Spread the love

ସମୁଦ୍ରରେ ଯେତେବି ଚିନି ମିଶାଅ ତାହା କେବେ ମିଠା ହୋଇଯିବ ନାହିଁ।ଠିକ୍ ସେହିପରି ସ୍ବାର୍ଥପର ଲୋକଙ୍କୁ ତୁମେ ଯେତେ ଆଦର କଲେ ବି ସିଏ କେବେ ନିଜର ହୋଇଯିବ ନାହିଁ।

ଜୀବନରେ ସୁଖ ଶାନ୍ତି ରେ ରହିବାକୁ ହେଲେ ଦୁଇଟି ଶକ୍ତିର ନିହାତି ଆବଶ୍ଯକ…ଗୋଟିଏ ହେଲା ସହିବା ଶକ୍ତି ଓ ଅନ୍ୟଟି ହେଲା ବୁଝିବା ଶକ୍ତି।ଏହାକୁ ଯିଏ ପାଇଛି ସେ ସୁଖ ଶାନ୍ତି ରେ ରହିଛି।

ମଣିଷ ସର୍ବଦା ନିଜର କର୍ମ ଅପେକ୍ଷା ନିଜର କାଳ୍ପନିକ ଭାବନାକୁ ଅଧ୍ବକ ପସନ୍ଦ କରିଥାଏ,କିନ୍ତୁ କାଳ୍ପନିକ ଭାବନାରେ ବିଭୋର ହୋଇଯିବା ଭଲ ନୁହେଁ କାହିଁକି ନା, ଭାବପ୍ରବଣତା ହିଁ ସଦା ସର୍ବଦା ବିପଦକୁ ଡାକି ଆଣିଥାଏ।

ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଖୁସିରେ ବଞ୍ଚିବାକୁ ଚେଷ୍ଟା କରନ୍ତୁ,କାହିଁକି ନା ପ୍ରତିଦିନ ସନ୍ଧ୍ୟାରେ କେବଳ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ ବରଂ ସମସ୍ତଙ୍କ ଜୀବନର ବହୁମୂଲ୍ୟ ଦିନଟିଏ ବି ଶେଷ ହୋଇଥାଏ।

ପୂର୍ବା ପୂର୍ବ କର୍ମ ଫଳ ଅନୁସାରେ
ମିଳିଥାଏ ଯେ ସଂସ୍କାର,
କୁଜନ ସୁଜନ ଜନମ ଲଭନ୍ତି
ଗଢନ୍ତି ନିଜ ସଂସାର ।

ଗୋଟିଏ ଚରିତ୍ର ହୀନ ମଣିଷ ସବୁବେଳେ ଅନ୍ୟର ଚରିତ୍ରକୁ ଆକ୍ଷେପ କରି କଥା କୁହେ, କାହିଁକି ନା ସେ ନିଜେ ଯାହା ଅନ୍ୟକୁ ସେୟା ଭାବି ନିଜ କଦର୍ଯ୍ୟ ଭାବନାର ନିକିତିରେ ତୁଳେଇ ଥାଏ ।

ଯେଉଁ କଥା ହୃଦୟରେ ଅଛି ତାକୁ କହିବା ପାଇଁ ସାହସ କରନ୍ତୁ, ତା’ସହ ଯେଉଁ କଥା ଅନ୍ୟର ହୃଦୟରେ ଅଛି ତାକୁ ବୁଝିବା ପାଇଁ ପ୍ରୟାସ କରନ୍ତୁ…..
ତା’ହେଲେ ଯାଇଁ ସବୁକିଛି ଠିକ୍ ହୋଇପାରିବ ।

ମଣିଷର ଭାଗ୍ୟରେ ଯାହା ଥାଏ ତାହା ହିଁ ଘଟିଥାଏ ତାକୁ କେହି Change କରି ପାରିବେ ନାହିଁ , Science ର Develop ଘଟିଲେ ବି ମଣିଷ ଜୀବନକୁ ରକ୍ଷା କରିପାରୁ ନାହିଁ।ମଣିଷ ଯେତେ ଦିନ ପାଇଁ ଏ ଧରାପୃଷ୍ଠକୁ ଆସିଛି ସେତିକି ଦିନ ତା’ର ଲୀଳା ଖେଳା କରି ପୁଣି ଫେରିଯିବ।ସୃଷ୍ଟି କର୍ତ୍ତା ହେଉଛନ୍ତି Director, ଆମେ ମାନେ ଜଣେ ଜଣେ Actors ତେଣୁ ପ୍ରତିଦିନ ସକାଳୁ ଭଗବାନଙ୍କୁ ସମର୍ପଣ ଭାବନାରେ ନିଜକୁ ସମର୍ପି ଦିଅ ଯେପରି ଆଜି ଦିନର Acting ସୁନ୍ଦରତାରେ ଭରିଯାଉ ।

Leave a Reply

Your email address will not be published. Required fields are marked *

You Missed