Spread the love

ବିଧାନସଭାରେ ବିଧାୟକଙ୍କ ରୋଚକ ପ୍ରଶ୍ନ । ମଦୁଆଙ୍କ ସ୍ୱାସ୍ଥ୍ୟବୀମା ପାଇଁ ସରକାର ବ୍ୟବସ୍ଥା କରିବେ କି ? ବୋଲି ମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ଚମ୍ପୁଆ ବିଧାୟକ ସନାତନ ମହାକୁଡ । ଶନିବାର ଗୃହରେ ସନାତନ ମହାକୁଡ ପ୍ରଶ୍ନ କରିଥିଲେ ଯେ, ରାଜ୍ୟରେ ସମ୍ପୂର୍ଣ୍ଣ ନିଶା ନିବାରଣ ପାଇଁ ସରକାରଙ୍କ ପ୍ରସ୍ତାବ ଅଛି କି?

ବିଧାନସଭା ରେ ବିଧାୟକଙ୍କ ରୋଚକ ପ୍ରଶ୍ନ ।
ମଦୁଆଙ୍କ ସ୍ୱାସ୍ଥ୍ୟବୀମା ପାଇଁ ସରକାର ବ୍ୟବସ୍ଥା କରିବେ କି ? ବୋଲି ମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ଚମ୍ପୁଆ ବିଧାୟକ ସନାତନ ମହାକୁଡ । ଶନିବାର ଗୃହରେ ସନାତନ ମହାକୁଡ ପ୍ରଶ୍ନ କରିଥିଲେ ଯେ, ରାଜ୍ୟରେ ସମ୍ପୂର୍ଣ୍ଣ ନିଶା ନିବାରଣ ପାଇଁ ସରକାରଙ୍କ ପ୍ରସ୍ତାବ ଅଛି କି? ଯଦି ହଁ, ତେବେ ଏହା କେବେଠୁ କାର୍ୟ୍ୟକାରୀ ହେବ ? ଏଥିସହ ରାଜ୍ୟର ମଦ୍ୟପମାନଙ୍କୁ ପଞ୍ଜୀକରଣ କରି ସେମାନଙ୍କୁ ବୀମାଭୁକ୍ତ ଓ ସ୍ୱାସ୍ଥ୍ୟ ବୀମାଭୁକ୍ତ କରିବାକୁ ସରକାର ବ୍ୟବସ୍ଥା କରିବେ କି ? ବୋଲି ସେ ପ୍ରଶ୍ନ କରିଥିଲେ ।

ଏହାର ଉତ୍ତର ଦେଇ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ସମ୍ପୂର୍ଣ୍ଣ ନିଶା ନିବାରଣ କରିବା ପାଇଁ ସରକାରଙ୍କ ପ୍ରସ୍ତାବ ନାହିଁ । ଏଥିସହ ରାଜ୍ୟରେ ମଦ୍ୟପମାନଙ୍କୁ ପଞ୍ଜୀକରଣ କରି ବୀମାଭୁକ୍ତ ଓ ସ୍ୱାସ୍ଥ୍ୟବୀମା ଭୁକ୍ତ କରିବାର କୌଣସି ବ୍ୟବସ୍ଥା ନାହିଁ ।

ଅନ୍ୟପଟେ ବିଧାୟକ ନୀଳମାଧବ ହିକକାଙ୍କ ପ୍ରଶ୍ନରେ ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ, ଓଡିଶାର ଗ୍ରାମାଞ୍ଚଳଗୁଡିକରେ ୪୩୩ କୋଟି ଦେଶୀଭାଟି ରହିଛି । ଚଳିତ ବର୍ଷରେ ଏହି ଦେଶୀଭାଟିମାନଙ୍କରୁ ୨୨୭ କୋଟି ରାଜସ୍ୱ ଆଦାୟ ହେଇଛି । ଯାହାକି ରାଜ୍ୟର ଅବକାରୀ ରାଜସ୍ୱର ୯ ଶତାଂଶ ଅଟେ । ରାଜ୍ୟରେ ଦେଶୀମଦ ଭାଟିଗୁଡିକରେ ପାଉଚ୍ ଉତ୍ପାଦନ ପାଇଁ ୪୯୦ ଗୋଟି ମଦଭାଟିକୁ ଲାଇସେନ୍ସ ଦିଆଯାଇଛି । ଏହାସହ ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟରେ ୨୩ କୋଟି ଲିଟର ଦେଶୀ ମହୁଲି ମଦ ଉତ୍ପାଦନ ହେଇଛି ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି ।

ମୂଳ ଠିକଣା କେ ନିୟୁଜ

Leave a Reply

Your email address will not be published. Required fields are marked *