Spread the love

ବାସ୍ତବରେ କଣ ମେଡିକାଲ ମାଫିଆ ମାନେ ସକ୍ରିୟ ଅଛନ୍ତି ବୋଲି ମୋର ଜଣେ ବନ୍ଧୁ ମତେ ପଚାରିଛନ୍ତି l ତେବେ ସେ ପଠାଇଥିବା ଏହି ଲେଖାଟିକୁ ସାର୍ବଜନୀନ କରିବାକୁ ଉଚିତ ମନେକଲି l

ନିମ୍ନରେ ଦିଆଯାଇଥିବା କିଛି ଗହନ କଥା ନିଜ ଜୀବନଚର୍ଯ୍ୟା ସହ ତାଳମେଳ କରି ବିଚାର କରନ୍ତୁ ଯେ….

୧- ପ୍ରଥମେ ସିଗାରେଟ କୁ ପ୍ରମୋଟ କରାଗଲା।

୨- ତାପରେ ପ୍ରାଣଘାତକ ରିଫାଇନ୍ଡ ଅଏଲ କୁ ପ୍ରମୋଟ କରାଗଲା।

୩- ଶୁଦ୍ଧ ସୋରିଷ ତେଲ ଆଉ ଦେଶୀ ଘିଅକୁ ବିରୋଧ କରାଗଲା।

୪-ଶିଶୁଙ୍କ ପାଇଁ ଅମୃତ ସମାନ ଦେଶୀ ଗାଈର ଦୁଧ ଆଉ ମହୁ ସ୍ଥାନରେ
କ୍ୟାନ୍ସର କାରକ sikkmed ଦୁଗ୍ଧ ଗୁଣ୍ଡ କୁ ପ୍ରମୋଟ କରାଗଲା ।

୫- ଖିଚୁଡି ପରିବର୍ତ୍ତେ
୭ଦିନ ପୁରୁଣା ବ୍ରେଡ କୁ ପ୍ରମୋଟ କରାଗଲା।

୬- ସୈନ୍ଧବ ଲବଣ ସ୍ଥାନରେ ସମୁଦ୍ର ଲୁଣକୁ ପ୍ରମୋଟ କରାଗଲା।

୭- ମଧୁମେହ ଓ ରକ୍ତଚାପ ର ମାନକ କାହିଁକି ବାରମ୍ବାର ବଦଳାଇ ଦିଆଯାଉଛି?

୮- ବେମାର ପଡିଥିବା ସମୟରେ ଖାଦ୍ୟପେୟ ର ନିର୍ଦ୍ଦେଶ ଦେବାର ପ୍ରଥା ବନ୍ଦ କରି, କାହିଁକି ଅନ୍ୟ ରୋଗଗୁଡିକୁ ବଢାଇବା ର ସୁବନ୍ଦୋବସ୍ତ କରାଗଲା ।

୯- ଅପରେସନ ଦ୍ବାରା ଶିଶୁଟିକୁ ପ୍ରସବ କରିବା, ଆଣ୍ଠୁ ଗଣ୍ଠିର ନିରନ୍ତର ବଢୁଥିବା ପ୍ରତ୍ୟରୋପଣ, ଜୀବନ ଥିବା ପର୍ଯ୍ୟନ୍ତ ରକ୍ତଚାପ ଓ ମଧୁମେହ ର ବଟିକା ଖାଇବା କଣ ଏ ମେଡିକାଲ ମାଫିଆଙ୍କ କୁଚକ୍ରାନ୍ତ ନୁହେଁ କି ?

କେବେ ମେଡିକାଲ ମାଫିଆମାନେ ଆପଣଙ୍କ ଭଲ ପାଇଁ ଏସବୁକୁ ପ୍ରମୋଚ କରିଛନ୍ତି ?

୧-କଣ କେହି ମେଡିକାଲ ମାଫିଆ ଆପଣଙ୍କୁ କହିଛନ୍ତି ଯେ ଉଚ୍ଚ ରକ୍ତଚାପ (BP) , URIC ACID ଆଉ ଅନ୍ୟ ଏସିଡ୍ ଆଦି ସମସ୍ୟା ର ମୂଳକାରଣ ଚାହା ଅଟେ ?

ମୁଁ ଯେତେବେଳେ ଚାହା ଛାଡିଦେଲି ଏ ଦୁଇଟି ସମସ୍ୟା ମୋ ପିଛା ଛାଡିଦେଲା।

୨- କଣ କେହି ମେଡିକାଲ ମାଫିଆ ଆପଣଙ୍କ ମଧୁମେହ (ସୁଗାର) ର ମୂଳକାରଣ ଗହମରୁ ତିଆରି ଅଟା ବିଷୟରେ କହିଛନ୍ତି ?

ଆପଣ ଜବ, ଯଅ, ବାଜରା, ଚଣା ମିଶ୍ରିତ ଅଟା ର ପ୍ରୟୋଗ କରିବେ ତ ମଧୁମେହ ଆପଣଙ୍କ ପିଛା ଛାଡିଦେବ ।

୩- କଣ କେହି ମେଡିକାଲ ମାଫିଆ କ୍ୟାମିକାଲ ଯୁକ୍ତ ଚିନି ବଦଳରେ
ଦେଶୀ ଖାଣ୍ଡ, ବୁର ବା ଗୁଡ ଯେଉଁଥିରେ କୌଣସି କ୍ୟାମିକାଲ ନାହିଁ ତାହା ବିଷୟରେ କହିଛନ୍ତି ?

୪- କଣ କେହି ମେଡିକାଲ ମାଫିଆମାନେ ଫ୍ରିଜ ର ଥଣ୍ଡା ପାଣିରେ ହେଉଥିବା ମୁଣ୍ଡ ବିନ୍ଧିବା ବିଷୟରେ କହିଛନ୍ତି ?

ମୁଁ ଥଣ୍ଡା ପାଣି ପିଇବା ଛାଡିଦେଲି। ସେବେଠୁ ମୋ ମୁଣ୍ଡବିନ୍ଧା ଗାଏବ ହୋଇଯାଇଛି ।

୫-କଣ କେହି ମେଡିକାଲ ମାଫିଆ
ଏସି (AC) ପବନରେ ଶରୀରର ଝାଳ ବୋହିବା ର ପ୍ରକ୍ରିୟା ରେ ବାଧକ କୁହାଯାଉଥିବା ଯାହା କାଳାନ୍ତରରେ ଶରୀର ପ୍ରାକୃତିକ ଭାବେ ସଫା ନହେବା କାରଣରୁ କିଡନୀ ଓ ହୃଦରୋଗ ର କାରଣ ହୋଇଥାଏ ।

୬- କଣ କେହି ମେଡିକାଲ ମାଫିଆ
ହାନିକାରକ ଭିଟାମାଟି D ସ୍ଥାନରେ ସୂର୍ଯ୍ୟାଲୋକ ସ୍ନାନ ପାଇଁ ପରାମର୍ଶ ଦେଇଛନ୍ତି ?

କ୍ୟାଲସିୟମ ବଟିକା , ଯେଉଁଥିରେ କୋଷ୍ଠକାଠିନ୍ୟ ହୋଇଯାଏ
ତାହା ସ୍ଥାନରେ ଚୁନ ର ଗୁଳି ଖାଇବା କୁ ପରାମର୍ଶ ଦେଇଛନ୍ତି ?

ଭିଟାମିନ C ବଟିକା ଖାଇବା ସ୍ଥାନରେ ଖଟା ଫଳ ଯେମିତିକି କମଳା, ଲେମ୍ବୁ, ଟମାଟୋ ଇତ୍ୟାଦି ଖାଇବାକୁ କେଉଁ ମେଡିକାଲ ମାଫିଆ କେବେ ପରାମର୍ଶ ଦେଇଛନ୍ତି କି ?

zinc ବଟିକା ସ୍ଥାନରେ ପ୍ରାତଃ ତାମ୍ରପାତ୍ରରେ ଜଳପାନ କରିବାକୁ କେହି ମେଡିକାଲ ମାଫିଆ କେବେ ଆପଣଙ୍କୁ କହିଛନ୍ତି କି ?

୭- ଏବେ ଚାଓମିନ, ମୋମୋଜ୍ ଯାହା ଗଳିକନ୍ଦିରେ ବିକ୍ରି କରାଯାଉଛି ସେଥିରେ ମିଶୁଥିବା ମଇଦା, ଅଝିନୋମୋଟ୍ଟୋ ଓ ଏସିଡ ଦ୍ବାରା ହେଉଥିବା କ୍ଷତି ବିଷୟରେ କେହି ମେଡିକାଲ ଡାକ୍ତର କେବେ ଆପଣଙ୍କୁ ଅବଗତ କରାଇଛନ୍ତି ନା ସଚେତନ କରାଇଛନ୍ତି କି ?

ଏହାର ପରିଣାମ ଭୟଙ୍କର କ୍ୟାନ୍ସର ହେବ ଯାହା ଜୀବନ ତମାମ ରୋଜଗାର କରିଥିବା ଟଙ୍କା ଏହାର ମେଡିସିନ ନାମରେ ସେମାନଙ୍କୁ ଦେଇ ଦେବାପରେ ଜୀବନ ବି ଚାଲିଯିବାରୁ କେହି ରକ୍ଷା କରିପାରିବେ ନାହିଁ । ଯନ୍ତ୍ରଣା ତ ଯାହା ହେବ ସେକଥା ଅଲଗା ।

ଜୀବନଶୈଳୀ ହିଁ ରୋଗର କାରଣ ବୋଲି କୁହାଯାଉଛି କିନ୍ତୁ ଜୀବନଶୈଳୀ ର ସୁଧାର କଥା କାହିଁକି କୁହାଯାଉନି ?

ଯଦି ମେଡିକାଲ ମାଫିଆ ଆପଣଙ୍କୁ ସତ ପରାମର୍ଶ ଦେଲା ତ ତାର ଏତେ ବଡ ବେପାରର କଳାସାମ୍ରାଜ୍ୟ ଚାଲିବ କିପରି ?

ଯଦି ରୋଗୀଙ୍କ ସଂଖ୍ୟା କମିଯିବ ତ ସେମାନଙ୍କ ମାଫିଆରାଜ ଚାଲିବ କେମିତି ?

MEDICAL SCIENCE ମିଥ୍ୟା ନା ଏହାର ଉଦ୍ଦେଶ୍ୟ ଖରାପ ।

ମାନିବା ନମାନିବା ଆପଣଙ୍କ ଇଚ୍ଛା । ଆଜିର ସମୟରେ ଡାକ୍ତର ଟିଏ ହେବାପାଇଁ ଯେଉଁ ଲକ୍ଷ.. କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି ସେ ଅର୍ଥ କେମିତି ଅସୁଲ କରାଯିବ !

କିନ୍ତୁ ଆପଣ ଏସବୁ ପ୍ରଶ୍ନ ର ବିଚାର ଅବଶ୍ୟ କରିବେ । କିଛି ଆହୁରି ଅନେକ ପ୍ରଶ୍ନ ଆପଣଙ୍କ ମନରେ ଉଙ୍କି ମାରୁଥିବ ସେସବୁର ବିଚାର କରିବେ… ଆଗକୁ ବଢିବେ …

ଆପଣଙ୍କ ସ୍ବାସ୍ଥ୍ୟ ଆପଣଙ୍କ ହାତରେ ଅଛି ନା ଡାକ୍ତର ହାତରେ !!

ପ୍ରାଥମିକ ସ୍ବାସ୍ଥ୍ୟ ଶିକ୍ଷା ଆମ ସମସ୍ତଙ୍କ ପାଇଁ ଅତି ଆବଶ୍ୟକ ଅଟେ ।
ଏସବୁ ବିଷୟରେ ଆମକୁ ଜାଣିବାକୁ ପଡିବ ।

ଏକଥାକୁ ଚେତାବନୀ ହିସାବରେ ଗ୍ରହଣ କରି ନିଜ ଜୀବନ ରେ ସୁଧାର ଆଣିବାକୁ ନିବେଦନ ।

Leave a Reply

Your email address will not be published. Required fields are marked *

You Missed