Spread the love

କବିତା ——– ଦୁଃଖ ସୁଖ ର ଆୟୁଷ

ମଣିଷ ଜୀବନେ ଆସିଥାଏ ସୁଖ
ସାଥେ ସହଚର ଦୁଃଖ,
ସୁଖ ବେଳେ ହର୍ଷ ଦୁଃଖ ବେଳେ ଶୋକ
ପସରା ଖୋଲଇ ଲୋକ । 1
କର୍ମ କରୁ କରୁ ବେଳେ ବେଳେ ଆସେ
ଧନ ଜମଇ ପ୍ରଚୁର,
ସମ୍ପତ୍ତି ବଢଇ ବଳେ ବଳେ ମଧ୍ଯ
ରହିପାରେ ପାଖେ ସ୍ଥିର । 2
ବଢିକି ସମ୍ପତ୍ତି ନର ର ଗରବ
ନିୟନ୍ତ୍ରଣ ମୁକ୍ତ ହେଲେ,
ସରା ମଣି ଧରା ପାଶୋରେ ନିଜର
ମାନବିକ ଧର୍ମ ହେଳେ । 3
ଲୋଭ ଇର୍ଷା ବଢି ଅପକର୍ମେ ମାତେ ଶୟନେ ସପନେ ଧନ,
ଏଥର ଅସହ୍ଯ ହୋନ୍ତି ମହାଲକ୍ଷ୍ମୀ
ହାନୀ ହୁଅଇ ସମ୍ମାନ । 4
ଭୋଗ ଲିପ୍ସା ବଢେ କାମ ରିପୁ ଗ୍ରାସେ
ଠକାମି ଖଟାଏ ବଳ,

ଘନେଇ ଆସନ୍ତି ଚୋରୀ ,ଡକାୟତି
ରୋଗ ସାଥେ ମନାମେଳ । 5
ମାଡି ଦରବାର ପିଣ୍ଡା ଅର୍ଥ ଶ୍ରାଦ୍ଧ
ହୋଇଥାଏ ଅପ୍ରମେୟ,
ଚିକିତ୍ସକ ମଧ୍ଯ ଶୋଷଣ କରନ୍ତି
ତାଙ୍କ କଥା ହୁଏ ଧେୟ । 6
ଅନ୍ଧାରରେ ଯେଉଁ ଧନ ଆସିଥାଏ
ଆଲୁଅରେ ଚାଲିଯାଏ,
ଏଣୁ ହେ ପାଠକ ସୁଖ ର ଆୟୁଷ
କମ୍ ଦିନେ ସରିଯାଏ । 7 ଧନୀ ଲୋକଟିକୁ ଭାଗ୍ଯବାନ୍ କହି
ନିଜକୁ ଅଭାଗା ଆଖ୍ଯା,
ଦିଅନା ଅବୋଧ ତାଙ୍କ ଧନୀ ପଣ
ନୁହେଁ ଚିରସ୍ଥାୟୀ ବ୍ୟାଖ୍ୟା । 8
ଧୈର୍ଯ୍ଯ ଧରି ଧର୍ମ ରାସ୍ତାର ପଥିକ
ଭୋଗେ ଯେଉଁ ପରିସ୍ଥିତି,
ଦୁଃଖଦ ଭାବିକି ପଢନାହିଁ କେବେ
କଷ୍ଟ ଶୋକର ଜ୍ଯାମିତି । 9
ମାନବ ଧରମ ସେବାମୟ କର୍ମ
ଦୁଃଖ ସୁଖ କ୍ଷଣ ସ୍ଥାୟୀ,
ଆୟୁଷ କାହାର ଚିର ସ୍ଥାୟୀ ନୁହଁ
ନାମ ହିଁ କେବଳ ସ୍ଥାୟୀ। 10 )
ସମାପ୍ତ ।
—————————– ପାରଦ କୁମାର ପାଢୀ, ଅବସରପ୍ରାପ୍ତ ଶିକ୍ଷକ, ରାଜାସାହି,ହିଞ୍ଜିଳିକାଟୁ, ଦୂର ଭାଷ – 7873322424 ।

Leave a Reply

Your email address will not be published. Required fields are marked *