Spread the love

ମନୁଷ୍ୟର ଚିନ୍ତା ଓ ବିଚାର ବଡ଼ ବିଚିତ୍ର, କେବେ ତା ମୁଣ୍ଡରୁ ଏପରି ଭାବନା ଆସେ ଯାହାକି ଅନ୍ୟମାନଙ୍କୁ ସମସ୍ୟା ଓ ରହସ୍ୟମୟ କରାଏ, ସେହିପରି ଆଜିର କାହାଣୀ ବି ଅଜୁବା କିପରି ଜଣେ ଯୁବତୀ ବାଲ୍ୟବସ୍ତାରୁ ଜିଦି ଓ ସଫଳତା ପାଇବା ନିଶାରେ ଏକ ଅନ୍ୟ ଦୁନିଆଁ କୁ ଚାଲିଯାଏ ଯାହାକୁ କେହି ବୁଝିପାରିଲେନି,,, ଏଠି ପ୍ରଶ୍ନ ଉଠେ ଆଜିର ଇଣ୍ଟରନେଟ ଯୁଗରେ ଏପରି କଣ ହେଇପାରେ,??, ଭଗବାନ କୁହନ୍ତି ଦୁନିଆରେ ଥିବା ସମସ୍ତ ଜୀବ ମୋର ଅଂଶ, କିନ୍ତୁ ସମସ୍ତେ ଭିନ୍ନ ଏକ ପ୍ରକୁର୍ତ୍ତିତ ଶରୀର,,ଯାହାର ଇନ୍ଦ୍ରୀୟ, ମନ, ଓ ବୁଦ୍ଧି ବି ଇଶ୍ୱର ଙ୍କ ଦ୍ୱାରା ପ୍ରେରିତ,, ଆଜିର ସତ୍ୟ କାହାଣୀ ର ବାସ୍ତବ ଅଭିନେତା ହେଉଛନ୍ତି ଜଣେ ଯୁବତୀ ନାଁ (ଅନରା ପୀଟ୍ରଭା) ଘର ଆମେରିକା ର ଅରାଗାଁ ଷ୍ଟେଟ ର (ପୋର୍ଟଲ୍ୟାଣ୍ଡ) ସେ ସହରଟି ବହୁତ ଥଣ୍ଡା ସବୁବେଳେ ବରଫ ପଡିଥାଏ, ସେଥିପାଇଁ ଗୋଟିଏ ଖେଳ (ସ୍କେଟିଙ୍ଗ) ସେଇ ଦେଶରେ ବେଶୀ ଖେଳାଯାଏ,, ଦୁଇ ଗୋଡ଼ରେ ଚକାଲଗା ବୁଟ ପିନ୍ଦି ଟାଣୁଆ ବରଫ ପାହାଡ଼ ଉପରେ କ୍ଷିପ୍ତ ଗତିରେ ଦୌଡ଼ା,, ପୀଟ୍ରଭା କୁ ଯେତେବେଳେ 8 ବର୍ଷ ବୟସ ସେ ତାର ପିତା ମାତାଙ୍କ ପାଖରେ ଜିଦ କରେ ସ୍କେଟିଙ୍ଗ ଖେଳିବାକୁ,, ବାପା ବି ଖୁସି ହେଇ ସମସ୍ତ ସ୍କେଟିଙ୍ଗ ର ଉପକରଣ ଆଣି ଦିଅନ୍ତି, ଝୀଅ ପୀଟ୍ରୋଭ ବି ଉତ୍ସାହିତ ଖେଳ ଶିକିବା ଆରମ୍ଭ ହୁଏ, ତାର ପ୍ରତିଭା ସମସ୍ତେ ଜାଣନ୍ତି 5th may 1991 ରେ ମାତ୍ର 13 ବର୍ଷ ବୟସରେ ଯେତେବେଳେ ପୀଟ୍ରୋଭା ଜୁନିଅର ଲେଡ଼ିଜ ଚମ୍ପିୟାନ ହୁଏ,,, ଧୀରେ ଧୀରେ ତାର ମନ ଆଗକୁ ଆଉ ଏକ ଦୁନିଆଁ କୁ ନେଇଯାଏ,, ନିଜ ଶିକ୍ଷା ଛାଡି କମ୍ପୁଟର ରେ ସ୍କେଟିଙ୍ଗ ବିଷୟରେ ଜାଣିବାକୁ ଚେଷ୍ଟା କରେ, ଆଉ କୋଉ କୋଉ ଟୁର୍ନାମେଣ୍ଟ କୋଉଠି ହୁଏ ଗୁଗୁଲ ରେ ସର୍ଚ୍ଚ କରେ, ଦିନରେ ଅଧିକାଂଶ ସମୟ କମ୍ପୁଟର ରେ ବିତାଏ,, ଥରେ ଏକ ବଡ଼ ଟୁର୍ନାମେଣ୍ଟ (କ୍ରିଷ୍ଟାଲ କ୍ଲାସିକ ଚମ୍ପିୟାନ) ହେବାର ଥାଏ, ନିଜେ ଜିଦ କରେ ବାପାଙ୍କ ପାଖରେ କି ସେଇଥିରେ ଭାଗ ନେବ, ବାପା ଜାଣିଲେ ୟେ ପାଠ ପଢିବନି ତେଣୁ ଯାହା ଚାଁହୁଛି କରୁ,, ଖେଳରେ ଭାଗ ନେବା ପାଇଁ ପୋର୍ଟଲ୍ୟାଣ୍ଡ ର ସ୍କେଟିଙ୍ଗ ସଙ୍ଘ ସହିତ ଆଲୋଚନା କରି ଧୀରେ ଧୀରେ ପ୍ରତିଯୋଗୀ ମାନଂକୁ ପଛରେ ପକେଇ କ୍ଯୁର୍ଟରଫାଇନାଲ, ସେମିଫାଇନାଲ, ଜିତିଯାଏ,, ରହିଲା ଫାଇନାଲ,,, ସେତେବେଳେ ପୀଟ୍ରଭା ର ବୟସ 19 ହେଲାଣି,, କାଲି ଫାଇନାଲ ହେବ,, ରାତିରେ ତାର ମନ ହେଲା କମ୍ପୁଟର ରେ ଖେଳତ ଦେଖୁଛି ଟିକେ ଗୁଗୁଲ ରେ ଯାଇ ନିଜ ନାଁ ରେ ଖୋଜେ, କେତେଦୂରରେ ପୀଟ୍ରଭା ର ନାଁ ହେଲାଣି, ତେଣୁ (ଉଈକ୍ଲିପେଡ଼ିଆ) ରେ ନିଜ ନାଁ ସର୍ଚ୍ଚ କରେ,, ସେଥିରେ ପ୍ରଥମେ କିଛି ଆସେନି,, ପୁଣି ସର୍ଚ୍ଚ କରେ,, ଠିକ କିଛି ସମୟପରେ ଅଚିଭର ପେଜ ରେ ଯାହା ମିଳେ ପୀଟ୍ରଭା ଆଶ୍ଚର୍ଯ୍ୟ ହୁଏ, ତାର ସମସ୍ତ କାରନାମା ସେଥିରେ ଥାଏ, ନିଜ ନାଁ ଗାଁ ଠିକଣା ଓ ପରିବାର ସମସ୍ତ ବିଷୟରେ ବାହାରୁଛି, ଓ ଶେଷରେ ଲେଖାଥାଏ (ପୀଟ୍ରଭା ଏକ ଜିଦି ଝୀଅ ଜଲଦି ସଫଳତା ଆଶା କରୁଛି) ସେ ବୁଝିପାରେନା କିଏ ସବୁ ଦେଇଛି, ନିଜ ବାପା ସବୁ ଦେଇଛନ୍ତି ଭାବି ବାପାଙ୍କୁ ପଚାରେ,, ବାପା କିନ୍ତୁ ମନା କରନ୍ତି, ସେ କେବେ କୋଉ ସାଇଟ ରେ କିଛି କରିନାହାନ୍ତି,,, ଓ ସର୍ଚ୍ଚ କରୁଥିବା ବେଳେ ପୀଟ୍ରଭା ଦେଖେ,ସମ୍ପୂର୍ଣ କାର୍ଯ୍ୟକ୍ରମ ର ହିସାବ ନିକାସ ରହିଛି ଆସନ୍ତା କାଲିର ମ୍ୟାଚ ରେ ପୀଟ୍ରଭା କୋଉ ରାଉଣ୍ଡ ରେ କାହାକୁ ହରେଇବେ ସବୁ ଲେଖା ବାହାରେ, ନିଜେ ଆଶ୍ଚର୍ଯ୍ୟ ହୁଏ,, ସବୁଠୁ ବଡ଼ ଚମତ୍କାର ଚମ୍ପିୟାନ ପୀଟ୍ରଭା ହୁଅନ୍ତି,,,,ଧୀରେ ଧୀରେ ତାଙ୍କର ରୁଚି କମ୍ପୁଟର ସାଇଟ ଉଇକଲିପେଡ଼ିଆ ଉପରେ ବିଶ୍ୱାସ ଆସିଯାଏ,ପୁଣି କିଛିଦିନ ପରେ ଅଲମ୍ପିକ ଆସୁଥାଏ, ପୀତ୍ରଭା ଅଲମ୍ପିକ ରେ ଭାଗ ନେବାକୁ ମନବଳେଇ ରାତିରେ ପୁଣି କମ୍ପୁଟର ରେ ସର୍ଚ୍ଚ ଆରମ୍ଭ ହୁଏ, ସେଥିରେଲେଖାଥାଏ ପୀଟ୍ରଭା ଜଣେ ଅଦ୍ଭୁତ ଝୀଅ ବହୁତ ଜିଦି ଓ ଅଲମ୍ପିକ ରେ ଜିତି ଚମ୍ପିୟାନ ହେବ,,, ଠିକ ତାର କିଛିଦିନ ପରେ ଅଲମ୍ପିକ ଆରମ୍ଭ ହୁଏ,, ପ୍ରଥମ ରାଉଣ୍ଡ ରେ ଜିତିଯାଇ ସେଇଦିନ ରାତିରେ ପୁଣି ଖୁସିରେ ସେଇ ଉଇକଲିପେଡ଼ିଆ ଖୋଲି ସର୍ଚ୍ଚ କରେ,, ପେଜ ରେ ଯାହା ଲେଖା ଥାଏ ତାକୁ ଦେଖି ଆଶ୍ଚର୍ଯ୍ୟ ହୁଏ, ଲେଖାଥାଏ, ପୀଟ୍ରଭା ଏକ ଅନାଥ (ସେଲଫିସ) ଖେଳାଳି ଝୀଅ,,,ଅବଶୋଷ,,ଯାହାର ବାପା ମା ଙ୍କ ଆକ୍ସିଡେଣ୍ଟ ରେ ଡେଥ ହେଇଥିଲା,,, ତୁରନ୍ତ ଭୟ ଲାଗେ ପୀଟ୍ରଭା କୁ ଫୋନ ଲଗାଇଲା ବାପାଙ୍କ ନମ୍ବର କୁ ଫୋନ ଲାଗୁନି,, ଯେତେବେଳେ ଖବର ଆସିଲା ବାପା ମା ଙ୍କ ଏକ ରୋଡ଼ ଆକ୍ସିଡେଣ୍ଟ ରେ ତାଙ୍କ କାର ଟି ଚୁରମାର ହେଇ ମୁର୍ତ୍ତୃ ହେଇଛି,, କିଛି ବୁଝିପାରେନା,,, ଏହିପରି କିଛିଦିନ ଯାଏ, ସାଙ୍ଗ ବନ୍ଧୁ ବାନ୍ଧବ ମାନେ ତାକୁ ବୁଝେଇ ରଖିଥାନ୍ତି,,, ସେ ସ୍କେଟିଙ୍ଗ ଖେଳେ କିନ୍ତୁ ଆଉ କମ୍ପୁଟର ରେ ନିଜ ବିଷୟରେ ସର୍ଚ୍ଚ କରେନା,,, ଠିକ ତାର ବର୍ଷେ ପରେ 24 ଅକ୍ଟୋବର 2010 ଦିନ ଟିକେ ମନରେ ଆସେ କମ୍ପୁଟର ଖୋଲିବି କି ନାହିଁ,, ଏମିତିକା ଭାବୁଛି,, ପୁଣି ଥରେ ଖାଲି ଖୋଲିବାକୁ ମନ ହୁଏ,,, କମ୍ପୁଟର ରେ ପୁଣି ଉଇକଲିପେଡ଼ିଆ ଖୋଲି ଦେଖେ ଆଗାମୀ ଖେଳ ବିଷୟରେ କିଛି ଅଛିକି?? ସେଥିରେ ଯାହା ଲେଖା ବାହାରେ ତା ମସ୍ତିଷ୍କ ବୁଲାଏ,, ଲେଖାଥାଏ,, ପୀଟ୍ରଭା ସୁଜର୍ଲ୍ୟାଣ୍ଡ, ରେ ଭଲ ପ୍ରଦର୍ଶନ କରିଥିଲା ଅତ୍ୟଧିକ ଲୋଭ ପାଇଁ ତାର ମୁର୍ତ୍ତୃ ହେଇଯାଇଛି,,, ସେ ଜଣେ ଖୁବ କମ ବୟସରୁ ଭଲ ସ୍କେଟିଙ୍ଗ ଖେଳାଳି ଥିଲେ,,,, ତିନି ଦିନ ପୀଟ୍ରଭା ର ଘର ଖୋଲାନଯିବାରୁ ପୋଲିସ ଙ୍କୁ ଖବର ଦିଆଗଲା,, ପୋଲିସ କବାଟ ଭାଙ୍ଗି ଦେଖିଲେ କମ୍ପୁଟର ଖୋଲା ଓ ପୀଟ୍ରଭା ମୃତ,,, ଅନୁସନ୍ଧାନ ଚାଲିଲା ପୋଲିସ ଏକ ଚିଠି ଟାଇପ କରିଥିଲେ ପୀଟ୍ରଭା ତାଙ୍କ ଜଣେ ସାଙ୍ଗ ପାଖକୁ, ୟେ ସମସ୍ତ ବିଷୟରେ କିନ୍ତୁ ଛାଡି ନଥିଲେ,,, ଏଥିପାଇଁ ପୁରା ଆମେରିକା ରେ ବହୁତ ଥର ଗୁଗୁଲ, କମ୍ପାନୀ ସହିତ ପୋଲିସ ବିଭାଗ ର ଆଲୋଚନା ବି ହେଇଛି,,, ଅନେକ ଦକ୍ଷ ବୈଜ୍ଞାନିକ ମାନଂକୁ ପଚାରଯାଇଛି, କିନ୍ତୁ ଆଜିପଯ୍ୟନ୍ତ ରହସ୍ୟ ଜଣାପଡିନି

Related Post

Leave a Reply

Your email address will not be published. Required fields are marked *

You Missed