୍ୟ ରହିଛି, ତାହା ଆମର ଉତ୍ତରାଧିକାରୀଣ ଏ ପର୍ଯ୍ୟନ୍ତ କାହିଁକି ବୁଝୁନାହାନ୍ତି କେଜାଣି? ”

ଶେଷ ପାରାଗ୍ରାଫରେ ଲେଖାଅଛି :- ” ଭାରତରେ ସେ ସମୟ ବୋଧହୁଏ ବିଳମ୍ବ ନାହିଁ ।ସରକାର ସେତେବେଳେ ଦାବି କରି ବସିବେ ଯେ ସରକାର ବେତନ ( ଯାହା ବାସ୍ତବରେ କରଦାତାଙ୍କ ଅର୍ଥ)ଦେଉଥିବାରୁ ଉଚ୍ଚ ଓ ଉଚ୍ଚତମ ନ୍ୟାୟାଳୟର ବିଚାରପତିମାନେ ସୁଦ୍ଧା ତାଙ୍କର ରାୟ କ୍ଷମତାସୀନ ସରକାରଙ୍କ ସପକ୍ଷରେ ଦେବାକୁ ବାଧ୍ୟ ହେବେ”।

ତେବେ , ଶ୍ରୀ ଦାସ ଏଭଳି ଲେଖିବା ପୂର୍ବରୁ କେନ୍ଦ୍ର ସରକାରରେ ଜଣେ ଟାଣୁଆମନ୍ତ୍ରୀଥିବା ତଥା ବର୍ତ୍ତମାନକୁ ଦିବଙ୍ଗତ ବରିଷ୍ଠ ଓକିଲ ଓ ବିଜେପିନେତା ଶ୍ରୀ ଅଋଣ ଜେଟଲି ଏହା ଉପରେ ସ୍ପଷ୍ଟିକରଣ ଦେଇ ସାରିଥିଲେ, ଯାହା ହୁଏତ ଶ୍ରୀ ଦାସଙ୍କ ଦୃଷ୍ଟିଗୋଚର
ହୋଇନଥିବାରୁ ସେ ଏପରି ” ଆଶଙ୍କା କରିଛନ୍ତି ” ଯାହା ବାସ୍ତବତାର ଋପ ନେଇସାରିଛି।

–ତା01.10.2012ରିଖରେ ରାଜ୍ୟସଭାର ତତ୍କାଳୀନ ବିରୋଧୀଦଳ ତଥା ବିଜେପିନେତା ଶ୍ରୀ ଅଋଣ ଜେଟଲି ମହାଶୟ, ବିଜେପି ଆଇନ ପ୍ରକୋଷ୍ଠ ( BJP LEGAL CELL)ସଦସ୍ୟମାନଙ୍କୁ ଉଦବୋଧନ ଦେଇ କହିଥିଲେ,
“ଦୁଇ ପ୍ରକାର ବିଚାରପତି ଅଛନ୍ତି, ଯେଉଁଥିରୁ କିଛି କାନୁନ ବାବଦରେ ଜାଣନ୍ତି ଓ ଆଉ କିଛି କାନୁନ/ ଆଇନମନ୍ତ୍ରୀଙ୍କୁ ଜାଣନ୍ତି। ବିଚାରପତିମାନଙ୍କ ଭିତରେ ଅବସର ଗ୍ରହଣ ପରେ ବିଭିନ୍ନ ଲୋଭନୀୟ ପଦବୀରେ ପୁନଃନିଯୁକ୍ତି ଲୋଭ ନ୍ୟାୟ ପ୍ରଦାନ ପ୍ରକ୍ରିୟାରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରେ ମୁଁ (ଶ୍ରୀ ଜେଟଲି) ଆଇନମନ୍ତ୍ରୀ ଥିଲାବେଳେ, ଅବସରପ୍ରାପ୍ତ ବିଚାରପତିଙ୍କୁ ଦେଖିଲେ ‘କାଳେ ସେମାନେ ନିଜର ଚରିତ୍ରପଞ୍ଜିକା (BIODATA) ଧରେଇ ଦେଇ ପୁନଃନିଯୁକ୍ତି ମାଗିବେ’ ସେଇ ଆଶଙ୍କାରେ ଭୟ ପାଉଥିଲି”।

ପୁଣି 2013 ମସିହାରେ ରାଜ୍ୟସଭାରେ “ନ୍ୟାୟିକ ସଂସ୍କାର- JUDICIAL REFORMS BILL” ଆଲୋଚନାରେ ଭାଗନେଇ ଶ୍ରୀ ଜେଟଲି କହିଥିଲେ “ମୁଁ (ଶ୍ରୀ ଜେଟଲି) ଭାବୁଛି ଯେ ଆଇନ ପ୍ରଣୟନ କ୍ଷେତ୍ରରେ ଆମେ ବହୁ ଆଗକୁ ପଳାଉଛନ୍ତି,ଯଥା ‘ଅବସରପ୍ରାପ୍ତ ବିଚାରପତିମାନଙ୍କ ପାଇଁ ଅବସର ଗ୍ରହଣ ପରେ ପୁନଃନିଯୁକ୍ତି ପାଇଁ ପଦବୀ ସୃଷ୍ଟି ‘।ଆମେ ସଂସଦରେ ତାହା ନକଲେ, ବିଚାରପତିମାନେ ନିଜେ ତାହା ସୃଷ୍ଟି କରୁଛନ୍ତି। ବିଚାରପତିମାନଙ୍କ ଭିତରେ ଅବସର ଗ୍ରହଣ ପରେ ବିଭିନ୍ନ ଲୋଭନୀୟ ପଦବୀରେ ପୁନଃନିଯୁକ୍ତି ଲୋଭ ନ୍ୟାୟ ପ୍ରଦାନ ପ୍ରକ୍ରିୟାରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଅବଶ୍ୟ କିଛି ବ୍ୟତିକ୍ରମ ବି ଅଛନ୍ତି, ଯେଉଁମାନେ ଆତ୍ମସମ୍ମାନଧାରୀ”।

ଏପରି କୁହାଯାଇଥିବା ସତ୍ତ୍ବେ, 2014 ମସିହାରେ ଶ୍ରୀ ଜେଟଲି ମନ୍ତ୍ରୀଥିବା ମୋଦିଜୀଙ୍କ ପ୍ରଥମ ଦଫା ଶାସନକାଳର ପ୍ରାରମ୍ଭକାଳରେ ଜଣେ ଆତ୍ମସମ୍ମାନଧାରୀ ସଦ୍ୟ ସେବାନିବୃତ୍ତ ଭାରତର ମୂଖ୍ୟ ନ୍ୟାୟାଧୀଶ ଶ୍ରୀ ପି. ସଥାଶିବମଙ୍କୁ କେରଳ ପ୍ରଦେଶର ରାଜ୍ୟକାଳ କରାଯାଇଥିଲା ଓ ତାଙ୍କ ଅବର୍ତ୍ତମାନରେ , ମୋଦିଜୀଙ୍କ ଶାସନର ଦ୍ୱିତୀୟଦଫାର ପ୍ରାକକାଳରେ ଆଉଜଣେ ଆତ୍ମସମ୍ମାନଧାରୀ ସଦ୍ୟତମ ସେବାନିବୃତ୍ତ ଭାରତର ମୂଖ୍ୟନ୍ୟାୟାଧୀଶ ଶ୍ରୀ ରଂଜନ ଗୋଗେଇ ମହାଶୟଙ୍କୁ ରାଜ୍ୟସଭାର ମନୋନୀତ ସଦସ୍ୟ କରାଯାଇଥିଲା ଯେଉଁ ଧାଡିରେ 2023 ମସିହାର ନଜିର ବା ସାକ୍ଷୀ ହେଉଛନ୍ତି ସୁପ୍ରିମକୋର୍ଟର ସଦ୍ୟ ସେବାନିବୃତ୍ତ ବିଚାରପତି
ଏସ. ଅବଦୁଲ . ନଜିର, ଯାହାଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ କରାଯାଇଛି ?ଅବସର ଗ୍ରହଣ ପରେ ପରେ ସୁପ୍ରିମକୋର୍ଟର ବିଚାରପତି ଅଋଣ ମିଶ୍ରଙ୍କୁ “ଜାତୀୟ ମାନବାଧିକାର କମିଶନ”ର ଅଧ୍ୟକ୍ଷ କରାଯାଇଥିଲା ( ଏହିପରି ଅନେକ ଉଦାହରଣ ଅଛି)।
ଅବଶ୍ୟ ଶ୍ରୀ ଜେଟଲି ମହାଶୟ କହିଥିବା ମୂତାବକ ” ଏମାନେ ଆତ୍ମସମ୍ମାନଧାରୀ ” ହୋଇଥିବାରୁ ଏଭଳି ପୁଃନନିଯୁକ୍ତିସମୂହ ଏକଦମ ଜାୟଜ ବୋଲି ଧରିନିଆଯାଉ ।

ଏବଂ, ଖାଲି ଯେ ଏହା ଆମ ସମ୍ବିଧାନସମତ୍ତ ତୃତୀୟସ୍ତମ୍ଭ ନ୍ୟାୟପାଳିକା ପ୍ରତି ଏହା ପ୍ରଯୁଜ୍ୟ ତାହା ନୁହେଁ, ଦ୍ୱିତୀୟସ୍ତମ୍ଭ “କର୍ଯ୍ୟପାଳିକା” ତଥା ସ୍ୱ- ଘୋଷିତ ଚତୁର୍ଥସ୍ତମ୍ଭ ” ଗଣମାଧ୍ୟମ”ର ମହାମହିମଗଣ ଆତ୍ମସମ୍ମାନଧାରୀ ହୋଇଥିବାରୁ , ଆମ ସମ୍ବିଧାନର ଥିବା ” ବିଭିନ୍ନସ୍ତମ୍ଭ ସ୍ୱାଧୀନଭାବେ ନିଜ ନିଜ ଦାୟିତ୍ୱ ତୁଲାଇବେ” ର
ଅବସ୍ଥା ତଥୈବଚ।

Leave a Reply

Your email address will not be published. Required fields are marked *